୨୦୧୫ ଜାନୁୟାରୀ ୧୨ରୁ କୋଇଲା କ୍ଷେତ୍ରରେ ଡିଏମଏଫ୍‌ ଲାଗୁ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ୨୦୧୫ ଜାନୁୟାରୀ ୧୨ରୁ କୋଇଲା କ୍ଷେତ୍ରରେ ଡିଷ୍ଟ୍ରିଟ୍‌ ମିନେରାଲ ଫାଉଣ୍ଡେସନ୍ସ ବା ଡିଏମଏଫ୍‌ ଲାଗୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଖଣି ପ୍ରଭାବିତ ଅଞ୍ଚଳରେ ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ କରିବା ନେଇ ମୁଖ୍ୟମନ୍ତ୍ରୀ  ଚିଠିରେ ଉଲ୍ଲେଖ କରିଛନ୍ତି। ସଂଶୋଧିତ ଏମ୍‌ଏମ୍‌ଡିଆର୍ ଆକ୍ଟ ଅନୁସାରେ ୨୦୧୫ ମସିହା ଜାନୁଆରୀ ୧୨ରୁ ଏହାକୁ ଲାଗୁ କରିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ନବୀନ ଅନୁରୋଧ କରିଛନ୍ତି। କୋଇଲା କ୍ଷେତ୍ରରେ ୨୦୧୫ ଅକ୍ଟବୋର […]

Naveen (1)

Rakesh Mallick
  • Published: Wednesday, 06 July 2016
  • , Updated: 06 July 2016, 11:02 AM IST

ଭୁବନେଶ୍ୱର: ୨୦୧୫ ଜାନୁୟାରୀ ୧୨ରୁ କୋଇଲା କ୍ଷେତ୍ରରେ ଡିଷ୍ଟ୍ରିଟ୍‌ ମିନେରାଲ ଫାଉଣ୍ଡେସନ୍ସ ବା ଡିଏମଏଫ୍‌ ଲାଗୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଖଣି ପ୍ରଭାବିତ ଅଞ୍ଚଳରେ ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ କରିବା ନେଇ ମୁଖ୍ୟମନ୍ତ୍ରୀ  ଚିଠିରେ ଉଲ୍ଲେଖ କରିଛନ୍ତି। ସଂଶୋଧିତ ଏମ୍‌ଏମ୍‌ଡିଆର୍ ଆକ୍ଟ ଅନୁସାରେ ୨୦୧୫ ମସିହା ଜାନୁଆରୀ ୧୨ରୁ ଏହାକୁ ଲାଗୁ କରିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ନବୀନ ଅନୁରୋଧ କରିଛନ୍ତି।

କୋଇଲା କ୍ଷେତ୍ରରେ ୨୦୧୫ ଅକ୍ଟବୋର ୨୦ରୁ ଡିଏମ୍‌ଏଫ୍ ଲାଗୁ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଖଣି ପ୍ରଭାବିତ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏହାକୁ ପିଛିଲା ଲାଗୁ କରିବା ଆବଶ୍ୟକ ଥିବା ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବା ସହ ପଦକ୍ଷେପ ନେବାକୁ ନବୀନ ଅନୁରୋଧ କରିଛନ୍ତି। କୋଇଲା ଉତ୍ତୋଳନ ରାଜ୍ୟଗୁଡ଼ିକ ପାଇଁ କୋଇଲା ଉପରେ ପରିବେଶ ଏବଂ ଥଇଥାନ ସେସ୍‌ ୬୦ ପ୍ରତିଶତକୁ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

Related story