Advertisment

‘ଜୁନ୍ ଶେଷ ସପ୍ତାହରୁ ଦୈନିକ ୩ଲକ୍ଷ ଲୋକଙ୍କୁ ଦିଆଯିବ ଟିକା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁହିକ ଟିକାକରଣ ଓ କୋଭିଡ୍ ଗାଇଡଲାଇନ୍ ପାଳନ ମାଧ୍ୟମରେ ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ଲକ୍ଷ୍ୟ ରଖିଥିବା ରାଜ୍ୟ ସରକାର ଚଳିତମାସ ଶେଷ ସପ୍ତାହରୁ ଦୈନିକ ୩ଲକ୍ଷ ଲୋକଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆସନ୍ତା ସପ୍ତାହରୁ ରାଜ୍ୟକୁ ଆହୁରି ଟିକା ଆସିବ। ତୃତୀୟ ଲହରର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି। […]

ଅଦ୍ୟତନ ହୋଇଛି
ଟିକା ନେଲେ ମିଳିବ ୧୦ କୋଟି ଟଙ୍କା!

vaccine

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁହିକ ଟିକାକରଣ ଓ କୋଭିଡ୍ ଗାଇଡଲାଇନ୍ ପାଳନ ମାଧ୍ୟମରେ ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ଲକ୍ଷ୍ୟ ରଖିଥିବା ରାଜ୍ୟ ସରକାର ଚଳିତମାସ ଶେଷ ସପ୍ତାହରୁ ଦୈନିକ ୩ଲକ୍ଷ ଲୋକଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆସନ୍ତା ସପ୍ତାହରୁ ରାଜ୍ୟକୁ ଆହୁରି ଟିକା ଆସିବ।

Advertisment

ତୃତୀୟ ଲହରର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି। ଜିଲ୍ଲାପାଳ ଓ ସିଡିଏମଓମାନଙ୍କୁ ଏହି ଏସଓପି ପଠାଇ ଦିଆଯାଇଛି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ଓ ମେଡିସିନ୍ ମହଜୁଦ୍ ରଖାଯାଇଛି। ଶିଶୁମାନଙ୍କ ଚିକିତ୍ସା ପାଇଁ ଟ୍ରେନିଂ କାମ ସରିଛି। ଶିଶୁଙ୍କ ଚିକିତ୍ସା ପାଇଁ ବିଶେଷ ଭାବେ ଧ୍ୟାନ ଦେବାକୁ କୁହାଯାଉଛି। ଶିଶୁଙ୍କ ନିମନ୍ତେ ଏବେ ୨୯୩୦ଟି ବେଡ୍ ଓ ୬୧୦ଟି ଆଇସିୟୁ ବେଡ୍ ପ୍ରସ୍ତୁତ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଆଜି ସୁଦ୍ଧା ମୋଟ ୯୫ଲକ୍ଷ ୧୬ହଜାର ୬୬୯ଟି ଡୋଜ୍ ଟିକା ରାଜ୍ୟବାସୀଙ୍କୁ ପ୍ରଦାନ କରାଯାଇଛି। ଏଥିରେ ୧୮ରୁ ୪୪ବର୍ଷ ବୟସର ୧୨ଲକ୍ଷ ୧୪ହଜାର ୫୩୩ଜଣଙ୍କୁ ପ୍ରଥମ ଡୋଜ୍ ଓ ୧ଲକ୍ଷ ୪ହଜାର ୩୯୬ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଥିବାବେଳେ ୪୫ବର୍ଷ ବା ତଦୁର୍ଦ୍ଧ୍ୱ ବୟସର ୫୭ଲକ୍ଷ ୪୧ହଜାର ୭୫୧ଜଣଙ୍କୁ ପ୍ରଥମ ଡୋଜ୍ ଓ ୧୨ଲକ୍ଷ ୫୬ହଜାର ୮୩୧ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି। ଆସନ୍ତାକାଲି ରାଜ୍ୟର ୯୯୬ଟି ଟିକାକରଣ କେନ୍ଦ୍ରରେ କୋଭିଡ୍ ଟିକା ପ୍ରଦାନ କରାଯିବ।

Advertisment

ରାଜ୍ୟରେ ଆଜିସୁଦ୍ଧା ଭାରତ ସରକାର ଦେଇଥିବା ୩ଲକ୍ଷ ୧୮ହଜାର ୯୭୦ ଡୋଜ୍ କୋଭିଶିଲଡ୍ ଓ ୫୪,୮୬୦ ଡୋଜ୍ କୋଭାକ୍ସିନ୍ ଥିବାବେଳେ ଓଡ଼ିଶା ସରକାର ନିଜେ କିଣିଥିବା ୪ଲକ୍ଷ ୨୩ହଜାର ୨୦୦ ଡୋଜ୍ କୋଭିଶିଲଡ୍ ଓ ୩ଲକ୍ଷ ୭୩ହଜାର ୨୧୦ ଡୋଜ୍ କୋଭାକ୍ସିନ୍ ରହିଛି। ରାଜ୍ୟର ୮୮.୩% ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଟିକାକରଣ ହୋଇସାରିଛି ବୋଲି ଜଣାପଡ଼ିଛି।

Covid Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe