ଗାଁରେ ପଶିଲେ ୨ ଭାଲୁ; ଆକ୍ରମଣରେ ୫ ଗୁରୁତର

ନୀଳଗିରି(ବିଶ୍ୱମ୍ବର ଦାସ):  ଗାଁରେ ପଶିଗଲେ ୨ଟି ଭାଲୁ। ସେମାନଙ୍କ ଆକ୍ରମଣରେ ୫ ଜଣ ଗୁରୁତର ହୋଇଛନ୍ତି। ଆଜି ସକାଳୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଞ୍ଚାୟତର ଟଣକା ଓ ବାଲିଗୁହିରୀ ଗ୍ରାମରେ ଏପରି ଅଘଟଣ ଘଟିଛି। ଆଜି ସକାଳେ ଗାଁ ଦାଣ୍ଡରେ ଲୋକେ ଯାଆସ କରୁଥିବା ବେଳେ ଅତର୍କିତ ଭାବେ ଦୁଇଟି ଭାଲୁ ଗାଁରେ ପଶିଯାଇଥିଲେ। ଏହାପରେ ସେମାନଙ୍କ ଆକ୍ରମଣରେ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ […]

nilagiri

Niharika Rout
  • Published: Friday, 05 June 2020
  • , Updated: 05 June 2020, 07:46 AM IST

ନୀଳଗିରି(ବିଶ୍ୱମ୍ବର ଦାସ):  ଗାଁରେ ପଶିଗଲେ ୨ଟି ଭାଲୁ। ସେମାନଙ୍କ ଆକ୍ରମଣରେ ୫ ଜଣ ଗୁରୁତର ହୋଇଛନ୍ତି। ଆଜି ସକାଳୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଞ୍ଚାୟତର ଟଣକା ଓ ବାଲିଗୁହିରୀ ଗ୍ରାମରେ ଏପରି ଅଘଟଣ ଘଟିଛି।

ଆଜି ସକାଳେ ଗାଁ ଦାଣ୍ଡରେ ଲୋକେ ଯାଆସ କରୁଥିବା ବେଳେ ଅତର୍କିତ ଭାବେ ଦୁଇଟି ଭାଲୁ ଗାଁରେ ପଶିଯାଇଥିଲେ। ଏହାପରେ ସେମାନଙ୍କ ଆକ୍ରମଣରେ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଭାଲୁଙ୍କୁ ଘଉଡ଼ାଇରୁ ସେମାନେ ଜଙ୍ଗଲମୁହାଁ ହୋଇଥିବା ଜଣାଯାଇଛି।

Related story