କାର୍ ଉପରେ ମାଡ଼ି ଗଲା ଟ୍ରକ୍‌: ଗୋଟିଏ ପରିବାରର ୩ ମୃତ

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନବଭାରତ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଉପରେ ଟ୍ରକ୍ ମାଡି ଯିବାରୁ ଘଟଣାସ୍ଥଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋବିନ୍ଦ ତ୍ରିପାଠୀ, ତାଙ୍କ ପତ୍ନୀ ମୋନାଲିସା ତ୍ରିପାଠୀ ଏବଂ ପୁଅ ସୌରଭ ତ୍ରିପାଠୀ।

ସେମାନେ ଆଣ୍ଡାମାନ ଯାଇଥିଲେ। ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ କାର୍ ଯୋଗେ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ମୃତକ ତାଳଚେର ବଲଣ୍ଡା ଅଞ୍ଚଳର ବୋଲି ଜଣାପଡ଼ିଛି।