ଗଞ୍ଜାମରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ୪୦ ହଜାର ଲୋକ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ ୪୦ ହଜାର ଲୋକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଜିଲ୍ଲାକୁ ପ୍ରବାସୀ ଓଡ଼ିଆଙ୍କ ପ୍ରବେଶ ପରେ ସ୍ଥିତି ସଙ୍ଗୀନ ହୋଇଛି। ଭିଡିଓ କନ୍‌ଫରେନ୍ସିଂରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ ଆଲୋଚନା କରିବା ଅବସରରେ ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ଜିଲ୍ଲାପାଳ କହିଛନ୍ତି, ଜିଲ୍ଲାରେ ୨୯୮୩ଟି କ୍ୱାରେଣ୍ଟାଇନ୍ କେନ୍ଦ୍ର କରାଯାଇଛି। କ୍ୱାରେଣ୍ଟାଇନ୍‌ ସେଣ୍ଟର ନିକଟବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି। କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଯେଭଳି କେହି ଖସି […]

ganjam

ganjam

Jitendra Garnayak
  • Published: Sunday, 10 May 2020
  • Updated: 10 May 2020, 02:24 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ ୪୦ ହଜାର ଲୋକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଜିଲ୍ଲାକୁ ପ୍ରବାସୀ ଓଡ଼ିଆଙ୍କ ପ୍ରବେଶ ପରେ ସ୍ଥିତି ସଙ୍ଗୀନ ହୋଇଛି। ଭିଡିଓ କନ୍‌ଫରେନ୍ସିଂରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ ଆଲୋଚନା କରିବା ଅବସରରେ ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।

ଜିଲ୍ଲାପାଳ କହିଛନ୍ତି, ଜିଲ୍ଲାରେ ୨୯୮୩ଟି କ୍ୱାରେଣ୍ଟାଇନ୍ କେନ୍ଦ୍ର କରାଯାଇଛି। କ୍ୱାରେଣ୍ଟାଇନ୍‌ ସେଣ୍ଟର ନିକଟବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି। କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଯେଭଳି କେହି ଖସି ନପଳାନ୍ତି, ସେଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସେ ଆହୁରି କହିଛନ୍ତି, ଜିଲ୍ଲାରେ ଯେତେ ଲୋକଙ୍କର କରୋନା ପଜିଟିଭ୍ ବାହାରିଛି ସମସ୍ତେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲା। ତେଣୁ ଏତେ ଚିନ୍ତା କରିବାର କିଛି କାରଣ ନାହିଁ। କେବଳ ଲୋକଙ୍କୁ ସଜାଗ ରହିବାକୁ ପଡ଼ିବ।

ଏହା ସହିତ କ୍ୱାରେଣ୍ଟାଇନ୍‌ କେନ୍ଦ୍ରକୁ ଯିବାକୁ ଲୋକଙ୍କୁ ପୁଣି ବାରଣ କରିଛନ୍ତି ଜିଲ୍ଲାପାଳ। ସେ କହିଛନ୍ତି, ଯିଏ କ୍ୱାରେଣ୍ଟାଇନ୍‌ କେନ୍ଦ୍ର ବୁଲିବାକୁ ଯିବ ତାଙ୍କୁ ଧରି ଦୂର କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ରଖାଯିବ।

ଜିଲ୍ଲାପାଳ କହିଛନ୍ତି, ପ୍ରବାସ ଫେରନ୍ତାଙ୍କ ପାଇଁ ଜିଲ୍ଲାରେ ସବୁ ପ୍ରକାର ବ୍ୟବସ୍ଥା ହୋଇଛି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବାଚସ୍ପତି କିଛି ପରାମର୍ଶ ଦେଇଛନ୍ତି। ସେ ଦିଗରେ ଆମେ ପଦକ୍ଷେପ ନେବୁ।

ରାଜ୍ୟର ତୃତୀୟ କରୋନା ମୃତକ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଏ ନେଇ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ ସେହି ବ୍ୟକ୍ତି କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିଲେ। ଅନ୍ୟ ଔଷଧ ସେବନ ଯୋଗୁଁ ତାଙ୍କ ଠାରେ କୌଣସି ଲକ୍ଷଣ ନଥିଲା। ଲକ୍ଷଣ ଦେଖାଗଲା ବେଳକୁ ଅବସ୍ଥା ନିୟନ୍ତ୍ରଣରେ ବାହାରକୁ ଚାଲିଯାଇଥିଲା ଓ ତାଙ୍କର ମୃତ୍ୟୁ ଘଟିଥିଲା। ଆମେ ଟେଷ୍ଟ କରିବା ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା।

ସୂଚନାଯୋଗ୍ୟ, ଗଞ୍ଜାମରେ ୧୧୮ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛି। ରାଜ୍ୟରେ ଏହା ସର୍ବାଧିକ। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ଦିନ ତଳେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story