ତୃତୀୟ ଦିନରେ ବାନା ବାବା ଆଶ୍ରମ ଉଚ୍ଛେଦ

କୋଣାର୍କ: କୋଣାର୍କ ଦର୍ଶନୀବନ୍ତରେ ଥିବା ବାନା ବାବାଙ୍କ ଆଶ୍ରମରେ ଆଜି ପୁଣି ଜବରଦଖଲ ଉଚ୍ଛେଦ ଚାଲିଛି। ଏସିଏଫ୍‌, ରେଞ୍ଜର ଓ ବନ ବିଭାଗର ୮୦ ଜଣ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ  ଘଟଣାସ୍ଥଳରେ ୬ ପ୍ଲାଟୁନ ଫୋର୍ସ ମୁତୟନ ମଧ୍ୟ କରାଯାଇଛି। ଶୁକ୍ରବାର ବାନାବାବା ଆଶ୍ରମ ଜବରଦଖଲ ଉଚ୍ଛେଦବେଳେ ବାବାଙ୍କ ସମର୍ଥକ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍ ବାନା ବାବାଙ୍କ ୨୫ ଜଣ ସମର୍ଥକଙ୍କୁ ଗିରଫ କରି କୋର୍ଟ ଚାଲାଣ […]

bana-baba

Rakesh Mallick
  • Published: Sunday, 05 June 2016
  • , Updated: 05 June 2016, 11:10 AM IST

କୋଣାର୍କ: କୋଣାର୍କ ଦର୍ଶନୀବନ୍ତରେ ଥିବା ବାନା ବାବାଙ୍କ ଆଶ୍ରମରେ ଆଜି ପୁଣି ଜବରଦଖଲ ଉଚ୍ଛେଦ ଚାଲିଛି। ଏସିଏଫ୍‌, ରେଞ୍ଜର ଓ ବନ ବିଭାଗର ୮୦ ଜଣ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ  ଘଟଣାସ୍ଥଳରେ ୬ ପ୍ଲାଟୁନ ଫୋର୍ସ ମୁତୟନ ମଧ୍ୟ କରାଯାଇଛି।

ଶୁକ୍ରବାର ବାନାବାବା ଆଶ୍ରମ ଜବରଦଖଲ ଉଚ୍ଛେଦବେଳେ ବାବାଙ୍କ ସମର୍ଥକ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍ ବାନା ବାବାଙ୍କ ୨୫ ଜଣ ସମର୍ଥକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

୧୯୯୯ ମସିହାରୁ ବାନା ବାବା ପ୍ରାୟ ୨୦ ଏକର ଜମିରେ ଆଶ୍ରମ ପ୍ରତିଷ୍ଠା କରି ରହି ଆସୁଥିଲେ। ସେ ଜଙ୍ଗଲ ଜମି ଜବରଦଖଲ କରିଥିବା ଅଭିଯୋଗ ହେବା ପରେ ଗତ ବର୍ଷ ସେପ୍ଟେମ୍ବର ମାସରେ ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବାନା ବାବାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ବନ ବିଭାଗ ଏଠାରେ ଥିବା ଅଟ୍ଟାଳିକାରେ ନିଜର ସେକ୍ସନ ଅଫିସ୍ ଖୋଲିଥିଲା। ତେବେ ବାନା ବାବାଙ୍କ ସମର୍ଥକ ଓ ବନ ବିଭାଗ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା।

Related story