Advertisment

ଓଡ଼ିଶା ପାଇଁ ୩ରୁ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ସଂକ୍ରମଣର ସ୍ଥିତି ଉଦବେଗଜନକ ନାହିଁ କିନ୍ତୁ ଆସନ୍ତା ୩ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ସମସ୍ତେ ଏଥିପାଇଁ କୋଭିଡ୍ ଗାଇଡଲାଇନକୁ ପାଳନ କରିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦିଲ୍ଲୀରେ ସଂକ୍ରମଣ ବଢ଼ିବାର ମାସକ ପରେ ଆମର ଏଠି ସଂକ୍ରମଣ ବଢ଼ିଥାଏ । ତେଣୁ ଲୋକମାନେ ଗହଳିପୂର୍ଣ୍ଣ ସ୍ଥାନକୁ ଯିବାରୁ ବିରତ […]

ଅଦ୍ୟତନ ହୋଇଛି
ଓଡ଼ିଶା ପାଇଁ ୩ରୁ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

corona1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ସଂକ୍ରମଣର ସ୍ଥିତି ଉଦବେଗଜନକ ନାହିଁ କିନ୍ତୁ ଆସନ୍ତା ୩ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ସମସ୍ତେ ଏଥିପାଇଁ କୋଭିଡ୍ ଗାଇଡଲାଇନକୁ ପାଳନ କରିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି।

Advertisment

ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦିଲ୍ଲୀରେ ସଂକ୍ରମଣ ବଢ଼ିବାର ମାସକ ପରେ ଆମର ଏଠି ସଂକ୍ରମଣ ବଢ଼ିଥାଏ । ତେଣୁ ଲୋକମାନେ ଗହଳିପୂର୍ଣ୍ଣ ସ୍ଥାନକୁ ଯିବାରୁ ବିରତ ରହିବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ଆଦି ଅବଲମ୍ବନ କରିବାର ଆବଶ୍ୟକତା ରହିଛି । କୋଭିଡ୍ ସଂକ୍ରମଣ ମାମଲା କେତେକ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶାରେ ବର୍ତ୍ତମାନର ସ୍ଥିତି ଉଦବେଗଜନକ ନୁହେଁ । ରାଜ୍ୟରେ ସଂକ୍ରମଣ ହାର, ମୃତ୍ୟୁ ଓ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କ ସଂଖ୍ୟା ବେଶ୍ କମ୍।

କିନ୍ତୁ ଯେହେତୁ ଅନ୍ୟ ରାଜ୍ୟରେ ସଂକ୍ରମଣ ମାମଲା ବୃଦ୍ଧି ପାଉଛି ତେଣୁ ନିହାତି ଜରୁରୀ କାମ ନଥିଲେ ଭିଡ଼ ସ୍ଥାନକୁ ନଯିବା ପାଇଁ ଓ ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି । ଯେଉଁମାନେ ଟୀକା ନେଇନାହାନ୍ତି ସେମାନେ ତୁରନ୍ତ ଏହାକୁ ନେଇଯିବା ଉଚିତ୍ ବୋଲି କହିଛନ୍ତି।

Advertisment

ଅନ୍ୟପକ୍ଷରେ ରାଜ୍ୟ ସରକାର ଟୀକାକରଣ ନିମନ୍ତେ ‘ହର ଘର ଦସ୍ତକ’ ଅଭିଯାନ ଆରମ୍ଭ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ରାଜ୍ୟରେ ୬୦ବର୍ଷରୁ ଅଧିକ ୬ଲକ୍ଷ ୪୩ହଜାର ୪୫୦ଜଣ ବ୍ୟକ୍ତି ନିଜର ଦ୍ୱିତୀୟ ଡୋଜ୍ ନେଇନଥିବାବେଳେ ୬.୪୭ଲକ୍ଷ ଲୋକ ବୁଷ୍ଟର ଡୋଜ୍ ନେଇନଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ,ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ୫ଟି ଜିଲ୍ଲାରେ ଆଜି ୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Corona Cases In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe