୫ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଦିନିଆ ଦିଲ୍ଲୀ ଗସ୍ତ ସାରି ଆଜି ଫେରିଛନ୍ତି । ସେ ଓଡ଼ିଶାରେ ପହଞ୍ଚିବା ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟ ସରକାର ଚାଷୀଙ୍କ ସହିତ ଅଛନ୍ତି । ଋଣକୁ ନେଇ ରାଜ୍ୟର ଚାଷୀଙ୍କୁ ଚିନ୍ତା କରିବା ଦରକାର ନାହିଁ । ଋଣ ତାଲିକାର ରି-ସିଡ୍ୟୁଲିଂ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ମରୁଡି ପ୍ରସଙ୍ଗ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସହ ସେ ଆଲୋଚନା କରିଥିବା କହିଛନ୍ତି । […]

navin

Rakesh Mallick
  • Published: Sunday, 25 October 2015
  • , Updated: 25 October 2015, 03:33 PM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଦିନିଆ ଦିଲ୍ଲୀ ଗସ୍ତ ସାରି ଆଜି ଫେରିଛନ୍ତି । ସେ ଓଡ଼ିଶାରେ ପହଞ୍ଚିବା ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟ ସରକାର ଚାଷୀଙ୍କ ସହିତ ଅଛନ୍ତି । ଋଣକୁ ନେଇ ରାଜ୍ୟର ଚାଷୀଙ୍କୁ ଚିନ୍ତା କରିବା ଦରକାର ନାହିଁ । ଋଣ ତାଲିକାର ରି-ସିଡ୍ୟୁଲିଂ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ମରୁଡି ପ୍ରସଙ୍ଗ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସହ ସେ ଆଲୋଚନା କରିଥିବା କହିଛନ୍ତି । ଆଲୋଚନା ବେଳେ ଜେଟଲୀଙ୍କୁ ୩୫୦୦ କୋଟି ଟଙ୍କାର ସ୍ୱତନ୍ତ୍ର ସାହାୟତା ଯୋଗାଇ ଦେବାକୁ ସେ ଅନୁରୋଧ କରିଥିବା କହିଛନ୍ତି । ସେହିପରି ପସ୍କୋ ପ୍ରସଙ୍ଗ ନେଇ ଏକ ହାଇ ଲେଭଲ କମିଟଇ ଗଠନ କରିବାକୁ ସେ ଅନୁରୋଧ କରିଛନ୍ତି।

Related story