Advertisment

‘ମହାମାରୀର ଦ୍ୱିତୀୟ ଲହର ସବୁବେଳେ ପୂର୍ବାପେକ୍ଷା ଅଧିକ ତୀବ୍ର ରହିଥାଏ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଭୟଙ୍କର ରୂପ ଧାରଣ କରୁଛି କରୋନା। ପ୍ରତିଦିନ ୫୦୦୦ରୁ ଅଧିକ ଲୋକ ଆକ୍ରାନ୍ତ ହେଉଛନ୍ତି। ଆଜି ରାଜ୍ୟର ସବୁ ରେକର୍ଡ଼ ଭାଙ୍ଗି କରୋନା। ଆଜି ରାଜ୍ୟରେ ୮୩୮୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୦ ଜଣଙ୍କ ଜୀବନ ଯାଇଛି। ଏପରି ସ୍ଥିତିରେ କରୋନା କବଳରୁ କିପରି ରହିବେ ସୁରକ୍ଷିତ? ଆଜି ଏନେଇ ଗୁରୁମନ୍ତ୍ର ଦେଇଛନ୍ତି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି। ସେ କହିଛନ୍ତି-“ମହାମାରୀର ଦ୍ୱିତୀୟ ଲହର ସବୁବେଳେ ପୂର୍ବାପେକ୍ଷା ଅଧିକ […]

author-image
Manoranjan Sial
ଅଦ୍ୟତନ ହୋଇଛି
‘ମହାମାରୀର ଦ୍ୱିତୀୟ ଲହର ସବୁବେଳେ ପୂର୍ବାପେକ୍ଷା ଅଧିକ ତୀବ୍ର ରହିଥାଏ’

Sanghamitra Pati

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଭୟଙ୍କର ରୂପ ଧାରଣ କରୁଛି କରୋନା। ପ୍ରତିଦିନ ୫୦୦୦ରୁ ଅଧିକ ଲୋକ ଆକ୍ରାନ୍ତ ହେଉଛନ୍ତି। ଆଜି ରାଜ୍ୟର ସବୁ ରେକର୍ଡ଼ ଭାଙ୍ଗି କରୋନା। ଆଜି ରାଜ୍ୟରେ ୮୩୮୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୦ ଜଣଙ୍କ ଜୀବନ ଯାଇଛି। ଏପରି ସ୍ଥିତିରେ କରୋନା କବଳରୁ କିପରି ରହିବେ ସୁରକ୍ଷିତ? ଆଜି ଏନେଇ ଗୁରୁମନ୍ତ୍ର ଦେଇଛନ୍ତି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି।

Advertisment

ସେ କହିଛନ୍ତି-“ମହାମାରୀର ଦ୍ୱିତୀୟ ଲହର ସବୁବେଳେ ପୂର୍ବାପେକ୍ଷା ଅଧିକ ତୀବ୍ର ରହିଥାଏ। କୋଭିଡ୍‌ ନିୟମ ମାନିବାରେ ସଂଜମତା ଓ ସତର୍କତାରେ ଲୋକେ ଢିଲା କରନ୍ତୁନାହିଁ। ଯଦି କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଛନ୍ତି, ତାହାହେଲେ ଟେଷ୍ଟ କରାଇ ନିଅନ୍ତୁ। ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇବେ। ନହେଲେ ୪/୫ ଦିନରେ ଟେଷ୍ଟ କରିବେ। ଟେଷ୍ଟ ରିପୋର୍ଟ ନଆସିବା ଯାଏ ନିଜକୁ ଆଇସୋଲେସନରେ ରଖନ୍ତୁ। ସେଲଫ ଆଇସୋଲେସନରେ ରହିବା ସହ ମାସ୍କ ପରିଧାନ କରନ୍ତୁ। କରୋନା ଟିକା ନେଇଥିଲେ ମଧ୍ୟ କାହାର ସଂସ୍ପର୍ଶରେ ଆସିଲେ ଟେଷ୍ଟ କରାଇ ନିଅନ୍ତୁ। ଗୋଟିଏ ପରିବାରର ସମସ୍ତ ଲୋକ ପଜିଟିଭ ଥିଲେ, ଏକାଠି ରହିପାରିବେ। ସମସ୍ତ ପଜିଟିଭ ଏକାଠି ରହିପାରିବେ। କିନ୍ତୁ ମାସ୍କ ପିନ୍ଧିବେ ଓ ଦୂରତ୍ୱ ରଖିବେ।”

ଗତ କିଛି ଦିନ ଧରି ୬ ହଜାର ଟ୍ରେଣ୍ଡରେ ରହିଥିବା କରୋନା ଆଜି ହଠାତ୍‌ ୮ ହଜାରକୁ ଲମ୍ବ ଡିଆଁ ମାରିଛି। ରାଜ୍ୟରେ ଆଜି ୮୩୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୭୮୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩୬୦୮ ଜଣ ଲୋକାଲ୍‌ କେସ୍‌। ଖୋର୍ଦ୍ଧାଜିଲ୍ଲାରୁ ସର୍ବାଧିକ ୧୮୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୯୩୩, କଟକରୁ ୪୯୬, ଝାରସୁଗୁଡ଼ାରୁ ୪୩୩, ନବରଙ୍ଗପୁରରୁ ୩୮୮, ବଲାଙ୍ଗିରରୁ ୩୫୮, ଅନୁଗୋଳରୁ ୩୪୭, ସମ୍ବଲପୁରରୁ  ୩୦୭, ମୟୂରଭଞ୍ଜରୁ ୨୮୯, ଯାଜପୁରରୁ ୨୭୦, ପୁରୀରୁ ୨୫୯, ବରଗଡ଼ରୁ ୨୫୭, ନୂଆପଡ଼ାରୁ ୨୩୩, ଗଞ୍ଜାମରୁ ୨୦୯, ବାଲେଶ୍ୱରରୁ ୨୦୨, କେନ୍ଦୁଝରରୁ ୧୭୫, ଜଗତସିଂହପୁରରୁ  ୧୨୯, କଳାହାଣ୍ଡିରୁ ୧୨୬ ଓ  ଷ୍ଟେଟ୍ ପୁଲ୍‌ରୁ ୩୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment
New Coronavirus Strain