୨୫୦ ଏମ୍‌ବିବିଏସ୍‌ ସିଟ୍‌ରେ ନାମ ଲେଖା ଉପରେ ରୋକ ଲଗାଇଲା ଏମ୍‌ସିଆଇ

ଭୁବନେଶ୍ୱର: ୨୦୧୬-୧୭ ଶିକ୍ଷା ବର୍ଷ ପାଇଁ ରାଜ୍ୟରେ ୨୫୦ ଏମ୍‌ବିବିଏସ୍‌ ସିଟ୍‌ରେ ନାମ ଲେଖା ଉପରେ ମେଡିକାଲ କାଉନସିଲ୍‌ ଅଫ ଇଣ୍ଡିଆ (ଏମ୍‌ସିଆଇ) ରୋକ ଲଗାଇଛନ୍ତି। ଭିତ୍ତିଭୂମି ଠିକ ନ ଥିବା ଦର୍ଶାଇ ଏମ୍‌ସିଆଇ ରାଉରକେଲା ସ୍ଥିତ ହାଇଟେକ୍‌ ମେଡିକାଲ କଲେଜର ୧୦୦, କଳାହାଣ୍ଡି ସର୍ଦ୍ଦାର ରାଜାସ୍‌ ମେଡିକାଲ କଲେଜର ୧୦୦ ଓ ଭୁବନେଶ୍ୱର କିମ୍ସ ମେଡିକାଲର ୫୦ ସିଟ୍‌ ଉପରେ ଏହି ରୋକ ଲଗାଯାଇଛି। କିମ୍ସରେ ୧୫୦ ବଦଳରେ ୧୦୦ ସିଟ୍‌ରେ ନାମ ଲେଖାଇବାକୁ ସୁପ୍ରିମକୋର୍ଟ […]

mci

Rakesh Mallick
  • Published: Tuesday, 02 August 2016
  • , Updated: 02 August 2016, 11:15 PM IST

ଭୁବନେଶ୍ୱର: ୨୦୧୬-୧୭ ଶିକ୍ଷା ବର୍ଷ ପାଇଁ ରାଜ୍ୟରେ ୨୫୦ ଏମ୍‌ବିବିଏସ୍‌ ସିଟ୍‌ରେ ନାମ ଲେଖା ଉପରେ ମେଡିକାଲ କାଉନସିଲ୍‌ ଅଫ ଇଣ୍ଡିଆ (ଏମ୍‌ସିଆଇ) ରୋକ ଲଗାଇଛନ୍ତି। ଭିତ୍ତିଭୂମି ଠିକ ନ ଥିବା ଦର୍ଶାଇ ଏମ୍‌ସିଆଇ ରାଉରକେଲା ସ୍ଥିତ ହାଇଟେକ୍‌ ମେଡିକାଲ କଲେଜର ୧୦୦, କଳାହାଣ୍ଡି ସର୍ଦ୍ଦାର ରାଜାସ୍‌ ମେଡିକାଲ କଲେଜର ୧୦୦ ଓ ଭୁବନେଶ୍ୱର କିମ୍ସ ମେଡିକାଲର ୫୦ ସିଟ୍‌ ଉପରେ ଏହି ରୋକ ଲଗାଯାଇଛି।

କିମ୍ସରେ ୧୫୦ ବଦଳରେ ୧୦୦ ସିଟ୍‌ରେ ନାମ ଲେଖାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୫-୧୬ ଶିକ୍ଷା ବର୍ଷରେ ରାଉରକେଲା ହାଇଟେକ ମେଡିକାଲ କଲେଜରେ ବେଆଇନ ନାମଲେଖା ଅଭିଯୋଗ ନେଇ ସୁପ୍ରିମକୋର୍ଟରେ ମାମଲା ବିଚାରଧୀନ ରହିଛି।

Related story