ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଧୀନ ଲିଙ୍ଗେଶ୍ୱର ଘାଟରେ ୫ଟି ହାଇୱ ଗାଡ଼ି ବୁଡ଼ିଯାଇଛି। ଆଜି ଭୋର ସମୟରେ ଏହି ଗାଡ଼ି ଗୁଡ଼ିକ ବାଲି ନେବା ପାଇଁ ଘାଟ ମଧ୍ୟରେ ପଶିଥିବା ବେଳେ ହଠାତ୍ ଚେକପୋଷ୍ଟରୁ ପାଣି ଛାଡ଼ି ଦିଆଯାଇଥିଲା। ଫଳରେ ଗାଡ଼ି ଗୁଡ଼ିକ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା। ତେବେ ଏଥିରେ ଥିବା ଡ୍ରାଇଭର ଓ କର୍ମଚାରୀ ମାନେ ଦୌଡ଼ି ପଳେଇ ଆସିବାରେ ସଫଳ ହୋଇଥିଲେ ଓ ଅଘଟଣରୁ ରକ୍ଷା ପାଇଯାଇଥିଲା।
ଖବର ଲେଖାଯିବା ସୁଦ୍ଧା ୫ଟି ଯାକ ହାଇୱା ପାଣି ମଧ୍ୟରେ ଥିବା ବେଳେ କାହା ଅନୁମତିରେ ଏଠାରୁ ବାଲି ଉଠାଯାଉଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। କାରଣ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏ ସମ୍ପର୍କରେ ପାଣିକୋଇଲି ଥାନା ଅଧିକାରୀ ଅଜୟ ଜେନାଙ୍କୁ ଫୋନ ମାଧ୍ୟମରେ ପଚାରିବାର ସେ କିଛି ଜାଣି ନଥିବା କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୪ଟି ମନ୍ଦିରରୁ ସିରିଜ ଚୋରି; ନେଇଗଲେ ଠାକୁରଙ୍କ ଅଳଙ୍କାର
ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଅଳଙ୍କାର ଲୁଟିନେଲେ ଚୋର।
Miscellaneous
ନନ୍ଦନକାନନକୁ ଆସିଲେ ନୂଆ ଅତିଥି; କିଛି ଗଲେ, କିଛି ଆସିଲେ
ହାଇଦ୍ରାବାଦ ନେହରୁ ଜୋଲଜିକାଲ୍ ପାର୍କ ସହ ନନ୍ଦନକାନନ ପ୍ରାଣୀ ଉଦ୍ୟନର ଜୀବଜନ୍ତୁଙ୍କ ଅଦଳବଦଳ ହୋଇଛି।
Politics
ଆଜିଠୁ ବିଧାନସଭା ଶୀତ ଅଧିବେଶନ; ଅତିରିକ୍ତ ବଜେଟ୍ ଆଣିବେ ମୁଖ୍ୟମନ୍ତ୍ରୀ
ମୋହନ ସରକାରଙ୍କ ଦ୍ୱିତୀୟ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ଘେରିବାକୁ ତୟାର ବିରୋଧୀ।
Miscellaneous
ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେବେ ସିଦ୍ଧାନ୍ତ ଦାସ, ରହିବେ ଫୁଲଟାଇମ୍ ସିଇସି ଅଧ୍ୟକ୍ଷ
ରାଜ୍ୟ ନଗର ଉନ୍ନୟନ ବିଭାଗର ସଚିବ ଉଷା ପାଢ଼ୀଙ୍କୁ ଚିଠି ଲେଖି ଶ୍ରୀ ଦାସ ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇ ଅବଗତ କରାଇଛନ୍ତି ।
Politics
ଆସନ୍ତାକାଲିଠୁ ବିଧାନସଭା: ପୁଳାପୁଳା ପ୍ରସଙ୍ଗ, ରଣନୀତି ତୟାର କଲେ ଶାସକ-ବିରୋଧୀ
ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ୬ ଜଣ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ଶୋକପ୍ରସ୍ତାବ ପାରିତ ହେବ। ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିବ।