ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖାର ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ୨ ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା। ରାଜ୍ୟର ୫୬ଟି କେନ୍ଦ୍ରରେ ପରୀକ୍ଷାଖାତା ମୂଲ୍ୟାୟନ ହେଉଛି।  ପ୍ରଥମ ପର୍ଯ୍ୟାୟ ଖାତାଦେଖା ଏପ୍ରିଲ ୪ରୁ ଆରମ୍ଭ ହୋଇ ଏପ୍ରିଲ ୧୪ରେ ଶେଷ ହୋଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ୨୮ ସୁଦ୍ଧା ସମସ୍ତ ଖାତାଦେଖା ସାରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମୟ ଧାର୍ଯ୍ୟ କରିଛି। ସେପଟେ ୬ ଦଫା ଦାବିରେ ଏବେବି […]

OR photo2018-04-16-14h04m27s271

Rakesh Mallick
  • Published: Monday, 16 April 2018
  • , Updated: 16 April 2018, 02:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ୨ ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା। ରାଜ୍ୟର ୫୬ଟି କେନ୍ଦ୍ରରେ ପରୀକ୍ଷାଖାତା ମୂଲ୍ୟାୟନ ହେଉଛି।  ପ୍ରଥମ ପର୍ଯ୍ୟାୟ ଖାତାଦେଖା ଏପ୍ରିଲ ୪ରୁ ଆରମ୍ଭ ହୋଇ ଏପ୍ରିଲ ୧୪ରେ ଶେଷ ହୋଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏପ୍ରିଲ ୨୮ ସୁଦ୍ଧା ସମସ୍ତ ଖାତାଦେଖା ସାରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମୟ ଧାର୍ଯ୍ୟ କରିଛି। ସେପଟେ ୬ ଦଫା ଦାବିରେ ଏବେବି ନିଜ ଜିଦ୍‌ରେ ଅଟଳ ରହିଛନ୍ତି ଶିକ୍ଷକ ଓ ଅଧ୍ୟାପକ।  ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ସମୟରେ ବି ଅଧ୍ୟାପକମାନେ ଖାତାଦେଖାରୁ ବଞ୍ଚିତ ରହିବା ସହ ବିଭିନ୍ନ ମୂଲ୍ୟାୟନ କେନ୍ଦ୍ର ଆଗରେ ସଂଘ ଆନ୍ଦୋଳନ କରିବ ବୋଲି ନିଷ୍ପତ୍ତି ନେଇଛି। ସେପଟେ ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ସଂଘ।

Related story