ବାଇକ୍‌ରେ ଯାଉଥିଲେ ୩ ଯୁବକ, ଗଛରେ ପିଟି ହୋଇଗଲା ଗାଡ଼ି

ଭବାନୀପାଟଣା (ରାଜ କୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ କୋକମୁଣ୍ଡା ଏନଏଚ-୨୬ରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁଯାୟୀ, ଗତ ରାତିରେ ଏକ ବାଇକ୍‌ରେ ୩ ଜଣ ଯାଉଥିଲେ। ଏହି ସମୟରେ କୋକମୁଣ୍ଡା ଏନଏଚ-୨୬ ରାସ୍ତା ପାର୍ଶ୍ୱରେ ଥିବା ଏକ ତାଳ ଗଛରେ ଗାଡ଼ିଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ […]

accident

Niharika Rout
  • Published: Monday, 17 January 2022
  • , Updated: 17 January 2022, 11:41 AM IST

ଭବାନୀପାଟଣା (ରାଜ କୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ କୋକମୁଣ୍ଡା ଏନଏଚ-୨୬ରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନା ଅନୁଯାୟୀ, ଗତ ରାତିରେ ଏକ ବାଇକ୍‌ରେ ୩ ଜଣ ଯାଉଥିଲେ। ଏହି ସମୟରେ କୋକମୁଣ୍ଡା ଏନଏଚ-୨୬ ରାସ୍ତା ପାର୍ଶ୍ୱରେ ଥିବା ଏକ ତାଳ ଗଛରେ ଗାଡ଼ିଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଯୁବକଙ୍କୁ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୃତାହତଙ୍କ ପରିଚୟ ମିଳି ପାରି ନାହିଁ। ପୁଲିସ୍‌ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଜବତ କରିଥିଲା। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story