ବିଭାଗରେ ନାହିଁ ତାଳମେଳ: ଅଟକିଛି ୧୫ ଜିଲ୍ଲାରେ ୭ ହଜାର କୋଟି ଟଙ୍କାର ୩୨ଟି ମେଗା ପାନୀୟ ପ୍ରକଳ୍ପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ପ୍ରଚାରସର୍ବସ୍ୱ ନୀତି ଓ ବିଭାଗଗୁଡ଼ିକ ମଧ୍ୟରେ ତାଳମେଳ ଅଭାବରୁ ଟେଣ୍ଡର ହୋଇସାରିଥିବା ପ୍ରାୟ ୭ହଜାର କୋଟି ଟଙ୍କାର ୩୨ଟି ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପ ଏବେ ଅଧାପନ୍ତରିଆ ହୋଇ ପଡ଼ିରହିଛି। ୧୫ଟି ଜିଲ୍ଲାରେ ଏହି ମେଗା ପାନୀୟ ପ୍ରକଳ୍ପ କାର୍ଯ୍ୟ ଅଟକି ରହିଥିବାବେଳେ ସରକାରୀସ୍ତରରେ ଏସବୁର ତ୍ୱରିତ୍ ସମାଧାନ ହୋଇପାରୁନଥିବାରୁ ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ଗ୍ରାମାଂଚଳର ପ୍ରତ୍ୟେକ ଘରକୁ ଟ୍ୟାପ୍ ପାଣି ଯୋଗାଣ ଲକ୍ଷ୍ୟ ପୂରଣ ହେବାର ସମ୍ଭାବନା […]

water project

water project

Ordigital Desk
  • Published: Wednesday, 06 October 2021
  • Updated: 06 October 2021, 09:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ପ୍ରଚାରସର୍ବସ୍ୱ ନୀତି ଓ ବିଭାଗଗୁଡ଼ିକ ମଧ୍ୟରେ ତାଳମେଳ ଅଭାବରୁ ଟେଣ୍ଡର ହୋଇସାରିଥିବା ପ୍ରାୟ ୭ହଜାର କୋଟି ଟଙ୍କାର ୩୨ଟି ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପ ଏବେ ଅଧାପନ୍ତରିଆ ହୋଇ ପଡ଼ିରହିଛି। ୧୫ଟି ଜିଲ୍ଲାରେ ଏହି ମେଗା ପାନୀୟ ପ୍ରକଳ୍ପ କାର୍ଯ୍ୟ ଅଟକି ରହିଥିବାବେଳେ ସରକାରୀସ୍ତରରେ ଏସବୁର ତ୍ୱରିତ୍ ସମାଧାନ ହୋଇପାରୁନଥିବାରୁ ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ଗ୍ରାମାଂଚଳର ପ୍ରତ୍ୟେକ ଘରକୁ ଟ୍ୟାପ୍ ପାଣି ଯୋଗାଣ ଲକ୍ଷ୍ୟ ପୂରଣ ହେବାର ସମ୍ଭାବନା କ୍ଷୀଣ। ଏବେସୁଦ୍ଧା ଗ୍ରାମାଂଚଳରେ ୩୪ ପ୍ରତିଶତ ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ହୋଇଥିବାବେଳେ ୧୦୦ ପ୍ରତିଶତ ଘରକୁ ଟ୍ୟାପରେ ପାଣି ଯୋଗାଣ ନିମନ୍ତେ ରାଜ୍ୟ ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଅନ୍ୟ ବିଭାଗଗୁଡ଼ିକର ସହଯୋଗ ଲୋଡ଼ିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ସରକାରଙ୍କ ଯୋଜନା ଘୋଷଣା କରିବାର ମୋହ ଓ ପ୍ରଚାରସର୍ବସ୍ୱ ନୀତି ଯୋଗୁ ୧୫ଟି ଜିଲ୍ଲାରେ ଟେଣ୍ଡର ହୋଇସାରିଥିବା ପ୍ରାୟ ୩୨ଟି ମେଗା ପାଇପ୍ ପାନୀୟ ପ୍ରକଳ୍ପ କାର୍ଯ୍ୟ ଏବେ ବିଭିନ୍ନ କାରଣରୁ ବନ୍ଦ ହୋଇପଡ଼ିଛି। ଏସବୁ ପ୍ରକଳ୍ପର ଦାମ ପ୍ରାୟ ୭ହଜାର କୋଟି ଟଙ୍କା ହୋଇଥିବାବେଳେ ଟେଣ୍ଡର ଚୂଡ଼ାନ୍ତ ପୂର୍ବରୁ ରାଜ୍ୟ ସରକାର କିଭଳି ଏସବୁ ଟେକନିକାଲ ଦିଗ ପ୍ରତି ଦୃଷ୍ଟି ଦେଇନଥିଲେ ଓ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କାହିଁକି ହୋଇପାରୁନି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ପଂଚାୟତିରାଜ ସଚିବ ଶ୍ରୀ ମୀନା ଗତ ସପ୍ତାହରେ ଏନେଇ ଜଳସମ୍ପଦ ସଚିବ ଅନୁ ଗର୍ଗଙ୍କୁ ଚିଠି ଲେଖି ଗ୍ରାମାଂଚଳରେ ପାଇପ୍ ପାନୀୟଜଳ ଯୋଗାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ସହଯୋଗ ଲୋଡ଼ିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାର ପ୍ରତିମାସରେ ଏହି କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରୁଛନ୍ତି।

ଗ୍ରାମାଂଚଳର ୬୦ ପ୍ରତିଶତ ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ଟେଣ୍ଡର କାର୍ଯ୍ୟ ସରିଛି । ଯାହାକୁ ପ୍ରକଳ୍ପୱାରି ସମୀକ୍ଷା କରାଯାଉଛି । କିନ୍ତୁ ଏହି ପ୍ରକଳ୍ପ କାର୍ଯ୍ୟଗୁଡ଼ିକ ମନ୍ଥର ହେବା ପଛରେ ଅନ୍ୟ ବିଭାଗଗୁଡ଼ିକ ସହ ରହିଥିବା ସମସ୍ୟା ଯୋଗୁ ହେଉଛି । ବିଶେଷକରି କେଉଁଠି ନଦୀରୁ ପାଣି ନେବା ପାଇଁ ଜଳସମ୍ପଦ ବିଭାଗ ଏନଓସି ଦେଉନି ତ କେଉଁଠି ଜଳସମ୍ପଦ ବିଭାଗର ଜମି ଉପରେ ପାଣି ପାଇପ୍ ବିଛାଇବାକୁ ଅନୁମତି ମିଳୁନି। ଏଭଳି ଅନେକ ସମସ୍ୟା ରହିଛି, ଯେଉଁଥିପାଇଁ କ୍ଷେତ୍ରସ୍ତରରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନି। ରାଜ୍ୟ ସରକାର ୨୦୨୨ ମାର୍ଚ୍ଚରୁ ୨୦୨୩ ମାର୍ଚ୍ଚ ମଧ୍ୟରେ ଅଧିକାଂଶ ଜିଲ୍ଲାକୁ ଶତପ୍ରତିଶତ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ଶ୍ରୀ ମୀନା କହିଛନ୍ତି ।

ଅଟକି ରହିଥିବା ମେଗା ପାନୀୟ ପ୍ରକଳ୍ପ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ୯୭୯.୮୨କୋଟି ଟଙ୍କା, ଅନୁଗୁଳରେ ୩୬୮.୯୩ କୋଟି ଟଙ୍କା, ଖୋର୍ଦ୍ଧାରେ ୨୫୪.୮୨କୋଟି ଟଙ୍କା, କୋରାପୁଟରେ ୩୧୬.୫୩ କୋଟି ଟଙ୍କା, ଯାଜପୁରରେ ୩୫୩.୭୨କୋଟି ଟଙ୍କା, ନୟାଗଡ଼ରେ ୪୭୨.୧୫କୋଟି ଟଙ୍କା, ବରଗଡ଼ ଜିଲ୍ଲାରେ ୫୦୮.୭୫କୋଟି ଟଙ୍କା ସମେତ ମୋଟ ୩୨ଟି ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପ ଅଟକି ରହିଛି ବୋଲି ଶ୍ରୀ ମୀନା ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ, ପ୍ରତ୍ୟେକ ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାକୁ ସର୍ବାଧିକ ଅନୁଦାନ ଦେଇଥିବାବେଳେ ରାଜ୍ୟ ସରକାର ସେସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ଆବଶ୍ୟକ ବୈଧତାକୁ ଯାଂଚ ନକରି ଟେଣ୍ଡର ପ୍ରଦାନ କରୁଥିବାରୁ ଏଭଳି ସମସ୍ୟା ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story