ପୁରୀରେ ୫ ଦିନରେ ଦୁଷ୍କର୍ମର ଶିକାର ହେଲେଣି ୩ ନାବାଳିକା

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀରେ ବଢ଼ିବାରେ ଲାଗିଛି ଅରାଜକତା। ଗତ ୫ ଦିନ ମଧ୍ୟରେ ୩ ନିଷ୍ପାପ ନାବାଳିକା ହେଲେଣି ଦୁଷ୍କର୍ମର ଶିକାର । ଲଗାତର ଭାବେ ଏପରି ଘଟଣା ଘଟି ଚାଲିଥିବା ବେଳେ ଆଶା ଆଶଙ୍କାରେ ଦିନ କାଟୁଛନ୍ତି ପୁରୀବାସୀ। ପୁରୀ ଟାଉନ୍‌ ଥାନା ଅଞ୍ଚଳରେ ଗତ ରବିବାର ଜଣେ ୫ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ମହେଶ ମହାନ୍ତିଙ୍କୁ ବାନ୍ଧିଛି ପୁଲିସ୍‌।  ମହେଶର ଗିରଫଦାରୀ  ନେଇ ପୁରୀରେ ଜୋରଦାର ବିରୋଧ ହେବା ପରେ ୪ […]

arrest

Niharika Rout
  • Published: Thursday, 27 January 2022
  • , Updated: 27 January 2022, 01:35 PM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀରେ ବଢ଼ିବାରେ ଲାଗିଛି ଅରାଜକତା। ଗତ ୫ ଦିନ ମଧ୍ୟରେ ୩ ନିଷ୍ପାପ ନାବାଳିକା ହେଲେଣି ଦୁଷ୍କର୍ମର ଶିକାର । ଲଗାତର ଭାବେ ଏପରି ଘଟଣା ଘଟି ଚାଲିଥିବା ବେଳେ ଆଶା ଆଶଙ୍କାରେ ଦିନ କାଟୁଛନ୍ତି ପୁରୀବାସୀ।

ପୁରୀ ଟାଉନ୍‌ ଥାନା ଅଞ୍ଚଳରେ ଗତ ରବିବାର ଜଣେ ୫ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ମହେଶ ମହାନ୍ତିଙ୍କୁ ବାନ୍ଧିଛି ପୁଲିସ୍‌।  ମହେଶର ଗିରଫଦାରୀ  ନେଇ ପୁରୀରେ ଜୋରଦାର ବିରୋଧ ହେବା ପରେ ୪ ଟି ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ୍‌। ବିଭନ୍ନ ସ୍ଥାନରେ ଖୋଜାଖୋଜି ପରେ ଗତକାଲି  ପିପିଲିର କୁର୍କି ଅଞ୍ଚଳରୁ ମହେଶକୁ ଗିରଫ କରିଛି  ପୁଲିସ୍‌।

ଏହାବାଦ ପୁରୀ ବଳିଆପଣ୍ଡା ଅଞ୍ଚଳରେ ମଧ୍ୟ ଜଣେ ୫ ବର୍ଷର ଶିଶୁକନ୍ୟାକୁ ପଡୋଶୀ ଘରର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଶୁଭାଶିଷ ତ୍ରିପାଠୀକୁ ଗିରଫ କରିଥିଲା । ସେହିପରି ଜଣେ ୨ ବର୍ଷର ଶିଶୁକନ୍ୟାକୁ ଅସଦାଚରଣ କରାଯାଇଥିବା ନେଇ  ସମୁଦ୍ର କୂଳ ଥାନା ଅଞ୍ଚଳରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ପୁରୀ ଟାଉନ୍‌ ଥାନା  ଅଞ୍ଚଳରେ ଗତ ରବିବାର ଘଟିଥିବା ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ପୁରୀବାସୀ। ନାବାଳିକାଙ୍କ ବାପା ଜଣେ ରାଜମିସ୍ତ୍ରୀ ହୋଇଥିବା ବେଳେ ଅଭିଯୁକ୍ତଜଣକ ଡ୍ରାଇଭର ଭାବେ କାମ କରନ୍ତି। ଉଭୟ ପରିବାର ପୂର୍ବରୁ ପଡ଼ୋଶୀ ଭାବେ ରହୁଥିବା ବେଳେ ଗତ ରବିବାର ଏକୁଟିଆ ପାଇ ଅଭିଯୁକ୍ତଜଣକ ନାବାଳିକାକୁ ଦୁଷ୍କର୍ମ କରିଥିଲା।

ଏହାପରେ ନାବାଳିକାର ଅବସ୍ଥା ଗୁରୁତର ହେବାରୁ ତାକୁ ପ୍ରଥମେ ପୁରୀ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ଜୋରଦାର ହେବାରେ ଲାଗିଥିଲା ବିରୋଧ । ଏହାପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ୍‌ ଗତକାଲି ତାକୁ ଗିରଫ କରିଛି।

ଏନେଇ ପୁରୀ ଏସ୍‌ପି କହିଛନ୍ତି, ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଚ୍ଚ ଅଧିକାରୀଙ୍କୁ ନେଇ ଗଠିତ ଟିମ୍‌ ଗଠିତ ହୋଇଥିଲା। ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ପରେ ପୁରୀ-ଭୁବନେଶ୍ୱର ବର୍ଡରରୁ ଗତକାଲି ଅଭିଯୁକ୍ତକୁ ଗିରଫ  କରାଯାଇଛି। ଖୁବ୍‌ ଶୀଘ୍ର ତାଙ୍କ ଡାକ୍ତର ମାଇନା କରାଯିବ । ଏଥିସହ  ଆସନ୍ତା ୨୦ ଦିନରେ ଏହି କେସ୍‌ର ଚାର୍ଜସିଟ୍‌ ଦାଖଲ କରାଯିବ । ନାବାଳିକାଙ୍କୁ ନ୍ୟାୟ ପ୍ରଦାନ ପାଇଁ ତ୍ୱରିତ ଶୁଣାଣୀ ପାଇଁ କୋର୍ଟଙ୍କୁ ଅପିଲ୍‌ କରିବୁ । ଏବେ ନାବାଳିକାଙ୍କ ସ୍ଥିତି ସ୍ଥିର ରହିଥିବା କହିଛନ୍ତି ଏସ୍‌ପି।

Related story