ରାଜ୍ୟରେ ଖୋଲିବ ଆଉ ୩ଟି ସାଇବର ଥାନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଖୋଲିବ ଆଉ ୩ଟି ସାଇବର ଥାନା।  ଭୁବନେଶ୍ୱର, ବାଲେଶ୍ୱର ଏବଂ ଜୟପୁରରେ ସାଇବର ଥାନା ପ୍ରତିଷ୍ଠା କରାଯିବା ନେଇ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ଆୟୋଜିତ ୩ ଦିନିଆ ସାଇବର ତଦନ୍ତ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଅବସରରେ ଡିଜିପି ଏହି ସୂଚନା ଦେଇଛନ୍ତି। ଏହାସହ  ରାଜ୍ୟରେ ସାଇବର ମାମଲା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ମାମଲା ଯେଉଁ ଅନୁପାତରେ ବଢ଼ୁଛି, ସେହି ଅନୁପାତରେ ଥାନା ନାହିଁ। ତେଣୁ ସାଇବର […]

rp

Tapas Behera
  • Published: Monday, 17 June 2019
  • , Updated: 17 June 2019, 05:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଖୋଲିବ ଆଉ ୩ଟି ସାଇବର ଥାନା।  ଭୁବନେଶ୍ୱର, ବାଲେଶ୍ୱର ଏବଂ ଜୟପୁରରେ ସାଇବର ଥାନା ପ୍ରତିଷ୍ଠା କରାଯିବା ନେଇ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ଆୟୋଜିତ ୩ ଦିନିଆ ସାଇବର ତଦନ୍ତ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଅବସରରେ ଡିଜିପି ଏହି ସୂଚନା ଦେଇଛନ୍ତି।

ଏହାସହ  ରାଜ୍ୟରେ ସାଇବର ମାମଲା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ମାମଲା ଯେଉଁ ଅନୁପାତରେ ବଢ଼ୁଛି, ସେହି ଅନୁପାତରେ ଥାନା ନାହିଁ। ତେଣୁ ସାଇବର ଥାନା ବଢ଼ିବା ସହ ତଦନ୍ତ ଅଧିକାରୀଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି ପୁଲିସ୍‌ ଡିଜି କହିଛନ୍ତି।

Related story