Advertisment

ଲୋକଙ୍କ ଭାବନା ସହ ଖେଳ: ମୁଙ୍ଗେ ପାହାଡ଼କୁ କ୍ରସର ମାଲିକଙ୍କ ହାତକୁ ଟେକିଦେଲେ

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଗାଁ ଲୋକଙ୍କ ଭାବନା ସହିତ ଖେଳ। କ୍ରସର ମାଲିକଙ୍କ ହାତକୁ ଟେକିଦେଲେ ଐତିହ୍ୟ ବହନ କରୁଥିବା ମୁଙ୍ଗେ ପାହାଡ଼। ଯାହାକୁ ବିରୋଧ କରି ଆଜି ୩ଟି ପଞ୍ଚାୟର ଲୋକେ ଗର୍ଜିଥିଲେ। ଆଉ ଘଣ୍ଟାଏରୁ ଅଧିକ ସମୟ ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇ ଚେତାବନୀ ଦେଇଥିଲେ, ସରକାର ଲିଜ୍‌ ବାତିଲ ନକଲେ ସ୍ଥିତି ଭୟଙ୍କର ହେବ। ତେବେ ଏଠି ପ୍ରଶ୍ନ ଉଠୁଛି ମୁଙ୍ଗେ ପାହାଡ଼ ପାଇଁ […]

ଅଦ୍ୟତନ ହୋଇଛି
ଲୋକଙ୍କ ଭାବନା ସହ ଖେଳ: ମୁଙ୍ଗେ ପାହାଡ଼କୁ କ୍ରସର ମାଲିକଙ୍କ ହାତକୁ ଟେକିଦେଲେ

Titlagarh

Advertisment

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଗାଁ ଲୋକଙ୍କ ଭାବନା ସହିତ ଖେଳ। କ୍ରସର ମାଲିକଙ୍କ ହାତକୁ ଟେକିଦେଲେ ଐତିହ୍ୟ ବହନ କରୁଥିବା ମୁଙ୍ଗେ ପାହାଡ଼। ଯାହାକୁ ବିରୋଧ କରି ଆଜି ୩ଟି ପଞ୍ଚାୟର ଲୋକେ ଗର୍ଜିଥିଲେ। ଆଉ ଘଣ୍ଟାଏରୁ ଅଧିକ ସମୟ ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇ ଚେତାବନୀ ଦେଇଥିଲେ, ସରକାର ଲିଜ୍‌ ବାତିଲ ନକଲେ ସ୍ଥିତି ଭୟଙ୍କର ହେବ। ତେବେ ଏଠି ପ୍ରଶ୍ନ ଉଠୁଛି ମୁଙ୍ଗେ ପାହାଡ଼ ପାଇଁ ଗାଁ ଲୋକେ କାହିଁକି ଦେଉଛନ୍ତି ଯୁଦ୍ଧଂ ଦୈହି ଡାକରା? ଏହାର ଉତ୍ତର ଖୋଜିବାକୁ ହେଲେ ଯିବାକୁ ପଡ଼ିବ ବଲାଙ୍ଗିର ଜିଲ୍ଲାକୁ।

Advertisment

ପୂରା ଘଟଣାଟି ଏମିତି। ବଙ୍ଗୋମୁଣ୍ଡା ତହସିଲ ଅଲଣ୍ଡା ଗାଁ ପାଖରେ କେଉଁ କାଳରୁ ଛିଡ଼ା ହୋଇଛି ଐତିହ୍ୟ ବହନ କରୁଥିବା ମୁଙ୍ଗେ ପାହାଡ଼। ଏହି ପାହାଡ଼ରେ ଆତ୍ମଗୋପନ କରୁଥିଲେ ସ୍ୱାଧୀନତା ସଂଗ୍ରାମୀ ଆଲାଣ୍ଡ ଗାଁର ମୋହନ ମାଝୀ। ଯିଏ ବ୍ରିଟିଶ୍‌ ଶାସନ ବିରୋଧରେ ଲଢ଼ିଥିଲେ। ଧରାପଡ଼ିଯିବା ଭୟରେ ସେ ମୁଙ୍ଗେ ପାହାଡ଼ରେ ଆତ୍ମଗୋପନ କରିବା ସହିତ ଦେବାଦେବୀଙ୍କୁ ଆରାଧନା କରୁଥିଲେ। ଏପରିକି ମୁଙ୍ଗେ ପାହାଡ଼ରେ ଥିବା ଗୁମ୍ଫାରେ ଅସ୍ତ୍ରଶସ୍ତ୍ର ଲୋଚାଇ ରଖୁଥିଲେ ସ୍ୱାଧୀନତା ସଂଗ୍ରାମୀ ମୋହନ ମାଝୀ। ଯେଉଁଥିପାଇଁ ମୋହନ ମାଝୀଙ୍କୁ ଧରିପାରୁନଥିଲା ଇଂରେଜ ସରକାର।

