Advertisment

ଖିଅ ଖୋଜିବାକୁ ବାଲେଶ୍ୱରରେ ପହଞ୍ଚିଲା ଏନ୍‌ଆଇଏ ଟିମ୍‌

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପାକିସ୍ତାନୀ ସୁନ୍ଦରୀଙ୍କ ମାୟାଜାଲରେ ପଡ଼ି ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ(ITR)ର ୫ ଠିକା କର୍ମଚାରୀ ଡିଆର୍‌ଡିଓର ଗୁପ୍ତ ତଥ୍ୟ ଦେଇ ଗିରଫ ହୋଇଛନ୍ତି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଆଜି ବାଲେଶ୍ୱରରେ ପହଞ୍ଚିଛି ଏନ୍‌ଆଇଏର ଦୁଇ ଜଣିଆ ଟିମ୍‌। କୋଲକାତାରୁ ଆସିଥିବା ଏହି ଟିମ୍‌ ବାଲେଶ୍ୱର ଏସ୍‌ପିଙ୍କୁ ଭେଟିଛନ୍ତି। ଏହି ମାମଲାରେ ଏନ୍‌ଆଇଏ ତଦନ୍ତ କରିବ ନା କ୍ରାଇବ୍ରାଞ୍ଚକୁ ସାହାଯ୍ୟ କରିବ, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଡିଆର୍‌ଡିଓର ଗୁପ୍ତ ତଥ୍ୟ […]

ଖିଅ ଖୋଜିବାକୁ ବାଲେଶ୍ୱରରେ ପହଞ୍ଚିଲା ଏନ୍‌ଆଇଏ ଟିମ୍‌

NIA

Advertisment

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପାକିସ୍ତାନୀ ସୁନ୍ଦରୀଙ୍କ ମାୟାଜାଲରେ ପଡ଼ି ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ(ITR)ର ୫ ଠିକା କର୍ମଚାରୀ ଡିଆର୍‌ଡିଓର ଗୁପ୍ତ ତଥ୍ୟ ଦେଇ ଗିରଫ ହୋଇଛନ୍ତି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଆଜି ବାଲେଶ୍ୱରରେ ପହଞ୍ଚିଛି ଏନ୍‌ଆଇଏର ଦୁଇ ଜଣିଆ ଟିମ୍‌। କୋଲକାତାରୁ ଆସିଥିବା ଏହି ଟିମ୍‌ ବାଲେଶ୍ୱର ଏସ୍‌ପିଙ୍କୁ ଭେଟିଛନ୍ତି। ଏହି ମାମଲାରେ ଏନ୍‌ଆଇଏ ତଦନ୍ତ କରିବ ନା କ୍ରାଇବ୍ରାଞ୍ଚକୁ ସାହାଯ୍ୟ କରିବ, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Advertisment

ଡିଆର୍‌ଡିଓର ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ବୁଧବାର ବାଲେଶ୍ୱର ପୁଲିସ୍‌ ଆଇଟିଆର୍‌ ୪ ଜଣ ଠିକା କର୍ମଚାରୀଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ଜଣକୁ ଗିରଫ କରିଛି। ଆଜି ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ସଚିନ କୁମାର ଓରଫ ଛତା। ତାଙ୍କ ଘର ଉତ୍ତର ପ୍ରଦେଶ। ସଚିନ ଡିଆରଡିଓରେ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ। ସଚିନଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି। ତାଙ୍କ ଜାମିନ ନାମଞ୍ଜୁର ହେବାରୁ କୋର୍ଟ ଚାଲାଣ କରାଯାଇଛି। ତଥ୍ୟ ଲିକ୍ ଘଟଣାରେ ବର୍ତ୍ତମାନ ସୁଦ୍ଧା ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚିଛି। ପାକିସ୍ତାନୀ ଗୁପ୍ତଚର ସଂସ୍ଥା ISIକୁ ତଥ୍ୟ ଲିକ କରୁଥିବା ଅଭିଯୋଗରେ ଏମାନେ ଗିରଫ ହୋଇଛନ୍ତି। ତେବେ ଏହି ମାମଲାରେ ଆଉ କେଉଁମାନଙ୍କର ହାତ ରହିଛି, କ୍ରାଇମବ୍ରାଞ୍ଚ ତାହା ଉପରେ ତଦନ୍ତ କରୁଛି।

ପୂର୍ବରୁ ଝାମ୍ପରାହାଟ ଗାଁର ବସନ୍ତ ବେହେରା, ଶ୍ରୀକୋଣା ଗ୍ରାମର ଶେଖ୍‌ ମୁଶାଫିର, ପାଳଶିଆର ତାପସ ରଞ୍ଜନ ନାୟକ, ବୁଆଁଳ ଗାଁର ହେମନ୍ତ କୁମାର ମିସ୍ତ୍ରୀ ଗିରଫ ହୋଇଛନ୍ତି। ଏମାନେ ଦୀର୍ଘ ବର୍ଷ ଧରି ଆଇଟିଆର୍‌ରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ। କିଏ ୧୦ ବର୍ଷ ଧରି କାମ କରୁଥିଲା, ତ ଆଉ କିଏ ୨୦ ବର୍ଷ ଧରି ଚାକିରି କରୁଥିଲା। ଏହା ସତ୍ତ୍ୱେ ଏମାନେ କେମିତି ଦେଶଦ୍ରୋହ ଭଳି ସଂଗୀନ ଅପରାଧ କରୁଥିଲେ? କେଉଁ ଲାଳସା ଏମାନେ ଶତ୍ରୁ ରାଷ୍ଟ୍ରକୁ ଦେଶର ଗୁପ୍ତ ତଥ୍ୟ ଦେଉଥିଲେ?

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe