ସିଏମଓରେ ୩ ନୂଆ ଅଫିସର ନିଯୁକ୍ତ, ହିଞ୍ଜିଳି ପାଲଟିଛି ଗେଟୱେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରେ ଆଜି ୩ଜଣ ବରିଷ୍ଠ ଅଫିସରଙ୍କୁ ନୂଆ ନିଯୁକ୍ତି ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ସ୍ୱତନ୍ତ୍ର ସଚିବ ଦିଲ୍ଲୀପ କୁମାର ମହାନ୍ତିଙ୍କ ପୁନଃନିଯୁକ୍ତି ଅବଧିକୁ ବୃଦ୍ଧି କରାନଯିବା ଓ ଜୁନ୍ ୩୦ରେ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅବସର ପରେ (ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଆବାସିକ ଅଫିସରେ ନିଯୁକ୍ତି ମିଳିଛି) ସିଏମଓରେ ଅଫିସରଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜଣେ ଆଇଏଏସ ଓ ଦୁଇଜଣ ଓଏଏସ ଅଫିସରଙ୍କୁ ଅବସ୍ଥାପିତ […]

vinil-krishna

vinil-krishna

Manoranjan Sial
  • Published: Thursday, 09 July 2020
  • Updated: 09 July 2020, 05:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରେ ଆଜି ୩ଜଣ ବରିଷ୍ଠ ଅଫିସରଙ୍କୁ ନୂଆ ନିଯୁକ୍ତି ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ସ୍ୱତନ୍ତ୍ର ସଚିବ ଦିଲ୍ଲୀପ କୁମାର ମହାନ୍ତିଙ୍କ ପୁନଃନିଯୁକ୍ତି ଅବଧିକୁ ବୃଦ୍ଧି କରାନଯିବା ଓ ଜୁନ୍ ୩୦ରେ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅବସର ପରେ (ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଆବାସିକ ଅଫିସରେ ନିଯୁକ୍ତି ମିଳିଛି) ସିଏମଓରେ ଅଫିସରଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜଣେ ଆଇଏଏସ ଓ ଦୁଇଜଣ ଓଏଏସ ଅଫିସରଙ୍କୁ ଅବସ୍ଥାପିତ କରାଯାଇଛି। ତେବେ ସିଏମଓରେ ନିଯୁକ୍ତି ପାଉଥିବା ଅଫିସରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ କାମ କରିବାର ଅଭିଜ୍ଞତା ହିଁ ସେଠାରେ ନିଯୁକ୍ତିର ମାପକାଠି ପାଲଟିଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏକାଧିକ ଦାୟିତ୍ୱରେ ଥିବା ୨୦୦୫ ବ୍ୟାଚ୍ ଆଇଏଏସ ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କୋଭିଡ ପରିଚାଳନା ଓଏସଡି ଭାବେ ନିଯୁକ୍ତି ମିଳିଛି। ସେ ଓଏମସି ପରିଚାଳନା ନିର୍ଦ୍ଦେଶକ, କ୍ରୀଡ଼ା ନିର୍ଦ୍ଦେଶକ ଓ ଓଏମଇସିଏଲ ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ। ଭିନିଲଙ୍କୁ ସିଏମଓରେ ନିଯୁକ୍ତି ପରେ ଲାଗୁଛି, ସତେ ଯେମିତି ଅନ୍ୟ ଅଫିସରମାନେ ସେଠାରେ କାମ କରିବାକୁ ଯୋଗ୍ୟ ନୁହଁନ୍ତି । ତା’ ହୋଇନଥିଲେ ପୂର୍ବରୁ ୩ଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଭିନିଲଙ୍କୁ ସିଏମଓରେ ପୁଣି ଏକ ଅତିରିକ୍ତ ଦାୟିତ୍ୱ ଦିଆଯାଇନଥାନ୍ତା।

ସେହିପରି ଜଳସମ୍ପଦ ବିଭାଗର ଯୁଗ୍ମସଚିବ ଓଏଏସ୍ ଲାଲା ମନୋଜ କୁମାର ରାୟଙ୍କୁ ସିଏମଓରେ ଯୁଗ୍ମ ସଚିବ, କଟକ ଉପଜିଲ୍ଲାପାଳ ଓଏଏସ୍ ଶୁଭ୍ରାଂଶୁ ମିଶ୍ରଙ୍କୁ ସିଏମଓରେ ଉପସଚିବ ଭାବେ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଲ୍ୟାଣ୍ଡ ଅଫିସର ପ୍ରତାପ କୁମାର ବେଉରାଙ୍କୁ କଟକ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ସିଏମଓରେ ଆଜି ନିଯୁକ୍ତି ପାଇଥିବା ଶ୍ରୀ ରାୟ ଓ ଶ୍ରୀ ମିଶ୍ର ପୂର୍ବରୁ ହିଞ୍ଜିଳି ବ୍ଲକର ବିଡିଓ ଭାବେ କାର୍ଯ୍ୟ କରିସାରିଛନ୍ତି। ଏହି ଦୁଇ ଅଫିସରଙ୍କୁ ସିଏମଓରେ ମୁଖ୍ୟତଃ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଦାୟିତ୍ୱ ସମେତ ଅନ୍ୟାନ୍ୟ ଦାୟିତ୍ୱ ଦିଆଯିବାର ସମ୍ଭାବନା ରହିଛି। ଶ୍ରୀ ରାୟ ୨୦୦୭-୦୮ ଏବଂ ଶ୍ରୀ ମିଶ୍ର ୨୦୧୩-୧୪ରେ ହିଞ୍ଜିଳିର ବିଡିଓ ଭାବେ କାର୍ଯ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳୀ ଦାୟିତ୍ୱ ବୁଝୁଥିବା ଦିଲ୍ଲୀପ ମହାନ୍ତିଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇନାହିଁ। ଶ୍ରୀ ମହାନ୍ତି ୨୦୧୬ରେ ଅବସର ନେଇ ଗତ ୪ବର୍ଷ ହେଲା ସିଏମଓରେ ଥଇଥାନ ହୋଇଥିଲେ।

ସୂଚନାଯୋଗ୍ୟ, ଏବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଭିକେ ପାଣ୍ଡିଆନ କାମ କରୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ ପଦବୀ ଖାଲି ପଡ଼ିଛି। ତେବେ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ, ରୂପାରୋଶନ ସାହୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ, ରୀତାରାଣୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ, ଆଦିତ୍ୟ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ମନୋଜ କୁମାର ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସଚିବ ଓ ବିଭୂପ୍ରସାଦ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଉପସଚିବ ଭାବେ ଏବେ କାର୍ଯ୍ୟ କରୁଛନ୍ତି। ଓଏଏସ୍ ମନୋଜ କୁମାର ସ୍ୱାଇଁ ମଧ୍ୟ ହିଞ୍ଜିଳି ବିଡିଓ ଭାବେ କାର୍ଯ୍ୟ କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story