‘ଓଟିଭି’କୁ ପୂରିଲା ୨୧ ବର୍ଷ
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଓଡ଼ିଶା ଟେଲିଭିଜନ ଲିମିଟେଡ (ଓଟିଭି)କୁ ହୋଇଛି ୨୧ ବର୍ଷ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅନେକ ଅଭିଜ୍ଞତା ଓ ଦର୍ଶକଙ୍କ ମତାମତକୁ ପାଥେୟ କରି ଓଟିଭି ଓଡ଼ିଶାରେ ଖବର ପ୍ରସାରଣର ସୃଷ୍ଟି କରିଛି ନୂଆ ଧାରା। କେବୁଲ୍ ଟିଭିରୁ ଡିଜିଟାଲ୍, ସମୟ ସହ ତାଳ ଦେଇ ପାଲଟିଛି ଅତ୍ୟାଧୁନିକ ଟେକ୍ନୋଲୋଜି ସଂପନ୍ନ ୨୪ ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲ୍। ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ନୀତିକୁ ଆଧାର କରି ଓଟିଭି ଜାରି ରଖିଛି ଦୁଇ ଦଶନ୍ଧିର ସଫଳ ଯାତ୍ରା। ଆଜି ପ୍ରତିଷ୍ଠା ଦିବସରେ ଆସନ୍ତୁ ଜାଣିବା କସଟି ପଥରରେ ଓଟିଭି କିଭଳି ଜାରି ରଖିଛି ନିଜର ସ୍ୱତନ୍ତ୍ରତା।
ଓଟିଭି, ଖବର ପ୍ରସାରଣ ଅଭିଯାନରେ ଓଡ଼ିଶା ଇତିହାସରେ ସୃଷ୍ଟି କରିଛି ନୂଆ ଅଧ୍ୟାୟ। ଉତ୍କଳ ପ୍ରଦେଶର ରାଜନୈତକ ଓ ସାମାଜିକ ବ୍ୟବସ୍ଥାକୁ ଏକ ନୂଆ ଦିଶା ଦେଇ ସବୁଠୁ ଲୋକପ୍ରିୟ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ହୋଇପାରିଛି। ଯେଉଁ ସମୟରେ ଓଡ଼ିଶା ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା, ଠିକ୍ ସେତିକି ବେଳେ ଜନ୍ମ ନେଇଥିଲା ରାଜ୍ୟର ପ୍ରଥମ ଘରୋଇ ଟେଲିଭିଜନ ନ୍ୟୁଜ୍ ଚ୍ୟାନେଲ ଓଟିଭି। ୧୯୯୭ ମସିହା ଏପ୍ରିଲ ୧୮ ତାରିଖ ଏକ ନୂଆ ପରିଚୟ ନେଇ ଓଡ଼ିଶାବାସୀଙ୍କ ସାମ୍ନାକୁ ଆସିଥିଲା। ଆଉ ସେହିଦିନ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ମହାପ୍ରୟାଣ ଶୋଭାଯାତ୍ରାର ସିଧା ପ୍ରସାରଣ କରି ଓଟିଭି ପ୍ରଥମ କରି ପହଞ୍ଚିଥିଲା ଦର୍ଶକଙ୍କ ପାଖରେ। ଯେଉଁ ସମୟରେ ଓଡ଼ିଶାବାସୀ କେବଳ ସାତଟାରେ ଦୂରଦର୍ଶନରେ ସମାଚାର ଦେଖିବାର ସୁଯୋଗ ପାଉଥିଲେ। ସେ ସମୟରେ ଓଟିଭି ଆରମ୍ଭ କରିଥିଲା ପ୍ରାଇମଟାଇମ୍ ନ୍ୟୁଜ୍ ବୁଲେଟିନ୍ ପ୍ରତିଦିନ, ଟ୍ୱିନି ସିଟିର ରାଜନୀତି, ଅପରାଧ, କଳା ଓ  ସଂସ୍କୃତିକୁ ନେଇ କାର୍ଯ୍ୟକ୍ରମ। ମାତ୍ର ଦିନ କେଇଟା ଭିତରେ ମିଳିଥିଲା ବିପୁଳ ଦର୍ଶକୀୟ ଆଦୃତି।
