ପ୍ରେମ ପାଇଁ ମାଓ ସଙ୍ଗଠନ ଛାଡିଲେ ଦୁଇ କ୍ୟାଡର ମାଓବାଦୀ

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୋଳ ଏସ୍‌ପିଙ୍କ ନିକଟରେ ୨ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇ କ୍ୟାଡର ମାଓବାଦୀ ହେଲେ ଦୟାନନ୍ଦ ଏବଂ ଜଲି ଦେହୁରୀ। ସେମାନେ ସୁନ୍ଦରଗଡ଼-ଦେବଗଡ଼-ସମ୍ବଲପୁର ଡିଭିଜନ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ।

ସେକ୍ସନ କମାଣ୍ଡର ଥିବା ଦୟାନନ୍ଦ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଜଲି ସହ ପ୍ରେମ ସମ୍ପର୍କ କାରଣରୁ ଦୟାନନ୍ଦକୁ ବିରୋଧ କରାଯିବାରୁ ଉଭୟେ ମାଓ ସଂଗଠନ ଛାଡ଼ିଥିବା କହିଛନ୍ତି।