Advertisment

କେଉଁ ପରିସ୍ଥିତିରେ ମହାନଦୀରେ ବୁଡ଼ିଲା ମନ୍ଦିର? ତଥ୍ୟ ଖୋଜୁଛନ୍ତି ପ୍ରତ୍ନତତ୍ୱବିତ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀରେ ଠାବ ହୋଇଛି ୫୦୦ ବର୍ଷ ତଳର ଗୋପୀନାଥ ମନ୍ଦିର। ଏନେଇ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଛି ପ୍ରଶାସନ। ଆଜି ଉକ୍ତ ମନ୍ଦିର ବିଷୟରେ ଅନୁଧ୍ୟାନ କରିବାକୁ ଯାଇଛନ୍ତି ଭୁବନେଶ୍ୱର ଆଇଆଇଟିର ଡକ୍ଟର ରାଜୀବ ଲୋଚନ ମିଶ୍ର ଓ ଉତ୍ତରପ୍ରଦେଶ ରୋହିଲଖଣ୍ଡ ବିଶ୍ୱବିଦ୍ୟାଳୟ ପୁରାତତ୍ୱବିତ ଡକ୍ଟର ଅନୁପ ରଞ୍ଜନ ମିଶ୍ର। ଏଠାରୁ ମାଟି ଖୋଳି ନମୁନା ସଂଗ୍ରହ କରିବା ସହ […]

author-image
Manoranjan Sial
ଅଦ୍ୟତନ ହୋଇଛି
କେଉଁ ପରିସ୍ଥିତିରେ ମହାନଦୀରେ ବୁଡ଼ିଲା ମନ୍ଦିର? ତଥ୍ୟ ଖୋଜୁଛନ୍ତି ପ୍ରତ୍ନତତ୍ୱବିତ

୫୦୦ ବର୍ଷ ତଳର ଗୋପୀନାଥ ମନ୍ଦିର

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀରେ ଠାବ ହୋଇଛି ୫୦୦ ବର୍ଷ ତଳର ଗୋପୀନାଥ ମନ୍ଦିର। ଏନେଇ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଛି ପ୍ରଶାସନ। ଆଜି ଉକ୍ତ ମନ୍ଦିର ବିଷୟରେ ଅନୁଧ୍ୟାନ କରିବାକୁ ଯାଇଛନ୍ତି ଭୁବନେଶ୍ୱର ଆଇଆଇଟିର ଡକ୍ଟର ରାଜୀବ ଲୋଚନ ମିଶ୍ର ଓ ଉତ୍ତରପ୍ରଦେଶ ରୋହିଲଖଣ୍ଡ ବିଶ୍ୱବିଦ୍ୟାଳୟ ପୁରାତତ୍ୱବିତ ଡକ୍ଟର ଅନୁପ ରଞ୍ଜନ ମିଶ୍ର। ଏଠାରୁ ମାଟି ଖୋଳି ନମୁନା ସଂଗ୍ରହ କରିବା ସହ ମନ୍ଦିରଟି କେଉଁ ପରିସ୍ଥିତିରେ ମହାନଦୀ ଗର୍ଭରେ ବିଲୀନ ହୋଇଗଲା, ସେ ନେଇ ଗବେଷଣା ଆରମ୍ଭ କରିଛନ୍ତି। ମହାନଦୀରେ ମନ୍ଦିରଟି କେବେ ପୋତିଲା? କିଭଳି ପୋତି ହେଲା? ଏହା କେତେବର୍ଷର ପୁରୁଣା ଆଦି ବିଭିନ୍ନ ବିଷୟରେ ଅନୁଧ୍ୟାନ କରିଛନ୍ତି ଦୁଇ ପ୍ରତ୍ନତତ୍ୱବିତ। ଉଭୟ ଏହି ମନ୍ଦିରର ପ୍ରାଚୀନତା ଓ ମହାନଦୀ ଅବବାହିକାରେ ମାନବ ସଭ୍ୟତା ବିଷୟରେ ଗବେଷଣା କରିଛନ୍ତି।

Advertisment

 ତଥ୍ୟ ଖୋଜୁଛନ୍ତି ପ୍ରତ୍ନତତ୍ୱବିତମହାନଦୀର କୂଳରେ ବଡ଼ବଡ଼ ଗାତ ଖୋଳି ଗର୍ତ୍ତର ବିଭିନ୍ନ ସ୍ତରରୁ ମାଟି ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି। ଏହି ମୃତ୍ତିକା ପରୀକ୍ଷା ପରେ ମନ୍ଦିର ନଦୀ ଗର୍ଭରେ ଲୀନ ହେବା ସମ୍ପର୍କରେ ଜଣାପଡ଼ିବ ବୋଲି କହିଛନ୍ତି ଡକ୍ଟର ମିଶ୍ର। ତେବେ ପ୍ରାଥମିକ ପର୍ଯ୍ୟାୟରେ ମହାନଦୀ ଅବବାହିକାରେ ମାନବ ସଭ୍ୟତା ଥିବା ସ୍ପଷ୍ଟ ହୋଇଛି। କେଉଁ କାରଣରୁ ନଦୀ ଗତିପଥ ବଦଳାଇ ଥିଲା ଏ ନେଇ ଅନୁସନ୍ଧାନ ପରେ ଜଣା ପଡିବ। ସେଥିପାଇଁ ଏକ ଟିମ୍‌ ଗଠନ କରି ରୀତିମତ ଏହାର ଅନୁସନ୍ଧାନ କରାଯିବ।

ଆଜି ନଦୀ କୂଳକୁ ନୟାଗଡ଼ ଜିଲ୍ଲାପାଳ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଏନେଇ ଆଗକୁ କଣ କଣ ପଦକ୍ଷେପ ନିଆଯିବ ସେ ନେଇ ଆଲୋଚନା କରିଛନ୍ତି। ଏହାଛଡ଼ା ଏନେଇ ସରକାରଙ୍କୁ ଅବଗତ କରାଇ ଖୁବ୍‌ ଶୀଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ।

Advertisment
Odisha Odisha Heritage