Advertisment

ଭୁବନେଶ୍ୱରରେ ପହଞ୍ଚିଲା ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରେ ପହଞ୍ଚିଲା ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା। ତେବେ ଏହି ଟିକା ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଦିଆଯିବ।   ପ୍ରଥମ ଡୋଜ୍ ନେଇ ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ଏଥିରେ ପ୍ରାଥମିକତା ଦିଆଯିବ ବୋଲି କୁହାଯାଇଛି । ରାଜ୍ୟରେ ଟିକାର ଅଭାବ ଥିବାରୁ ବିଭିନ୍ନ କେନ୍ଦ୍ର ସମ୍ମୁଖରେ ଲୋକ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ନିରାଶ ହୋଇ ଫେରୁଛନ୍ତି।  ଏପରି ସ୍ଥିତିରେ  ରାଜ୍ୟରେ ଟିକାକରଣ ସୁରୁଖୁରୁରେ ଚାଲୁ […]

author-image
Niharika Rout
ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ପହଞ୍ଚିଲା ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା

covishild-vaccine

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରେ ପହଞ୍ଚିଲା ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା। ତେବେ ଏହି ଟିକା ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଦିଆଯିବ।   ପ୍ରଥମ ଡୋଜ୍ ନେଇ ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ଏଥିରେ ପ୍ରାଥମିକତା ଦିଆଯିବ ବୋଲି କୁହାଯାଇଛି ।

Advertisment

ରାଜ୍ୟରେ ଟିକାର ଅଭାବ ଥିବାରୁ ବିଭିନ୍ନ କେନ୍ଦ୍ର ସମ୍ମୁଖରେ ଲୋକ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ନିରାଶ ହୋଇ ଫେରୁଛନ୍ତି।  ଏପରି ସ୍ଥିତିରେ  ରାଜ୍ୟରେ ଟିକାକରଣ ସୁରୁଖୁରୁରେ ଚାଲୁ ରଖିବା ପାଇଁ ଆହୁରି  ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଆସି ପହଞ୍ଚିଛି ।

ଅପରପକ୍ଷେ, ରାଜ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ ମଧ୍ୟ ଆରମ୍ଭ ହୋଇଛି । ହେଲେ ଟିକା ଅଭାବ ଯୋଗୁଁ କେତେକ ସ୍ଥାନରେ ତୃତୀୟ ପର୍ଯ୍ୟାୟ ଅର୍ଥାତ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକା ଦିଆଯିବା ଆରମ୍ଭ ହୋଇପାରିନି।  ସେପଟେ ପ୍ରଥମ ଡୋଜ୍ ନେଇଥିବା ଲୋକେ ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିଲେ ବି ଟିକା ନଥିବାରୁ ସମସ୍ୟା ଭୋଗୁଥିଲେ। ଏଣୁ ଆଜି ଅାସି ପହଞ୍ଚିଥିବା ଟିକାରେ ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ପ୍ରାଥମିକତା ଦିଆଯିବ ବୋଲି ସୂଚନା ମିଳିଛି।

Advertisment
Covid Vaccine Covishield