ଭଦ୍ରକ(ପାର୍ଥସାରଥୀ ନାୟକ): ଘରୁ ବାହାରିଲା ନାଗ ସାପ। ଗୋଟେ କି ଦୁଇଟି ନୁହେଁ। ଏକା ବେଳେ ୪୩ଟି ନାଗ ସାପ ଉଦ୍ଧାର ହୋଇଛି। ଭଦ୍ରକ ଵ୍ଲକ୍ କଲେଇ ପଞ୍ଚାୟତର ରଙ୍ଗରାଜପୁର ଗାଁର ବିଜୟ ଵିଶ୍ଵାଳଙ୍କ ଘରୁ ଏହି ସାପ ଗୁଡ଼ିକୁ ଉଦ୍ଧାର କରାଯାଇଛି।
ସୂଚନାରୁ ପ୍ରକାଶ, ଗତ ୮ ଦିନ ହେଲା ବିଜୟ ଵିଶ୍ଵାଳଙ୍କ ମାଟି ଘରେ ସାପ ଗୁଡ଼ିକ ବୁଲୁଥିଲେ। ଏହା ଦେଖି ପରିବାର ଲୋକେ ବାହାରେ ବସାଉଠା କରୁଥିଲେ। ଏପରିକି ବାହାରେ ମଧ୍ୟ ଶୋଉଥିଲେ। ପରେ ଗାଁ ଲୋକଙ୍କ ପରାମର୍ଶରେ କ୍ରମେ ବିଜୟ ସାପ ଧରାଳି ମିର୍ଜା ଆରିଫ୍ଙ୍କୁ ଜଣାଇଥିଲେ। ଆଜି ସେ ଗାଁରେ ପହଞ୍ଚିଥିଲେ। ୫ରୁ ୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବିଳରୁ ମାଆ ନାଗ ଓ ୪୩ଟି ଛୁଆକୁ ଉଦ୍ଧାର କରାଯାଇଛି। ନାଗ ସାପ ରହୁଥିବା ସ୍ଥାନରୁ ୫୮ଟି ସାପ ଅଣ୍ଡା ମଧ୍ୟ ଉଦ୍ଧାର କରାଯାଇଛି। ସାପ ଗୁଡ଼ିକ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍
ଶ୍ରୀମନ୍ଦିର ପରିସର କୀର୍ତ୍ତନ ଚକଡ଼ା ଫଟୋ ଭାଇରାଲ୍ ହୋଇଛି। ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ସୋଶାଲ୍ ମିଡିଆରେ ଭାଇରାଲ୍ କରିଛନ୍ତି ଗୌରବ କୁମାର ସାହୁ ନାମକ ଯୁବକ।
Miscellaneous
‘ଆୟୁଷ୍ମାନ ଭାରତ’ ଯୋଜନା ପାଇଁ କାଲି MOU; ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆସନ୍ତାକାଲି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି।
Events & Festivals
ଜାନୁଆରୀ ୨୮ରୁ ଉତ୍କର୍ଷ ଓଡ଼ିଶା କନକ୍ଲେଭ, ଛୁଟିବ ଶିଳ୍ପପତିଙ୍କ ସୁଅ
ଜାନୁଆରୀ ୨୮, ୨୯ ଦୁଇ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଚାଲିବ ମେଗା ନିବେଶକ ସମ୍ମିଳନୀ- ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫। ପ୍ରଥମ ଥର ଲାଗି ରାଜ୍ୟର ଏହି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Events & Festivals
କଂସ ଦରବାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ଅନୁଦାନ ୧୦ ଲକ୍ଷରୁ କୋଟିଏକୁ ବୃଦ୍ଧି
କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି କଂସ ବଦ୍ଧ ସହ ଏହି ମହା ନାଟକରେ ପଡ଼ିବ ମହା ଯବନିକା।
Events & Festivals
କୁମ୍ଭମେଳା ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବସ୍ ଓ ଟ୍ରେନ ସେବା
କୁମ୍ଭମେଳା ପାଇଁ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ପ୍ରୟାଗରାଜ ଅଭିମୁଖେ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପୂର୍ବତଟ ରେଲୱେ ଘୋଷଣା କଲା ୭ଟି ସ୍ୱତନ୍ତ୍ର ଟ୍ରେନ୍।