ପୋଖରୀରେ ବୁଡ଼ି ୨ ନାବାଳିକା ମୃତ

ଜଗତସିଂହପୁର(ଓଡ଼ିଶା ରପୋର୍ଟର): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ କୋକିପଦାରେ ଏକ ଦୁଃଖଦ ଘଟଣା ଘଟିଛି।  ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟଛି। ମୃତକ ହେଲେ ଶରତ ଖଣ୍ଡୁଆଳଙ୍କ ଝିଅ ରାକ୍ଷୀରାଣୀ ଏବଂ ରସାନନ୍ଦ ଜେନାଙ୍କ ଝିଅ ମନୋସ୍ମିତା। ଏହି ଦୁଇ ଜଣ ନାବାଳିକା ପୋଖରୀକୁ  ଗାଧୋଇବା ପାଇଁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ।

ସେମାନଙ୍କୁ ସଙ୍ଗେ ସଙ୍ଗେ ମଣିଜଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।