ଟ୍ରାଫିକ୍ ଜାମ୍‌ କାଳ ହେଲା; ଆଖି ବୁଜିଲା ପାଞ୍ଚ ବର୍ଷର ଶିଶୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁରୁତର ଟ୍ରାଫିକ୍ ସମସ୍ୟା ନେଲା ଶିଶୁର ଜୀବନ। ରାଜଧାନୀ ଭୁବନେଶ୍ୱରରେ ଆଜି ଏଭଳି ହୃଦୟ ବିଦାରକ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ଜଣେ ପାଞ୍ଚ ବର୍ଷର ଶିଶୁକୁ ପ୍ରବଳ ବାନ୍ତି ହେଉଥିଲା। ତାକୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପିଲାଟିର ଅବସ୍ଥା ବିଗୁଡ଼ୁଥିବା ଦେଖି କ୍ୟାପିଟାଲ ହସ୍ପିଟାଲରୁ ତାକୁ କଟକ ଏସସିବି ରେଫର କରିଥିଲେ ଡାକ୍ତର। ହେଲେ ପରିବାର ଲୋକେ ଶିଶୁଟିକୁ ଏସସିବି ନ ନେଇ ପଟିଆ ଅଞ୍ଚଳରେ ଥିବା […]

bbsr000

Tapaswini Nayak
  • Published: Tuesday, 11 February 2020
  • , Updated: 11 February 2020, 02:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁରୁତର ଟ୍ରାଫିକ୍ ସମସ୍ୟା ନେଲା ଶିଶୁର ଜୀବନ। ରାଜଧାନୀ ଭୁବନେଶ୍ୱରରେ ଆଜି ଏଭଳି ହୃଦୟ ବିଦାରକ ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ଜଣେ ପାଞ୍ଚ ବର୍ଷର ଶିଶୁକୁ ପ୍ରବଳ ବାନ୍ତି ହେଉଥିଲା। ତାକୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପିଲାଟିର ଅବସ୍ଥା ବିଗୁଡ଼ୁଥିବା ଦେଖି କ୍ୟାପିଟାଲ ହସ୍ପିଟାଲରୁ ତାକୁ କଟକ ଏସସିବି ରେଫର କରିଥିଲେ ଡାକ୍ତର। ହେଲେ ପରିବାର ଲୋକେ ଶିଶୁଟିକୁ ଏସସିବି ନ ନେଇ ପଟିଆ ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲକୁ ଆମ୍ବୁଲାନ୍ସରେ ଆଣୁଥିଲେ।

ତେବେ ରାସ୍ତା ଜାମ୍ ଯୋଗୁ ସହଜରେ ଆମ୍ବୁଲାନ୍ସ ଆସିପାରିନଥିଲା । ରାସ୍ତାର ବିଭିନ୍ନ ଜାଗାରେ ଆମ୍ବୁଲାନ୍ସଟି ଜାମ୍‌ରେ ଫସି ଯାଇଥିଲା। ପ୍ରାୟ ଘଣ୍ଟାଏ ଧରି  ଆମ୍ବୁଲାନ୍ସଟି ରାସ୍ତାରେ ଫସି ରହିବାରୁ ଠିକ୍ ସମୟରେ ଶିଶୁଟି ହସ୍ପିଟାଲ ପହଞ୍ଚିନପାରି ନଥିଲା । ହସ୍ପିଟାଲରେ ପହଞ୍ଚିଲା ବେଳକୁ ଶିଶୁଟିକୁ ଡାକ୍ତର ମୃତ  ଘୋଷଣା କରିଥିଲେ।

ମୃତ ଶିଶୁର ବାପା ନିରୋଦ ନାୟକ କହିଛନ୍ତି,“ ମୋ ପୁଅର ଅବସ୍ଥା ଗୁରୁତର ଥିବାରୁ କ୍ୟାପିଟାଲ ହସ୍ପିଟାଲରୁ ତାକୁ କଟକ ଏସସିବି ରେଫର କରିଥିଲେ ଡାକ୍ତର। କଟକ ଯିବାକୁ ବହୁତ ସମୟ ଲାଗିବ ବୋଲି ଆମ୍ବୁଲାନ୍ସରେ ମୁଁ  ପଟିଆ ଅଞ୍ଚଳର ଏକ ଘରୋଇ ହସପିଟାଲକୁ ମୋ ପୁଅକୁ ଆଣୁଥିଲି। କ୍ୟାପିଟାଲ ହସପିଟାଲରୁ  ଘରୋଇ ହସ୍‌ପିଟାଲ ପହଞ୍ଚିବା ପାଇଁ  ମୋତେ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗି ଯାଇଥିଲା।  ଟ୍ରାଫିକ୍‌ ଜାମ ଯୋଗୁ ମୋ ପୁଅ ଠିକ୍‌ ସମୟରେ ହସ୍‌ପିଟାଲରେ ପହଞ୍ଚି ପାରିଲା ନାହିଁ।  ରାସ୍ତାରେ ତାର ମୃତ୍ୟୁ ଘଟିଥିଲା। ଟ୍ରାଫିକ ପୁଲିସ୍ ଆମକୁ କୌଣସି ସହଯୋଗ କରି ନଥିଲେ।”

Related story