ବାସି ଭୋଗ ଖାଇ ୩୦ରୁ ଅଧିକ ଅସୁସ୍ଥ, ଗାଁରେ ପହଞ୍ଚିଲା ମେଡିକାଲ୍‌ ଟିମ୍‌

ଜଳେଶ୍ୱର (ଅଜିତ ଦାସ): ବାସି ଭୋଗ ଖାଇ ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅଞ୍ଚଳରେ ଘଟିଛି। ଅସୁସ୍ଥଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଗାଁରେ ଏବେ ଏକ ମେଡିକାଲ୍‌ ଟିମ୍‌ ମୁତୟନ କରାଯାଇଛି। ଗତ ସୋମବାର ରାତିରେ ବାଲିଆପାଳ ବ୍ଲକ ତାପୁଣ୍ଡିଆ ଗାଁର ନରେନ୍ଦ୍ର ଗିରିଙ୍କ ଘରେ ଶିବ ପୂଜା ହୋଇଥିଲା। ତା’ପର ଦିନ ଅର୍ଥାତ ମଙ୍ଗଳବାର ସକାଳେ ଗାଁ ଲୋକଙ୍କୁ ଉକ୍ତ ଭୋଗ ଦିଆଯାଇଥିଲା। ଭୋଗ ଖାଇବା […]

balasore

Manoranjan Sial
  • Published: Wednesday, 24 July 2019
  • , Updated: 24 July 2019, 09:02 PM IST

ଜଳେଶ୍ୱର (ଅଜିତ ଦାସ): ବାସି ଭୋଗ ଖାଇ ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅଞ୍ଚଳରେ ଘଟିଛି। ଅସୁସ୍ଥଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଗାଁରେ ଏବେ ଏକ ମେଡିକାଲ୍‌ ଟିମ୍‌ ମୁତୟନ କରାଯାଇଛି।

ଗତ ସୋମବାର ରାତିରେ ବାଲିଆପାଳ ବ୍ଲକ ତାପୁଣ୍ଡିଆ ଗାଁର ନରେନ୍ଦ୍ର ଗିରିଙ୍କ ଘରେ ଶିବ ପୂଜା ହୋଇଥିଲା। ତା’ପର ଦିନ ଅର୍ଥାତ ମଙ୍ଗଳବାର ସକାଳେ ଗାଁ ଲୋକଙ୍କୁ ଉକ୍ତ ଭୋଗ ଦିଆଯାଇଥିଲା। ଭୋଗ ଖାଇବା ପରେ ଗାଁ ଲୋକେ ଅସୁସ୍ଥ ହୋଇପଡ଼ିଥିଲେ। ଝାଡ଼ାବାନ୍ତି ହେବାରୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ସ୍ଥିତି ବିଗୁଡ଼ୁଥିବା ଦେଖି ଉକ୍ତ ଗାଁକୁ ଏକ ମେଡିକାଲ୍‌ ଟିମ୍‌ ପଠାଯାଇଛି।

ଡାକ୍ତରମାନେ ରୋଗୀଙ୍କୁ ସାଲାଇନ୍‌ ଦେବା ସହିତ ଔଷଧ ଦେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଉକ୍ତ ଗାଁର ୩୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି। ଏବେ ମଧ୍ୟ ଆଉ କେତେକ ବ୍ୟକ୍ତି ଚିକିତ୍ସିତ ହେବା ପାଇଁ ଆସୁଥିବା ଦେଖିବାକୁ ମିଳିଛି

Related story