ବୋଲେରୋ ଧକ୍କାରେ ପୁଅ ମୃତ, ମା-ଝିଅ ଗୁରୁତର

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଦାନ୍ତଲିଙ୍ଗି ଗାଁ ନିକଟରେ ବୋଲେରୋ ଧକ୍କାରେ ଏକ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ବେଳେ ତା’ ମା’ ଓ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ମହିଳା ଜଣଙ୍କ ପୁଅଝିଅଙ୍କୁ ଧରି ଚର୍ଚ୍ଚକୁ ପ୍ରାର୍ଥନା କରିବାକୁ ଯାଉଥିଲେ। ଏହି ସମୟରେ ଗାଁ ଆମ୍ବ ତୋଟା ନିକଟରେ ସାମ୍ନା ପଟରୁ ଆସୁଥିବା ଏକ ବୋଲରେ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଶିଶୁ ପୁତ୍ରଟିର ଘଟଣାସ୍ଥଳରେ […]

Police Station

Jitendra Garnayak
  • Published: Tuesday, 31 May 2022
  • , Updated: 31 May 2022, 08:22 PM IST

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଦାନ୍ତଲିଙ୍ଗି ଗାଁ ନିକଟରେ ବୋଲେରୋ ଧକ୍କାରେ ଏକ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ବେଳେ ତା’ ମା’ ଓ ଭଉଣୀ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ମହିଳା ଜଣଙ୍କ ପୁଅଝିଅଙ୍କୁ ଧରି ଚର୍ଚ୍ଚକୁ ପ୍ରାର୍ଥନା କରିବାକୁ ଯାଉଥିଲେ। ଏହି ସମୟରେ ଗାଁ ଆମ୍ବ ତୋଟା ନିକଟରେ ସାମ୍ନା ପଟରୁ ଆସୁଥିବା ଏକ ବୋଲରେ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଶିଶୁ ପୁତ୍ରଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ମୃତ ଶିଶୁର ମା’ ଓ ଭଉଣୀଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ପୁଲିସ ଶିଶୁଟିର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଇଛି। ଏହା ସହିତ ବୋଲେରୋ ଚାଳକକୁ ଅଟକ ରଖି ପଚରାଉଚରା କରୁଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା।

Related story