ଜଳିଗଲା ୫୦ ବାଇକ୍

ଭବାନୀପାଟଣା(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ରାଜରାସ୍ତାରେ ୫୦ଟି ବାଇକ୍ ଜଳିଯାଇଛି। ବାଇକଗୁଡ଼ିକ ଟ୍ରକରେ ଆସୁଥିବା ବେଳେ ଏନଏଚ୍‌-୨୬ ବାନ୍ଦୋପଲାର ଏକ ପେଟ୍ରୋଲ ପମ୍ପ ଆଗରେ ଜଳିଯାଇଛି।

ଟ୍ରକଟି ବାଇକଗୁଡ଼ିକ ନେଇ ହରିଦ୍ୱାରରୁ ଜୟପୁର ଆସୁଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନି।

ଟ୍ରକ୍‌ ଡାଇଭର ଶିବଶଙ୍କର କହିଛନ୍ତି-“ମୁଁ ବାନ୍ଦୋପଲାରରେ  ଗାଡ଼ି ରଖି ଶୋଇଥିଲି। ଆଜି ଭୋରପ୍ରାୟ ୪ଟା ବେଳେ ଗାଡ଼ିରୁ ଧୂଆଁ ବାହାରିଥିଲା। ମୁଁ ଆସିଦେଖିଲା ବେଳକୁ ଗାଡ଼ିରେ  ନିଆଁ ଲାଗିଯାଇଛି। ମୁଁ ଦମକଳ ବାହିନୀ ଫୋନ୍‌ କରିଥିଲି। ସେମାନେ ଆସି ନିଆଁକୁ  ଆୟତ୍ତ କରିଥିଲେ।”