୩ ବର୍ଷରେ ୨୪ ଲକ୍ଷ ଟଙ୍କା ଜୋରିମାନା ଦେଇଛନ୍ତି ସୁନା ଦୋକାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟରେ ମୋଟ ୪୮୫୩ଟି ସୁନା ଦୋକାନୀ ରହିଛି। ତେବେ ଏମାନଙ୍କ ମଧ୍ୟରୁ ଅସାଧୁ ସୁନା ଦୋକାନୀଙ୍କଠୁ ପ୍ରାୟ ୨୪ଲକ୍ଷ ଟଙ୍କା ଜୋରିମାନା ଗତ ୩ବର୍ଷ ମଧ୍ୟରେ ଆଦାୟ କରାଯାଇଛି। ଏପରିକି ସେମାନଙ୍କ ବିରୁଦ୍ଧରେ ମୋକଦ୍ଦମା ରୁଜୁ କରଯାଇଥିବା ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ରାଜ୍ୟରେ ସୁନା ଦୋକାନୀଗୁଡ଼ିକରେ ବାର୍ଷିକ ସୁନା,ହୀରା ଓ ଅଳଙ୍କାର ଆଦି ବିକ୍ରିର ପରିମାଣ ଓ ବୃଦ୍ଧି ତଥ୍ୟ ସରକାରଙ୍କ ପାଖରେ ଉପଲବ୍ଧ […]

03gold-1

Manoranjan Sial
  • Published: Wednesday, 19 February 2020
  • , Updated: 19 February 2020, 09:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟରେ ମୋଟ ୪୮୫୩ଟି ସୁନା ଦୋକାନୀ ରହିଛି। ତେବେ ଏମାନଙ୍କ ମଧ୍ୟରୁ ଅସାଧୁ ସୁନା ଦୋକାନୀଙ୍କଠୁ ପ୍ରାୟ ୨୪ଲକ୍ଷ ଟଙ୍କା ଜୋରିମାନା ଗତ ୩ବର୍ଷ ମଧ୍ୟରେ ଆଦାୟ କରାଯାଇଛି। ଏପରିକି ସେମାନଙ୍କ ବିରୁଦ୍ଧରେ ମୋକଦ୍ଦମା ରୁଜୁ କରଯାଇଥିବା ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ରାଜ୍ୟରେ ସୁନା ଦୋକାନୀଗୁଡ଼ିକରେ ବାର୍ଷିକ ସୁନା,ହୀରା ଓ ଅଳଙ୍କାର ଆଦି ବିକ୍ରିର ପରିମାଣ ଓ ବୃଦ୍ଧି ତଥ୍ୟ ସରକାରଙ୍କ ପାଖରେ ଉପଲବ୍ଧ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିବାବେଳେ ଗତ ୩ବର୍ଷ ମଧ୍ୟରେ ଓଜନ ଓ ମାପରେ ଠକେଇ କରୁଥିବା ସୁନା ଦୋକାନୀଙ୍କଠୁ ୨୪ଲକ୍ଷ ଟଙ୍କା ଜୋରିମାନା କରାଯାଇଥିବା ସେ ସୂଚନା ଦେଇଛନ୍ତି।

୨୦୧୬-୧୭ ମସିହାରେ ୫.୮୨ଲକ୍ଷ ଟଙ୍କା, ୨୦୧୭-୧୮ରେ ୧୦.୨୯ଲକ୍ଷ ଟଙ୍କା ଓ ୨୦୧୮-୧୯ରେ ୭.୭୩ଲକ୍ଷ ଟଙ୍କା ଜୋରିମାନା ବିଭିନ୍ନ ଅସାଧୁ ସୁନା ଦୋକାନୀଙ୍କଠୁ ଆଦାୟ ହୋଇଛି। ରାଜ୍ୟ ମାପ ଓ ଓଜନ ବିଭାଗ ପକ୍ଷରୁ ନିୟମିତ ଭାବେ ସୁନା ଦୋକାନୀଗୁଡ଼ିକର ମାପ ଓ ଓଜନ ଯନ୍ତ୍ରକୁ ଯାଞ୍ଚ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି।

Related story