ଠିକ୍ ୨ବର୍ଷ ପରେ ଓଡ଼ିଶାକୁ ଗ୍ରାସିଥିବା ୧୯୯୯ ମହାବାତ୍ୟା ବେଳର ପ୍ରକୃତିର ପ୍ରଳୟଙ୍କରୀ ରୂପକୁ କ୍ୟାମେରାରେ ତୋଳି ଧରି ପ୍ରଦେଶ, ଦେଶ ଓ ପୃଥିବୀବାସୀଙ୍କୁ ଦେଖାଇଥିଲା ମହାବାତ୍ୟାର ବିଭୀଷିକା। ୨୦୦୬ରେ ପରିଣତ ହୋଇଥିଲା ସ୍ୟାଟେଲାଇଟ୍ ଚ୍ୟାନେଲରେ।
ରାଜୀନୀତି ହେଉ କି ଅର୍ଥନୀତି, ମାଓ ଅପହରଣ ପରି ସାମାଜିକ ସମସ୍ୟା ହେଉ କି ହୁଡ୍ ହୁଡ୍ ଓ ଫାଇଲିନ୍ ପରି ପ୍ରାକୃତିକ ବିପର୍ଯ୍ୟୟ, ଅବା ଖଣି ମହାଲୁଟ୍ ଓ ମର୍ମନ୍ତୁଦ ଦୁର୍ଘଟଣା। ପ୍ରତିଟି ଘଟଣାରେ ପ୍ରତିଟି ମୁହୂର୍ତ୍ତରେ ଓଡ଼ିଶାବାସୀଙ୍କ ପାଖରେ ଠିଆ ହୋଇଛି ଓଟିଭି। ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରୁଥିବା ପ୍ରତିଟି ଖବର ପାଇଁ ଓଟିଭି ପ୍ରତିନିଧି ପହଞ୍ଚିଛନ୍ତି ଗ୍ରାଉଣ୍ଡ ଜିରୋରେ। ଏପରିକି ରାଜ୍ୟ ବାହାରୁ ବି ଓଡ଼ିଆଙ୍କ ଖବର ଆପଣଙ୍କ ନିକଟରେ ପ୍ରଥମେ ପହଞ୍ଚାଉଛି। ଘଟଣାର ପ୍ରତି ପକ୍ଷକୁ ନିଜ ସ୍ୱର ଉପସ୍ଥାପନ କରିବାର ସୁଯୋଗ ଦେଇ ସମସ୍ତଙ୍କ ପାଖରେ ହୋଇପାରିଛି ବିଶ୍ୱାସଯୋଗ୍ୟ। କେବଳ ଖବର ନୁହେଁ, ବହୁ ଲୋକପ୍ରିୟ କରେଣ୍ଟ ଆଫେୟାର୍ସ –ଯେମିତି କି ନ୍ୟୁଜ୍ ଫ୍ୟୁଜ୍, ଆଶାର ଆଲୋକ, ଗ୍ରେଟ ଓଡ଼ିଶା ପଲିଟିକାଲ ସର୍କସ୍, ଆପଣ ଏକା ନୁହଁନ୍ତି ଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଏହା ଧୀରେ ଧୀରେ ପାଲଟି ଯାଇଛି ଓଡ଼ିଶାବାସୀଙ୍କ ଅନ୍ତସ୍ୱର। ଖାଲି ସେତିକି ନୁହେଁ, ସମୟ ଓ ସାଇନ୍ସ ସହ ତାଳ ଦେଇ ପାଲଟିଛି ଟେକ୍ନୋଲୋଜି ସମ୍ପନ୍ନ ନ୍ୟୁଜ୍ ଚ୍ୟାନେଲ। ୟା ଭିତରେ ବିତିଯାଇଛି ୨୧ ବର୍ଷ। ସେ ଦିନର ଶିଶୁ ଆଜି ପାଲଟିଛି ଦାୟିତ୍ୱ ସଂପନ୍ନ ଗଣମାଧ୍ୟମ।
Ordigital Desk
• Published: Wednesday, 18 April 2018
• Updated: 18 April 2018, 11:15 AM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos