ବର୍ଷ ଆରମ୍ଭରୁ ରାଜଧାନୀରେ ଲାଗିଲା ରକ୍ତର ଛିଟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ବର୍ଷ ଆରମ୍ଭରୁ ରାଜଧାନୀରେ ଘଟି ଯାଇଛି ୨ଟି ହତ୍ୟାକାଣ୍ଡ। ବର୍ଷ ଆରମ୍ଭରୁ ରକ୍ତରଞ୍ଜିତ ହୋଇଛି ରାଜଧାନୀ । ରାଜଧାନୀର ଛାତି ଉପରେ ଲାଗିଛି ରକ୍ତର ଛିଟା । ଗତକାଲି ବିଳମ୍ବିତ ରାତିରେ ସୁନ୍ଦରପଦା ନୂଆସାହିରେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ସକାଳୁ ସକାଳୁ ମଞ୍ଚେଶ୍ଵର ଥାନା କେନାଲ ରୋଡ ଅଞ୍ଚଳର କେନାଲ ଭିତରୁ ମିଳିଛି ଆଉ ଏକ ମୃତଦେହ। ଏହି ୨ ଘଟଣାର ତଦନ୍ତ ପୁଲିସ୍‌ ଆରମ୍ଭ କରିଥିବା ବେଳେ ଅପରାଧୀଙ୍କ […]

murder

Niharika Rout
  • Published: Saturday, 01 January 2022
  • , Updated: 01 January 2022, 11:32 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ବର୍ଷ ଆରମ୍ଭରୁ ରାଜଧାନୀରେ ଘଟି ଯାଇଛି ୨ଟି ହତ୍ୟାକାଣ୍ଡ। ବର୍ଷ ଆରମ୍ଭରୁ ରକ୍ତରଞ୍ଜିତ ହୋଇଛି ରାଜଧାନୀ । ରାଜଧାନୀର ଛାତି ଉପରେ ଲାଗିଛି ରକ୍ତର ଛିଟା ।

ଗତକାଲି ବିଳମ୍ବିତ ରାତିରେ ସୁନ୍ଦରପଦା ନୂଆସାହିରେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ସକାଳୁ ସକାଳୁ ମଞ୍ଚେଶ୍ଵର ଥାନା କେନାଲ ରୋଡ ଅଞ୍ଚଳର କେନାଲ ଭିତରୁ ମିଳିଛି ଆଉ ଏକ ମୃତଦେହ। ଏହି ୨ ଘଟଣାର ତଦନ୍ତ ପୁଲିସ୍‌ ଆରମ୍ଭ କରିଥିବା ବେଳେ ଅପରାଧୀଙ୍କ ସୁରାକ ପାଇପାରିନି। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ହତ୍ୟାକାରୀକୁ ୨୪ ଘଣ୍ଟା ମଧ୍ୟରେ ଗିରଫ ଦାବିରେ ସ୍ଥାନୀୟ ଲୋକେ ସୁନ୍ଦରପଦାରେ ରାସ୍ତାରୋକ କରିଛନ୍ତି ।  ଏୟାରଫିଲ୍ଡ  ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ସୁନ୍ଦରପଦା ଓ ମାଳିଆ କପିଳେଶ୍ୱର ୪ଟି ଗ୍ରୁପ ନୂଆସାହି ପୋଖରୀ ତୁଠରେ ଭୋଜି କରୁଥିଲେ । କୌଣସି କଥାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଥିଲା।

ଏହାପରେ ପୁଣି  କପିଳେଶ୍ୱର ଗାଁର କିଛି ଯୁବକ ଆସି ପାଟିତୁଣ୍ଡ କରିଥିଲେ ଏହି ସମୟରେ ସେହି ସ୍ଥାନର ଏକ ଘରେ ଶୋଇଥିବା ଦିପୁ କଣ ହୋଇଛି ଦେଖିବାକୁ ଆସିଥିବା ବେଳେ ତାଙ୍କୁ ତିନିଜଣ ଯୁବକ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏ ନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

ଅପରପକ୍ଷେ, ମଞ୍ଚେଶ୍ଵର ଥାନା କେନାଲ ରୋଡର କେନାଲ ଭିତରୁ ଏକ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ସମେତ ଏକ ବାଇକ୍‌  ମଧ୍ୟ କେନାଲରେ ପଡ଼ିଛି। ଯୁବକ ଜଣକ ପଟିଆ ଅଞ୍ଚଳର ବୋଲି ମଞ୍ଚେଶ୍ୱର୍  ପୁଲିସ୍‌ ସୂଚନା ଦେଇଛି। ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇନି।

Related story