ଛଟ୍‌ ପାଇଁ କୋଭିଡ କଟକଣା ଭାଙ୍ଗି ବନ୍ଧା ହେଲେ ୪୬ ଶ୍ରଦ୍ଧାଳୁ

ଝାରସୁଗୁଡ଼ା (ଭାଗିରଥୀ ସାହୁ): କୋଭିଡ କଟକଣା ନିୟମ ଉଲ୍ଲଂଘନ କରି ଜଳାଶୟରେ ଏକତ୍ରିତ ହେବା ସହ ସାମୂହିକ ଭାବେ ଛଟ୍ ପୂଜା ପାଳନ କରି ବନ୍ଧା ହୋଇଛନ୍ତି ୪୬ ଶ୍ରଦ୍ଧାଳୁ। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର କଟକଣା ଖାତିର ନ କରି ପୂଜା ପାଳନ ନିମନ୍ତେ ନିୟମ ଉଲ୍ଲଘଂନ କରି ଏପରି ଦଶା ଭୋଗିଛନ୍ତି ଏହି ଶ୍ରଦ୍ଧାଳୁମାନେ। ସୂଚନାଯୋଗ୍ୟ, ଛଟ୍‌ ପୂଜାରେ ସାମୁହିକ ଭାବେ ଗାଧୋଇବା ଓ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବାର ନୀତି ଓ ନିୟମ […]

chhat-1

chhat-1

Niharika Rout
  • Published: Saturday, 21 November 2020
  • Updated: 21 November 2020, 10:20 AM IST

ଝାରସୁଗୁଡ଼ା (ଭାଗିରଥୀ ସାହୁ): କୋଭିଡ କଟକଣା ନିୟମ ଉଲ୍ଲଂଘନ କରି ଜଳାଶୟରେ ଏକତ୍ରିତ ହେବା ସହ ସାମୂହିକ ଭାବେ ଛଟ୍ ପୂଜା ପାଳନ କରି ବନ୍ଧା ହୋଇଛନ୍ତି ୪୬ ଶ୍ରଦ୍ଧାଳୁ। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର କଟକଣା ଖାତିର ନ କରି ପୂଜା ପାଳନ ନିମନ୍ତେ ନିୟମ ଉଲ୍ଲଘଂନ କରି ଏପରି ଦଶା ଭୋଗିଛନ୍ତି ଏହି ଶ୍ରଦ୍ଧାଳୁମାନେ।

ସୂଚନାଯୋଗ୍ୟ, ଛଟ୍‌ ପୂଜାରେ ସାମୁହିକ ଭାବେ ଗାଧୋଇବା ଓ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବାର ନୀତି ଓ ନିୟମ ରହିଛି । ତେବେ କରୋନା ସଂକ୍ରମଣ ବଢିବା ଆଶଙ୍କା ଥିବାରୁ  ପୂଜାପାଇଁ ସାମୁହିକ ଭାବେ ପୋଖରୀ, ନଦୀ, ନାଳ ଆଦିକୁ ବ୍ୟବହାର କରିବା ଉପରେ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି। ଏଥିପାଇଁ ଉପଜିଲ୍ଲାପାଳ ଶିବ ଟପୋ ୧୪୪ ଧାରା ଜାରି କରିଛନ୍ତି ।

ପ୍ରଶାସନ ପକ୍ଷରୁ ୨୦ତାରିଖ ଭୋର ୪ଟାରୁ ସକାଳ ୭ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ଓ୨୧ ତାରିଖ ଭୋର ୪ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା କଟକଣା ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ରହିଛି। ଏହି ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚିତ ହୋଇଥିବା ସ୍ଥାନଗୁଡିକରେ ଏକକାଳୀନ ୫ ଲୋକରୁ ଅଧିକ ଏକତ୍ରିତ ହେବା ଉପରେ ପ୍ରତିବନ୍ଧକ ଜାରି କରାଯାଇଛି। ଏହା ସତ୍ତ୍ୱେ ନିୟମ ଉଲ୍ଲଘଂନ କରି ୨ଟି ଜଳାଶୟରେ ଏକତ୍ରିତ ହୋଇଥିବା ଅଭିଯୋଗରେ ୪୬ ଖିଲାପକାରୀଙ୍କୁ ପୁଲିସ୍‌ ଗିରଫ କରିଛି ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶାସନର କଟକଣାକୁ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ଲୋକେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ଝାରସୁଗୁଡା ଉପ ଜିଲ୍ଲାପାଳ ଶିବ ଟପ୍ପୋ ଅପିଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story