ଟେନ୍ସନ୍ ବଢ଼ାଇଲା ବେହେରା ସାହି
କଟକ (ଓଡ଼ିଶା ରିପୋର୍ଟର): କଟକ ମହାନଗର ନିଗମ (ସିଏମ୍ସି)ର ଟେନ୍ସନ୍ ବଢ଼ାଇଲା ମାଲଗୋଦାମର ବେହେରା ସାହି। ଆଜି ଏଠାରୁ ୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୭ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି। ଗତକାଲି ବେହେରା ସାହିରୁ ୧୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏନେଇ ସିଏମ୍ସି ଟ୍ୱିଟ୍ କରିଛି।
#COVID19 update in Cuttack city (CMC area)
Out of the 105 new COVID-19 +ve cases reported today in #Cuttack district, 64+ve cases belong to Cuttack city (CMC area).
Another 10 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/tMb2N1um34
— CMC,Cuttack (@CMCCuttack) August 6, 2020
ଆଜି କଟକ ଟାଉନ୍ରୁ ମୋଟ୍ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୪ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୦ ଲୋକାଲ କେସ୍। ମଧୁପାଟଣା ଅରବିନ୍ଦନଗରରୁ ଜଣେ, ଜଣେ କୋଭିଡ୍ ଯୋଦ୍ଧା, ବଢ଼େଇସାହିରୁ ଜଣେ, କେଶରପୁରରୁ ଜଣେ, ଦେଉଳି ସାହୁରୁ ୨ ଜଣ, ଦୋଳମୁଣ୍ଡେଇରୁ ଜଣେ, ଜଗତପୁରରୁ ଜଣେ, ତେଲଙ୍ଗାବଜାରରୁ ଜଣେ, ବାଲିକୁଦାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ (ଲୋକାଲ୍ କେସ) ଚିହ୍ନଟ ହୋଇଛନ୍ତି।
ସିଏମ୍ସି ଅଞ୍ଚଳରୁ ଆଜି ସୁଦ୍ଧା ୧୩୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୭୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୭୦୮ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।