ପୁଲିସ୍‌ ଛାଉଣୀରେ ବାଲେଶ୍ୱର ଜିଲ୍ଲା, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ୩୨ ଅଟକ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ ଉପରକୁ ଅଣ୍ଡା ମାଡ଼ ହେବା ପରେ ଏହି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ତତ୍ପର ହୋଇ ଉଠିଛି ପୁଲିସ୍‌।  ଆଜି ମୁଖ୍ୟମନ୍ତ୍ରୀଙ୍କ  ବାଲେଶ୍ୱର ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ପୁଲିସ୍ ଛାଉଣୀରେ ପାଲଟି ଯାଇଛି ପୁରା ସହର। ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବେଳେ କେବଳ ୨୫ […]

police

Niharika Rout
  • Published: Friday, 26 November 2021
  • , Updated: 26 November 2021, 08:30 AM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ ଉପରକୁ ଅଣ୍ଡା ମାଡ଼ ହେବା ପରେ ଏହି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ତତ୍ପର ହୋଇ ଉଠିଛି ପୁଲିସ୍‌।  ଆଜି ମୁଖ୍ୟମନ୍ତ୍ରୀଙ୍କ  ବାଲେଶ୍ୱର ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ପୁଲିସ୍ ଛାଉଣୀରେ ପାଲଟି ଯାଇଛି ପୁରା ସହର। ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବେଳେ କେବଳ ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ । ସଭା ସ୍ଥଳ ଓ ଚାରିପଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଗଣ୍ଡଗୋଳ ସୃଷ୍ଟି କରିବା ଆଶଙ୍କାରେ ପୂର୍ବରୁ ୩୨ ଜଣଙ୍କୁ ଉଠାଇ ନେଇଛି ପୋଲିସ୍ । ଉଭୟ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ପୋଲିସ୍ ଉଠାଇ ନେଇଥିବା ଜଣାଯାଇଛି।

ଏହାବାଦ ବାଲେଶ୍ୱର ଆଇଟିଆଇଠାରୁ ପୋଲିସ୍ ଲାଇନ୍ ଯାଏଁ ରାସ୍ତା ବ୍ଲକେଜ୍ କରାଯାଇଛି । ବିଭିନ୍ନ ସ୍ଥାନରେ ସାଧା ପୋଷାକଧାରୀ ପୁଲିସ୍ ମୁତୟନ ରହିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ବାଲେଶ୍ୱରରେ BSKY କାର୍ଡ ହିତାଧିକାରୀଙ୍କୁ ବାଣ୍ଟିବେ । ଏହା ବ୍ୟତୀତ ୧୧ ଶହ କୋଟି ଟଙ୍କା ବ୍ୟୟରେ ୧୦୯ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ସେପଟେ ଆଜିର  କାର୍ଯ୍ୟକ୍ରମରେ ଯୋଗ ଦେବେନି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଦିଲ୍ଲୀରେ ଅନ୍ୟ କାର୍ଯ୍ୟକ୍ରମ ଥିବାରୁ ସେ ଆଜି ଉପସ୍ଥିତ ରହିବେନି ବୋଲି ସୂଚନା ଦେଇଛନ୍ତି ।

Related story