ଗୁରୁପ୍ରିୟା ସେତୁର ତଦାରଖ ଆଳରେ ୩.୭୧ କୋଟି ଖଇରାତି

ଭୁବନେଶ୍ୱର(ପ୍ରକାଶ ସେଠୀ): ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ ଉଦଘାଟନକୁ ୨ବର୍ଷ ପୁରିଲାଣି। କିନ୍ତୁ ଏହି ସେତୁ ନିର୍ମାଣ କାର୍ଯ୍ୟର ତଦାରଖ ଆଳରେ ଏକ ଠିକା ସଂସ୍ଥାକୁ ୩.୭୧ କୋଟି ଟଙ୍କା ଖଇରାତିରେ ବାଣ୍ଟି ଦେଇଛନ୍ତି। ନକ୍ସଲ ସମସ୍ୟା, ମୋବାଇଲ ସଂଯୋଗ ନଥିବା ଓ ଅନୁନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗୁ ଏହି ସଂସ୍ଥା ନିଜର ତଦାରଖ କାର୍ଯ୍ୟ ଠିକ୍ ଭାବେ ସମ୍ପନ୍ନ କରିପାରିନି ବୋଲି ସରକାରୀ ଭାବେ ସଫେଇ ଦିଆଯାଇଥିଲେ ମଧ୍ୟ ଆବଶ୍ୟକ ସେବା ନଦେଇ […]

cm inaugurates gurupriya bridge tomorrow

Manoranjan Sial
  • Published: Thursday, 30 July 2020
  • Updated: 30 July 2020, 08:24 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ ଉଦଘାଟନକୁ ୨ବର୍ଷ ପୁରିଲାଣି। କିନ୍ତୁ ଏହି ସେତୁ ନିର୍ମାଣ କାର୍ଯ୍ୟର ତଦାରଖ ଆଳରେ ଏକ ଠିକା ସଂସ୍ଥାକୁ ୩.୭୧ କୋଟି ଟଙ୍କା ଖଇରାତିରେ ବାଣ୍ଟି ଦେଇଛନ୍ତି। ନକ୍ସଲ ସମସ୍ୟା, ମୋବାଇଲ ସଂଯୋଗ ନଥିବା ଓ ଅନୁନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗୁ ଏହି ସଂସ୍ଥା ନିଜର ତଦାରଖ କାର୍ଯ୍ୟ ଠିକ୍ ଭାବେ ସମ୍ପନ୍ନ କରିପାରିନି ବୋଲି ସରକାରୀ ଭାବେ ସଫେଇ ଦିଆଯାଇଥିଲେ ମଧ୍ୟ ଆବଶ୍ୟକ ସେବା ନଦେଇ ଏତେ ପରିମାଣର ଟଙ୍କା କିଭଳି ସେହି ସଂସ୍ଥାକୁ ଦିଆଗଲା, ତାକୁ ନେଇ ସିଏଜି ଆପତ୍ତି ଉଠାଇଛନ୍ତି।

ମାଲକାନଗିରିର ବିଚ୍ଛିନ୍ନାଂଚଳର ୧୫୧ଟି ଗାଁକୁ ସଂଯୋଗ ପାଇଁ ରାଜ୍ୟ ସରକାର ୧୮୭ କୋଟି ଟଙ୍କା ବ୍ୟୟରେ ୯୧୦ ମିଟର ଲମ୍ବ ଗୁରୁପ୍ରିୟା ସେତୁ ନିର୍ମାଣ କରିଥିଲେ। ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଜୁଲାଇ ୨୬ତାରିଖରେ ଉଦଘାଟନ କରିଥିଲେ। ତେବେ ସିଏଜି ଏହି ସେତୁ ନିର୍ମାଣରେ ହୋଇଥିବା ଖର୍ଚ୍ଚ ଉପରେ ଆପତ୍ତି ଉଠାଇ ସିଏଜି କହିଛନ୍ତି ଯେ, ସରକାର ଚାହିଁଥିଲେ ଏହି ୩.୭୧ କୋଟି ଟଙ୍କାର ଅଯଥା ଖର୍ଚ୍ଚକୁ ରୋକି ପାରିଥାନ୍ତେ। ଏନେଇ ସିଏଜି ମଧ୍ୟ ୨୦୨୦ ମାର୍ଚ୍ଚ ୧୨ ତାରିଖରେ ରାଜ୍ୟ ସରକାରଙ୍କଠୁ ସ୍ପଷ୍ଟୀକରଣ ମାଗିଥିଲେ ମଧ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେଇନଥିଲେ। ଦୀର୍ଘ ୪ମାସ ଚୁପ୍ ରହିବାପରେ ଚଳିତ ମାସ ୧୬ତାରିଖରେ ସିଏଜିଙ୍କ ସ୍ପଷ୍ଟୀକରଣ ଉପରେ ମତାମତ ରଖିବା ନିମନ୍ତେ ମାଲକାନଗିରି ପୂର୍ତ୍ତ ଡିଭିଜନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସିଏଜିଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ମଗାଯାଇଥିବା ସ୍ପଷ୍ଟୀକରଣରେ କୁହାଯାଇଛି ଯେ, କେନ୍ଦ୍ର ସରକାର ୨୦୧୬ ଜାନୁୟାରୀ ପହିଲାରେ ୧୦୦କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ରାଜ୍ୟ ପିଡବ୍ଲ୍ୟୁଡିକୁ ‘ଅଥରିଟି ଇଞ୍ଜିନିୟରିଂ’ ଭାବେ କାର୍ଯ୍ୟ କରିବାକୁ କ୍ଷମତା ନ୍ୟସ୍ତ କରିଥିଲେ। ପରେ ୨୦୧୮ ଫେବୃୟାରୀରୁ ଅକ୍ଟୋବର ପର୍ଯ୍ୟନ୍ତ ୩୦୦କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ରାଜ୍ୟ ପିଡବ୍ଲ୍ୟୁଡି ‘ଅଥରିଟି ଇଞ୍ଜିନିୟର’ କାର୍ଯ୍ୟ ତୁଲାଇବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ କହିଥିଲା। ଏଥିରୁ ଜଣାପଡ଼ୁଛି, ୩୦୦କୋଟି ଟଙ୍କା ପର୍ଯ୍ୟନ୍ତ ଇପିସି ମୋଡରେ ଦିଆଯାଇଥିବା ଠିକା କାର୍ଯ୍ୟର ତଦାରଖ ନିମନ୍ତେ ‘ଅଥରିଟି ଇଞ୍ଜିନିୟର’ ନିଯୁକ୍ତି ଦେବାର କୌଣସି ଆବଶ୍ୟକତା ହିଁ ନଥିଲା । ସେହିପରି ଓଡ଼ିଶା ପିଡବ୍ଲ୍ୟୁଡି କୋଡ୍ ଗାଇଡଲାଇନ୍ ଓ ଅର୍ଥ ବିଭାଗର ସର୍କୁଲାର ୨୦୦୬ ଏପ୍ରିଲ ଓ ୨୦୧୧ ସେପ୍ଟେମ୍ବରର ସର୍କୁଲାର ମଧ୍ୟ ଏଭଳି ବାହାର ସଂସ୍ଥାକୁ ‘ଅଥରିଟି ଇଞ୍ଜିନିୟର’ ଭାବେ ନିଯୁକ୍ତି ଦେବା ଉପରେ କଟକଣା ଜାରି କରିଥିଲେ।

ସିଏଜି ୨୦୨୦ ଫେବୃୟାରୀ ମାସରେ ସମୀକ୍ଷାବେଳେ ଜାଣିବାକୁ ପାଇଛନ୍ତି ଯେ, ରାଜ୍ୟ ପିଡବ୍ଲ୍ୟୁଡି ନିଜର ଏକ ବିଶାଳ ଇଞ୍ଜିନିୟରି ୟୁନିଟ୍ ସହ କାର୍ଯ୍ୟ କରୁଛି। ଇଆଇସି(ସିଭିଲ)ଙ୍କ ତଦାରଖ ଓ ମୁଖ୍ୟଯନ୍ତ୍ରୀଙ୍କ ବୈଷୟିକ ନିୟନ୍ତ୍ରଣରେ ଏହି ଡିଭିଜନ କାମ କରିବା ସହ ବହୁ ବୈଷୟିକ ମାନବସମ୍ବଳ ମଧ୍ୟ ଏହା ଅଧୀନରେ ରହିଛନ୍ତି। ଏସବୁ ସତ୍ତ୍ୱେ ପୂର୍ତ୍ତ ବିଭାଗ ୨୦୧୫ ଡିସେମ୍ବର ମାସରେ ‘ଅର୍କିଟେକ୍ନୋ କନ୍ସଲଟାନ୍ସି ଇଣ୍ଡିଆ ପ୍ରାଃ ଲିଃ’କୁ ୩.୬୭ କୋଟି ଟଙ୍କା ଚୁକ୍ତିରେ ଗୁରୁପ୍ରିୟା ସେତୁର ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ‘ଅଥରିଟି ଇଞ୍ଜିନିୟର’ ଭାବେ ନିଯୁକ୍ତି ଦେଇଥିଲେ। ଚୁକ୍ତି ଅନୁସାରେ ଏହି ଇପିସି ମୋଡରେ କାମ କରୁଥିବା ଠିକା ସଂସ୍ଥାର କାର୍ଯ୍ୟକୁ (୩୦ମାସ ନିର୍ମାଣ କାର୍ଯ୍ୟ ଓ ୨୪ମାସ ରକ୍ଷଣାବେକ୍ଷଣ କାର୍ଯ୍ୟ) ନିମନ୍ତେ ଅର୍କିଟେକ୍ନୋ କନ୍ସଲାଟାନ୍ସିକୁ ନିଯୁକ୍ତି ମିଳିଥିଲା। କିନ୍ତୁ ଚୁକ୍ତି ଅନୁସାରେ ନିର୍ଦ୍ଧାରିତ ଅବଧି ୨୦୧୭ ସେପ୍ଟେମ୍ବର ମାସ ବଦଳରେ ୨୦୧୮ ଜୁନ୍ ୩୦ରେ ସେତୁ ନିର୍ମାଣ କାର୍ଯ୍ୟ ସରିଥିଲା। ଏହି ବିଳମ୍ବ ପାଇଁ ସମ୍ପୃକ୍ତ ସଂସ୍ଥାକୁ କୈଫିୟତ ମାଗିବା ପରିବର୍ତ୍ତେ ତାକୁ ଚୁକ୍ତିଠୁ ଅଧିକ ୧୦ଲକ୍ଷ ଟଙ୍କା ଦିଆଯାଇଥିଲା। ଏପରିକି ଏହି ସଂସ୍ଥା ନିର୍ମାଣ କାର୍ଯ୍ୟବେଳେ ନିଜର ମାତ୍ର ୩ଜଣ ବୈଷୟିକ ଅଧିକାରୀଙ୍କୁ ସେଠାରେ ମୁତୟନ କରିଥିଲା, କିନ୍ତୁ କ୍ୱାଲଟି ସର୍ଭେ କରିବା ପାଇଁ କାହାରିକୁ ଦାୟିତ୍ୱ ଦେଇନଥିଲା। ଏପରି କରି ସରକାରଙ୍କ ସହ ଚୁକ୍ତିକୁ ଖିଲାପ କରିବାକୁ ସମ୍ପୃକ୍ତ ସଂସ୍ଥା ପଛାଇ ନଥିଲା।

ତେବେ ସିଏଜି ଏହି ଅନାବଶ୍ୟକ ଖର୍ଚ୍ଚ ଉପରେ ଆପତ୍ତି ଉଠାଇବା ପରେ ମାଲକାନଗିରି ପୂର୍ତ୍ତ ଡିଭିଜନ ନିର୍ବାହୀ ଅଧିକାରୀ ସିଏଜିଙ୍କୁ କହିଥିଲେ ଯେ, ଇପିସି ଠିକା କାର୍ଯ୍ୟର ତଦାରଖ ନିମନ୍ତେ ‘ଆର୍କିଟେକ୍ନୋ କନ୍ସଲଟାନ୍ସି’କୁ ନିଯୁକ୍ତି ଦେବାକୁ ସରକାର ନୀତିଗତ ନେଇଥିଲେ। ସେତୁ ନିର୍ମାଣ ହେଉଥିବା ଅଂଚଳରେ ନକ୍ସଲ ସମସ୍ୟା, ମୋବାଇଲ ନେଟୱାର୍କ ନଥିବା ଓ ସ୍ୱାସ୍ଥ୍ୟସୁବିଧା ନଥିବାରୁ ସମ୍ପୃକ୍ତ ଅଥରିଟି ଇଞ୍ଜିନିୟରି ସଂସ୍ଥା ‘ଆର୍କିଟେକ୍ନୋ କନ୍‌ସଲାଟାନ୍ସି’ ନିଜର ଆବଶ୍ୟକ ସେବା ଯୋଗାଇବାରେ ସକ୍ଷମ ହୋଇପାରିନି।

ତଥାପି ଏସବୁ ସତ୍ତ୍ୱେ ସେହି ସଂସ୍ଥାକୁ କାହିଁକି ୩.୭୧କୋଟି ଟଙ୍କା ଦିଆଗଲା ସେ ନେଇ ସରକାର ଚୁପ୍ ରହିଛନ୍ତି। ସରକାରଙ୍କଠୁ ଯଥାର୍ଥ ଉତ୍ତର ନପାଇବା ପରେ ସିଏଜି ପୁଣିଥରେ ସମ୍ପୃକ୍ତ ସଂସ୍ଥା ପ୍ରତି ଏଭଳି ଅହେତୁକ ଅନାଗ୍ରହ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story