ଭୁଶୁଡ଼ିଲା ବ୍ରିଜ୍, ଚାପି ହୋଇଗଲା ଦୁଇ କାର୍

ଭବାନୀପାଟଣା(ରାଜ କୁମାର ସିଂହଦେଓ): ଭୁଶୁଡିଲା ବ୍ରିଜ, ତଳକୁ ଖସିଲା କାର। କଳାହାଣ୍ଡିି ଥୂ.ରାମପୁର ରାସ୍ତା ସାଇଧାମ ନିକଟରେ ଘଟିଛି ଏ ଅଘଟଣ। ଦୁର୍ଘଟଣାରେ କାର୍‌ରେ ଥିବା ଜଣେ ଶିଶୁ ସମେତ ୬ ଜଣ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଏହି ଘଟଣା ଘଟିଛି। ଭବାନୀପାଟଣାରୁ ଥୂ.ରାମପୁର ରାସ୍ତାରେ ଥିବା ଏହି ବ୍ରିଜ ଦେଇ ୨ଟି କାର ଯାଉଥିବା ବେଳେ ଅଚାନକ ବ୍ରିଜଟି ଖସିପଡିଥିଲା। ଫଳରେ ଦୁଇଟି ଯାକ କାର ତଳକୁ ଖସି […]

accident

  • Published: Sunday, 30 October 2022
  • , Updated: 30 October 2022, 04:33 PM IST

ଭବାନୀପାଟଣା(ରାଜ କୁମାର ସିଂହଦେଓ): ଭୁଶୁଡିଲା ବ୍ରିଜ, ତଳକୁ ଖସିଲା କାର। କଳାହାଣ୍ଡିି ଥୂ.ରାମପୁର ରାସ୍ତା ସାଇଧାମ ନିକଟରେ ଘଟିଛି ଏ ଅଘଟଣ। ଦୁର୍ଘଟଣାରେ କାର୍‌ରେ ଥିବା ଜଣେ ଶିଶୁ ସମେତ ୬ ଜଣ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଏହି ଘଟଣା ଘଟିଛି।

ଭବାନୀପାଟଣାରୁ ଥୂ.ରାମପୁର ରାସ୍ତାରେ ଥିବା ଏହି ବ୍ରିଜ ଦେଇ ୨ଟି କାର ଯାଉଥିବା ବେଳେ ଅଚାନକ ବ୍ରିଜଟି ଖସିପଡିଥିଲା। ଫଳରେ ଦୁଇଟି ଯାକ କାର ତଳକୁ ଖସି ପଡ଼ିଥିଲା। କାର୍‌ ଭିତରେ ଜଣେ ଶିଶୁଙ୍କ ସମେତ ୫ଜଣ ଚାପି ହୋଇ ଫସିରହିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଭବାନୀପାଟଣାରୁ ଥୂ.ରାମପୁର ରାସ୍ତାର ଏହି ବ୍ରିଜ ଉପରେ ଦୈନିକ ବହୁ ଗାଡ଼ି ଯାତାୟତ କରିଥାଏ। ଏଠାରେ ଅନ୍ୟ ବିକଳ୍ପ ରାସ୍ତା ନାହିଁ। ବ୍ରିଜ ଗଳିପଡିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭବାନୀପାଟଣା ଠାରୁ ୩ କିଲୋମିଟର ଦୂରରେ ରହିଛି ଏହି ବ୍ରିଜ୍। ଏହି ପୁରୁଣା ବ୍ରିଜ୍‌ କିଛିଦିନ ତଳେ ମରାମତି କରାଯାଇଥିଲା। ନୂଆ ବ୍ରିଜ୍‌ ନିର୍ମାଣ କରିବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଥିଲେ ହେଁ ପ୍ରଶାସନ ଶୁଣି ନ ଥିଲା। ଏହାଛଡ଼ା ବ୍ରିଜ୍ ମରାମତି କାମ ନିମ୍ନମାନର ହୋଇଥିବାରୁ ଏଭଳି ଏକ ଦୁର୍ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଛି।

[caption id="attachment_777850" align="aligncenter" width="650"] ବ୍ରିଜ୍ ଭୁଶୁଡ଼ିବା ପରେ ଖସି ପଡ଼ିଥିବା ୨ କାର।[/caption]

ସେପଟେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଜେସିବି ଜରିଆରେ ଦୁର୍ଘଟଣାଗ୍ରସ୍ତ କାର୍‌ଗୁଡ଼ିକୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି। ଦୁର୍ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ମୋଟର ଠିଆ ହୋଇ ରହିଛି। ଲୋକଙ୍କ ପ୍ରବଳ ଭିଡ଼ ଜମିବା ସହ ଅସନ୍ତାଷ ପ୍ରକାଶ ପାଇଛି।

Related story