୩ ବର୍ଷ ପରେ ଗୋଟିଏ ମଞ୍ଚରେ ନବୀନ-ପ୍ୟାରୀ

ବେଗୁନିଆ: ସବୁ କଳ୍ପନାଜଳ୍ପନା ଅନ୍ତ ଘଟିଲା। ଫିଫ୍ଟି ଫିଫ୍ଟି ଚାନ୍ସ ଶତପ୍ରତିଶତ ହେଲା। ଆଉ ଗୁରୁବାର ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଓ ଓଡ଼ିଶା ଜନମୋର୍ଚ୍ଚା ସଭାପତି ତଥା ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କୁ। ଅବସର ଥିଲା ବେଗୁନିଆ ରେଳ ପ୍ରକଳ୍ପର ଉଦଘାଟନ ଉତ୍ସବ। ଆଉ ଏହା ସହିତ ୩ ବର୍ଷ ପରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଲା ଗୋଟିଏ ମଞ୍ଚରେ। ୨୦୧୨ ମେ’୨୯ ଘଟଣା ପରଠାରୁ ଆଉ ଦୁହିଁଙ୍କୁ କୌଣସି ସ୍ଥାନରେ […]

railway

Rakesh Mallick
  • Published: Thursday, 16 July 2015
  • , Updated: 16 July 2015, 01:41 PM IST

ବେଗୁନିଆ: ସବୁ କଳ୍ପନାଜଳ୍ପନା ଅନ୍ତ ଘଟିଲା। ଫିଫ୍ଟି ଫିଫ୍ଟି ଚାନ୍ସ ଶତପ୍ରତିଶତ ହେଲା। ଆଉ ଗୁରୁବାର ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଓ ଓଡ଼ିଶା ଜନମୋର୍ଚ୍ଚା ସଭାପତି ତଥା ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କୁ। ଅବସର ଥିଲା ବେଗୁନିଆ ରେଳ ପ୍ରକଳ୍ପର ଉଦଘାଟନ ଉତ୍ସବ। ଆଉ ଏହା ସହିତ ୩ ବର୍ଷ ପରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଲା ଗୋଟିଏ ମଞ୍ଚରେ। ୨୦୧୨ ମେ’୨୯ ଘଟଣା ପରଠାରୁ ଆଉ ଦୁହିଁଙ୍କୁ କୌଣସି ସ୍ଥାନରେ ଏକାଠି ଦେଖାଯାଇ ନଥିଲା।

ଗତକାଲି ସାଂସଦ ପ୍ୟାରୀମୋହନ ମହାପାତ୍ର କହିଥିଲେ ଯେ ଏହି ଉତ୍ସବକୁ ତାଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ ସେ ଏଥିରେ ଯୋଗଦେବାର ଫିଫ୍ଟି ଫଫ୍ଟି ଚାନ୍ସ ରହିଛି। କାରଣ ସେ ରଥଯାତ୍ରା ପ୍ରସ୍ତୁତି ନେଇ କୋରାପୁଟ ଯିବାର କାର୍ଯ୍ୟକ୍ରମ ରହିଛି। ଯଦି ସେଠାକୁ ନଯାଆନ୍ତି ତା’ହେଲେ ଏହି ଉତ୍ସବକୁ ଯାଇପାରନ୍ତି। ତେବେ ଆଜି ସକାଳେ ସେ ସୂଚନା ଦେଇଥିଲେ ଯେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଆଉ ସେୟା ହୋଇଥିଲା। ତେବେ ମଞ୍ଚରେ ନବୀନ ଓ ପ୍ୟାରୀଙ୍କ ମଧ୍ୟରେ ଆମ୍ନାସାମ୍ନା ହୋଇନଥିଲା। କଥାବାର୍ତ୍ତା ଓ କରମର୍ଦନ ତ ଦୂରର କଥା। ନବୀନ ଓ ପ୍ୟାରୀଙ୍କ ମଧ୍ୟରେ ବସିଥିଲେ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ସେହିପରି ପ୍ରଦୀପ ପ୍ରଜ୍ୱଳନ କଲା ବେଳେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଟିକେ ଦୂରରେ ପ୍ୟାରୀମୋହନ ଛିଡ଼ା ହୋଇଥିଲେ। ପ୍ୟାରୀମୋହନ ପ୍ରଦୀପ ପ୍ରଜ୍ୱଳନ କରିବାକୁ ଆସିବା ବେଳକୁ ମୁଖ୍ୟମନ୍ତ୍ରୀ ନିଜ ଆସନକୁ ଚାଲି ଯାଇଥିଲେ। ସେହିପରି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପଥରେ ପ୍ରଥମ ଟ୍ରେନ୍ ଗଡ଼ିବା ପାଇଁ ସବୁଜ ପତାକା ଦେଖାଇବା ବେଳେ ପ୍ୟାରୀମୋହନ ଓ ନବୀନଙ୍କ ମଧ୍ୟରେ ଥିଲେ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ।

ଆଜି ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ବେଗୁନିଆଠାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଖୋର୍ଦ୍ଧାଠାରୁ ବେଗୁନିଆ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ୩୨ କିଲୋମିଟରର ରେଳ ଲାଇନର ଉଦଘାଟନ କରିବା ସହିତ ଏହି ରେଳପଥରେ ପ୍ରଥମ ପାସେଞ୍ଜର ଟ୍ରେନ ଚଳାଚଳର ଶୁଭାରମ୍ଭ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ବୈଷ୍ଣବ ଚରଣ ପରିଡ଼ା, ଆଇନ୍ ଓ ପଞ୍ଚାୟରାଜ ମନ୍ତ୍ରୀ ଅରୁଣ ସାହୁ ଓ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ।

Related story