ମହାନଦୀ ଗର୍ଭରେ ପୁରାତନ ମନ୍ଦିର: କେବେ ଲୁଚିଯାଉଛି କେବେ ଦିଶୁଛି !

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପୁଣି ମିଳିଲା ନଦୀ ଅବବାହିକାରେ ମାନବ ସଭ୍ୟତାର ପ୍ରମାଣ । ନୟାଗଡ଼ ଜିଲ୍ଲାରେ ମହାନଦୀ ଗର୍ଭରୁ ଆବିଷ୍କୃତ ପ୍ରାୟ ୫ଶହ ବର୍ଷ ତଳର ଏକ ମନ୍ଦିରକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଐତିହାସିକ ଓ ଗବେଷକ । କେଉଁଠି ଅଛି ସେ ମନ୍ଦିର ଓ କଣ ତାହାର ଐତିହାସିକ ପୃଷ୍ଠଭୂମୀ ଆସନ୍ତୁ ଜାଣିବା। ଅଥଳ ମହାନଦୀ ଗର୍ଭରେ ଲୁଚିଛି କାରୁକାର୍ଯ୍ୟ ପୂର୍ଣ୍ଣ ପ୍ରାଚୀନ ମନ୍ଦିର । ସୁଅ କାଟି ଚାଲିଥିବା ପାଣିରୁ ଅଁଳା ବେଢ଼ା ଓ […]

୫୦୦ ବର୍ଷ ତଳର ମନ୍ଦିର

Tapas Behera
  • Published: Thursday, 11 June 2020
  • , Updated: 18 June 2020, 06:36 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପୁଣି ମିଳିଲା ନଦୀ ଅବବାହିକାରେ ମାନବ ସଭ୍ୟତାର ପ୍ରମାଣ । ନୟାଗଡ଼ ଜିଲ୍ଲାରେ ମହାନଦୀ ଗର୍ଭରୁ ଆବିଷ୍କୃତ ପ୍ରାୟ ୫ଶହ ବର୍ଷ ତଳର ଏକ ମନ୍ଦିରକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଐତିହାସିକ ଓ ଗବେଷକ । କେଉଁଠି ଅଛି ସେ ମନ୍ଦିର ଓ କଣ ତାହାର ଐତିହାସିକ ପୃଷ୍ଠଭୂମୀ ଆସନ୍ତୁ ଜାଣିବା।

ଅଥଳ ମହାନଦୀ ଗର୍ଭରେ ଲୁଚିଛି କାରୁକାର୍ଯ୍ୟ ପୂର୍ଣ୍ଣ ପ୍ରାଚୀନ ମନ୍ଦିର । ସୁଅ କାଟି ଚାଲିଥିବା ପାଣିରୁ ଅଁଳା ବେଢ଼ା ଓ ଚୂଡ଼ା ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଯାହା କି ସାଧାରଣ ଜନମାନସ ଓ ଐତିହାସିକଙ୍କୁ ବେଶ୍ ଆନ୍ଦୋଳିତ କରିଛି। ନୟାଗଡ଼ ଜିଲ୍ଲାର ପଦ୍ମାବତୀ ଗାଁ ନିକଟ ମହାନଦୀ ଗର୍ଭରେ ଠାବ ଏ ମନ୍ଦିର ୧୧ବର୍ଷର ବ୍ୟବଧାନ ପରେ ପୁଣି ଦେଖିବାକୁ ମିଳିବାର କାରଣ, ଏବେ ନଦୀରେ ପାଣି କମିଛି।

ପୁରୁଖା ଲୋକଙ୍କ ମତରେ ଏହା ପ୍ରାୟ ୫ଶହ ବର୍ଷ ତଳର ଗୋପୀନାଥ ମନ୍ଦିର । ଯିଏକି ପୁରୁଣା ପଦ୍ମାବତୀ ଗାଁର ଥିଲେ ଆରାଧ୍ୟ ଦେବତା । ଗାଁ ମଝିରେ ଥିବା ଏଇ ମନ୍ଦିର ପାଖରେ ଥିଲା ଆଉ ଏକ ଛୋଟ ମନ୍ଦିର। ତେବେ ୧୯୩୩ ମସିହାରେ ମହାନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ପଦ୍ମାବତୀ ସମେତ ସାତ ପାଟଣା ଲୀନ ହୋଇଗଲା, ନଦୀ ଗର୍ଭରେ ମନ୍ଦିର ରହିଗଲା । ଗାଁ ଲୋକେ ଏ ନଦୀ କୂଳରେ ପୁଣି ବସତି ସ୍ଥାପନ କଲେ, ଯାହାକି ଆଜିର ନୂଆ ପଦ୍ମାବତୀ ଭାବେ ପରିଚିତ।

ନଦୀରେ ଯେବେ ପାଣି କମେ, ସେବେ ଦୃଶ୍ୟମାନ ହୁଏ ଗୋପୀନାଥ ଜୀଉ ମନ୍ଦିରର ଚୂଡ଼ା । ତେବେ ଐତିହାସିକଙ୍କ ମଧ୍ୟରେ ସପ୍ତଦଶ କିମ୍ବା ଅଷ୍ଟାଦଶ ଶତାବ୍ଦୀରେ ଖଣ୍ଡପଡ଼ା ରାଜାଙ୍କ ଦେଓ୍ୱାନଙ୍କ ଦ୍ୱାରା ନିର୍ମାଣ ହୋଇଥିଲା ଏହି ମନ୍ଦିର । ଯାହାର ନିର୍ମାଣ ଶୈଳୀକୁ ଅନୁଧ୍ୟାନ କଲେ ଏହା ଏକ ବିଷ୍ଣୁ ମନ୍ଦିର ବୋଲି ବି ସ୍ପଷ୍ଟ ଅନୁମେୟ । ତାଛଡ଼ା ନଦୀ ଗର୍ଭରେ ମନ୍ଦିରର ପଶ୍ଚିମ ଭାଗ ବୁଡ଼ି ରହିଛି ଓ ପୂର୍ବ ଭାଗ ଢଳି ରହିଛି । ତେଣୁ ଯେତିକି ଅଂଶ ଦୃଶ୍ୟମାନ ହେଉଛି ତାହା ଜଗମୋହନ ନା ମୁଖ୍ୟମନ୍ଦିରର ଚୂଡ଼ା, ତାହା ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଅନୁଧ୍ୟାନ ପରେ ଜଣାପଡିବ ବୋଲି ମତ ପ୍ରକାଶ ପାଇଛି।

Related story