ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ୩ ଗିରଫ

ନୀଳଗିରି(ଓଡ଼ିଶା ରିପୋର୍ଟର): ନାବାଳିକା ଗଣଦୁଷ୍କର୍ମ ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା ପୁଲିସ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଘଟିଛି। ପୁଲିସ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଥିବା ବେଳେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୋଗରୁ ପ୍ରକାଶ, ଗତ ୫ ତାରିଖରେ ୧୬ ବର୍ଷୀୟ ନାବାଳିକାଙ୍କୁ ୩ ଜଣ ଯୁବକ ଅପହରଣ କରିନେଇଥିଲେ। ପରେ ତାଙ୍କୁ ଗଣଦୁଷ୍କର୍ମ କରି ଅଯୋଧ୍ୟା ଅଞ୍ଚଳରେ ଏକ ଘରେ ରଖିଥିଲେ। ସେପଟେ ଝିଅ ଅପହରଣ ନେଇ […]

minor-1

Manoranjan Sial
  • Published: Tuesday, 08 September 2020
  • , Updated: 08 September 2020, 05:57 PM IST

ନୀଳଗିରି(ଓଡ଼ିଶା ରିପୋର୍ଟର): ନାବାଳିକା ଗଣଦୁଷ୍କର୍ମ ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା ପୁଲିସ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଘଟିଛି। ପୁଲିସ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଥିବା ବେଳେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି।

ଅଭିଯୋଗରୁ ପ୍ରକାଶ, ଗତ ୫ ତାରିଖରେ ୧୬ ବର୍ଷୀୟ ନାବାଳିକାଙ୍କୁ ୩ ଜଣ ଯୁବକ ଅପହରଣ କରିନେଇଥିଲେ। ପରେ ତାଙ୍କୁ ଗଣଦୁଷ୍କର୍ମ କରି ଅଯୋଧ୍ୟା ଅଞ୍ଚଳରେ ଏକ ଘରେ ରଖିଥିଲେ। ସେପଟେ ଝିଅ ଅପହରଣ ନେଇ ମାଆ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ପୀଡ଼ିତାଙ୍କୁ ଅଯୋଧ୍ୟା ଅଞ୍ଚଳରୁ ଉଦ୍ଧାର କରିଥିଲା। ଏହି ଘଟଣାରେ ଧୁସା ସାହୁ, ମଣ୍ଟୁ ଦାସ ଓ ପୁରୋସ୍ତମ ରଣସିହାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related story