/odisha-reporter/media/post_attachments/uploads/2022/02/hc.jpg)
justices
କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟରେ ନବ ନିଯୁକ୍ତ ୩ ଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଏସ୍. ମୁରଲୀଧରନ୍ ତିନି ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ଶପଥ ନେଇଥିବା ବିଚାରପତିମାନେ ହେଲେ ଜଷ୍ଟିସ ଭି. ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ ମୁରାହରି ଶ୍ରୀରମଣ ।
ନୂଆ ବିଚାରପତିଙ୍କ ଶପଥ ଗ୍ରହଣ ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । କୋଭିଡ୍ କଟକଣା ଭିତରେ ଅଳ୍ପ ଅତିଥିଙ୍କୁ ନେଇ ଶପଥଗ୍ରହଣ ସମାରୋହ ସଂପନ୍ନ ହୋଇଛି । ଗତ ସପ୍ତାହରେ ୩ ବିଚାରପତିଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ବରିଷ୍ଠ ଆଇନଜୀବୀଙ୍କ ନାଁ ସୁପାରିଶ ହୋଇଥିଲା ।
[caption id="attachment_713622" align="aligncenter" width="650"]
ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ବିଚାରପତି ଓ ଅତିଥି।[/caption]
ଜାନୁଆରି ୨୯ରେ ସୁପ୍ରିମକୋର୍ଟ କଲେଜିୟମ ୪ ଜଣଙ୍କ ନାଁକୁ ମଞ୍ଜୁରୀ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବାକୁ ଗତ ସପ୍ତାହରେ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
