ମନ୍ଦିରରୁ ମାଇକ୍ ସେଟ୍ ଖୋଲୁଥିବା ବେଳେ ଚାଲିଗଲା ଜୀବନ

ଯାଜପୁର (ଅଭୟ ପତି): ମନ୍ଦିରରୁ ମାଇକ୍ ସେଟ୍ ଖୋଲୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା କୋରେଇ ଥାନା ଶାଳକଣା ଗାଁରେ। ମୃତ ଯୁବକ ଜଣଙ୍କ ସେହି ଗାଁର ଅଜୟ କୁମାର ସ୍ୱାଇଁଙ୍କ ସାନ ପୁଅ କାଳନ୍ଦୀ (୨୧)। ସୂଚନା ଅନୁଯାୟୀ, କାଳନ୍ଦୀ ଏକ ଟେଣ୍ଟ୍‌ ହାଉସ୍‌ରେ କାମ କରୁଥିଲେ। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସେ ଗାଁରେ ଥିବା ଶିବ ମନ୍ଦିରରେ ମାଇକ୍ ସେଟ୍ ଲଗାଇଥିଲେ। […]

dead

Jitendra Garnayak
  • Published: Wednesday, 13 November 2019
  • , Updated: 13 November 2019, 11:23 AM IST

ଯାଜପୁର (ଅଭୟ ପତି): ମନ୍ଦିରରୁ ମାଇକ୍ ସେଟ୍ ଖୋଲୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା କୋରେଇ ଥାନା ଶାଳକଣା ଗାଁରେ। ମୃତ ଯୁବକ ଜଣଙ୍କ ସେହି ଗାଁର ଅଜୟ କୁମାର ସ୍ୱାଇଁଙ୍କ ସାନ ପୁଅ କାଳନ୍ଦୀ (୨୧)।

ସୂଚନା ଅନୁଯାୟୀ, କାଳନ୍ଦୀ ଏକ ଟେଣ୍ଟ୍‌ ହାଉସ୍‌ରେ କାମ କରୁଥିଲେ। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସେ ଗାଁରେ ଥିବା ଶିବ ମନ୍ଦିରରେ ମାଇକ୍ ସେଟ୍ ଲଗାଇଥିଲେ। ଗତକାଲି ପୂଜା ଶେଷ ହେବା ପରେ ବିଳମ୍ବିତ ରାତିରେ ସେ ମନ୍ଦିରରୁ ମାଇକ୍ ସେଟ୍ ଖୋଲୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

Related story