କେଉଁ ଦଳର ଏ ଟଙ୍କା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପ ନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ବିଜେପୁର। ଜୋରସୋରରେ ଚାଲିଛି ପ୍ରଚାର। ବିଶେଷ କରି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଜେପୁର ଜିତିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ପ୍ରାର୍ଥୀମାନେ ଦଳ ବଳ ସହିତ ଶୋଭାଯାତ୍ରା କରି ଘରକୁ ଘର ବୁଲି ଲୋକଙ୍କୁ ମାଗୁଛନ୍ତି ଭୋଟ୍। ବିଜେପୁର ଉପନିର୍ବାଚନ ଜିତିବା ଶାସକ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ପଞ୍ଚାୟତ ନିର୍ବାଚନର ସଫଳତା ‌ଆଧାରରେ ବିଜେପି ମଧ୍ୟ ଏହି ‌ଆସନକୁ […]

nn

Rakesh Mallick
  • Published: Wednesday, 14 February 2018
  • , Updated: 14 February 2018, 05:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପ ନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ବିଜେପୁର। ଜୋରସୋରରେ ଚାଲିଛି ପ୍ରଚାର। ବିଶେଷ କରି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଜେପୁର ଜିତିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ପ୍ରାର୍ଥୀମାନେ ଦଳ ବଳ ସହିତ ଶୋଭାଯାତ୍ରା କରି ଘରକୁ ଘର ବୁଲି ଲୋକଙ୍କୁ ମାଗୁଛନ୍ତି ଭୋଟ୍। ବିଜେପୁର ଉପନିର୍ବାଚନ ଜିତିବା ଶାସକ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ପଞ୍ଚାୟତ ନିର୍ବାଚନର ସଫଳତା ‌ଆଧାରରେ ବିଜେପି ମଧ୍ୟ ଏହି ‌ଆସନକୁ ହାତେଇବାକୁ ଲକ୍ଷ୍ୟ ରଖିଛି।  ସେପଟେ କଂଗ୍ରେସ ବି ପଛରେ ପଡ଼ିନାହିଁ।  ପ୍ରଣୟ ସାହୁ ପ୍ରାର୍ଥୀ ହେବା ପରେ ଦଳ ମଧ୍ୟରେ ଉତ୍ସାହ ଆସିଛି। ଏହା ସହିତ ସ୍ୱାଧୀନ ପ୍ରାର୍ଥୀମାନେ ବି ନିଜ ନିଜ ସାମଥ୍ୟ ଅନୁସାରେ କରୁଛନ୍ତି ପ୍ରଚାର। ଉପନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ ବରଗଡ଼ ଜିଲ୍ଲା ତାଲପାଲି ଛକରୁ ଜବତ ହୋଇଛି ୩ ଲକ୍ଷ ୨୦ ହଜାର ଟଙ୍କା।  ଯାଞ୍ଚ ବେଳେ ୨ଟି କାରରୁ ମିଳିଛି ଏହି ଟଙ୍କା।  ତେବେ କିଏ ଏହି ଟଙ୍କା କେଉଁ ସ୍ଥାନକୁ କାହିଁକି ନେଉଥିଲା, ତାହା ସ୍ପଷ୍ଟ ହୋଇନାହିଁ।

 

Related story