[caption id="attachment_782471" align="aligncenter" width="650"]Munga-Hill ଇଏ ସେହି ପାହା; ଯାହା ପାଇଁ ରାସ୍ତାରେ ୩ ପଞ୍ଚାୟତର ଲୋକେ[/caption]

Advertisment

ବହୁ ଛକାପଞ୍ଝା ପରେ ଇଂରେଜ ସରକାର ମୋହନ ମାଝୀଙ୍କୁ ଧରିଥିଲା। ତାଙ୍କୁ ତତ୍କାଳୀନ ଜିଲ୍ଲା ମୁଖ୍ୟାଳୟ ରାୟପୁର ଜେଲରେ(ବର୍ତ୍ତମାନ ଛତିଶଗଡ଼ ରାଜ୍ୟର) ଫାଶୀ ଦେଇଥିଲା ବ୍ରିଟିଶ୍‌ ସରକାର। ମୋହନ ମାଝୀ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର ଏବେ ରାୟପୁର ସଂଗ୍ରହାଳୟରେ ରହିଛି। ସେହି ଦୃଷ୍ଟିରୁ ମୁଙ୍ଗେ ପାହାଡ଼ କେବଳ ଐତିହାସିକ ବହନ କରୁନାହିଁ, ସ୍ଥାନୀୟ ଲୋକଙ୍କ ପାଇଁ ଧର୍ମୀୟ ଓ ପାରମ୍ପରିକ ଗୁରୁତ୍ଵ ବହନ କରୁଛି। ଏହି ପାହାଡ଼ର ଅନେକ ସ୍ଥାନରେ ଅନେକ ଗୁମ୍ଫା ରହିଛି। ବର୍ତ୍ତମାନ ସେହି ଗୁମ୍ଫାରେ ଅନେକ ଦେବାଦେବୀ ପୂଜା ପାଉଛନ୍ତି। ଏହାଛଡ଼ା ଏହି ପହାଡ଼ ପାଖରେ ବହୁ ଚାଷ ଜମି ରହିଛି। ଯଦି ଏଠାରେ କ୍ରସର ସ୍ଥାପନ ହୁଏ, ତା’ହେଲେ ଚାଷୀଙ୍କ ଚାଷ ନଷ୍ଟ ହେବ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି।

[caption id="attachment_782472" align="aligncenter" width="650"]Protest ଲିଜ୍‌ ବାତିଲ ପାଇଁ ଗାଁ ଲୋକେ ଦାବି କରୁଛନ୍ତି[/caption]

ଐତିହାସିକ ମୁଙ୍ଗେ ପାହାଡ଼ରେ କ୍ରସ୍‌ର ସ୍ଥାପନକୁ ବିରୋଧ କରି ସ୍ଥାନୀୟ ଲୋକେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରି ଆସୁଛନ୍ତି। ହେଲେ ପ୍ରଶାସନ କର୍ଣ୍ଣପାତ କରୁନାହିଁ। ଏହାର ପ୍ରତିବାଦରେ ବଙ୍ଗୋମୁଣ୍ଡା ବ୍ଲକ୍‌ର ୩ଟି ପଞ୍ଚାୟତର ଶତାଧିକ ଲୋକ ଆଜି ଟିଟିଲାଗଡ ଘଣ୍ଟାସନୀ ମନ୍ଦିରରେ ଏକତ୍ର ହୋଇଥିଲେ। ପରେ ବିଶାଲ ଶୋଭାଯାତ୍ରାରେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ପରେ ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ତେବେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ତହସିଲଦାର ଦାବିପତ୍ର ଗ୍ରହଣ କରିଥିଲେ। ଲିଜ ବାତିଲ କରିବାକୁ ଦାବି କରିଥିଲେ ଆନ୍ଦୋଳନକାରୀ। ଯଦି ସରକାର ଏଥିପ୍ରତି ଧ୍ୟାନ ନଦିଅନ୍ତି, ତାହାହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି।

ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ଅତିରିକ୍ତ ତହସିଲଦାର କୃଷ୍ଣ କୁମାର ଜେନାଙ୍କୁ ପଚାରିବାରୁ ସେ କହିଥିଲେ, ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ। ଦାବିପତ୍ର ଉପଯୁକ୍ତ ସ୍ଥାନକୁ ପଠାଇ ଦିଆଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe