ବାତ୍ୟା ପ୍ରଭାବିତଙ୍କ ପାଇଁ ୬୮୯୧ଟି ଆଶ୍ରୟସ୍ଥଳୀ, ଭଦ୍ରକରେ ସର୍ବାଧିକ ୧୦ଟି ଏନଡିଆରଏଫ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ’ ଏବେ ଅତି ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଏହି ବାତ୍ୟା ଯୋଗୁ ସମୁଦ୍ରରେ ୨ରୁ ୪ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ଆଶଙ୍କା ଥିବାବେଳେ ତଳିଆ ଅଂଚଳ ଓ କଚ୍ଚାଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଏବେବି ଜାରି ରହିଥିବାବେଳେ ବାତ୍ୟା ପ୍ରଭାବିତଙ୍କ ନିମନ୍ତେ ମୋଟ ୬୮୯୧ଟି ଆଶ୍ରୟସ୍ଥଳୀ ଚିହ୍ନଟ […]

cyclone

cyclone

Ordigital Desk
  • Published: Tuesday, 25 May 2021
  • Updated: 26 May 2021, 12:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ’ ଏବେ ଅତି ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଏହି ବାତ୍ୟା ଯୋଗୁ ସମୁଦ୍ରରେ ୨ରୁ ୪ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ଆଶଙ୍କା ଥିବାବେଳେ ତଳିଆ ଅଂଚଳ ଓ କଚ୍ଚାଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି।

ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଏବେବି ଜାରି ରହିଥିବାବେଳେ ବାତ୍ୟା ପ୍ରଭାବିତଙ୍କ ନିମନ୍ତେ ମୋଟ ୬୮୯୧ଟି ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି । ଲୋକଙ୍କୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ମଧ୍ୟ ୪୪ଟି ଏନଡିଆରଏଫ ଟିମକୁ ୮ଟି ଜିଲ୍ଲାରେ ମୁତୟନ କରାଯାଇଛି ଓ ସର୍ବାଧିକ ୧୦ଟି ଏନଡିଆରଏଫ ଟିମ୍ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୧୨୪୦ଟି ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଥିବାବେଳେ ଭଦ୍ରକରେ ୬୨୩ଟି, କଟକ ଜିଲ୍ଲାରେ ୧୨୦୪ଟି, ଜଗତସିଂହପୁରରେ ୨୨୩ଟି, କେନ୍ଦ୍ରାପଡ଼ାରେ ୫୨୦ଟି, ଯାଜପୁରରେ ୪୦୮ଟି, ମୟୂରଭଞ୍ଜରେ ୪୨୫ଟି, ଗଞ୍ଜାମରେ ୧୦୯୩ଟି, ପୁରୀରେ ୫୮୪ଟି ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଛି । ଏହାବ୍ୟତୀତ ଅନ୍ୟ ସରକାରୀ କୋଠାକୁ ମଧ୍ୟ ଆଶ୍ରୟସ୍ଥଳୀ ଭାବେ ଉନ୍ମୁକ୍ତ କରାଯାଇଛି ।

ଆଜି ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟ ସରକାର ୨ଲକ୍ଷ ୪୮ହଜାର ୪୯ଜଣଙ୍କୁ ସ୍ଥାନାନ୍ତର କରି ୫୫୨୩ଟି ଆଶ୍ରୟସ୍ଥଳୀରେ ରଖିଛନ୍ତି । ବାତ୍ୟା ପ୍ରଭାବିତଙ୍କ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ୫୬୮ଟି ଓ ଜଗତସିଂହପୁରରେ ୮୩ଟି ମାଗଣା ରୋଷେଇ କେନ୍ଦ୍ର ଖୋଲା ଯାଇଛି। ବାଲେଶ୍ୱର ଜିଲ୍ଲାର ସର୍ବାଧିକ ୭୯୫୫୮ଜଣଙ୍କୁ ୧୪୧୨ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଭଦ୍ରକରେ ୭୩୧୦୩ଜଣଙ୍କୁ ୭୭୪ଟି ଆଶ୍ରୟ କେନ୍ଦ୍ରରେ,ଜଗତସିଂହପୁର ଜିଲ୍ଲାରେ ୧୧୧୮୪ଜଣଙ୍କୁ ୧୭୯ଟି ଆଶ୍ରୟ କେନ୍ଦ୍ରରେ, କେନ୍ଦ୍ରାପଡ଼ାରେ ୬୨୦୦୯ଜଣଙ୍କୁ ୮୦୦ଟି କେନ୍ଦ୍ରରେ, ମୟୂରଭଞ୍ଜରେ ୧୦୨୮୧ଜଣଙ୍କୁ ୪୨୭ଟି କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଆଶ୍ରୟସ୍ଥଳୀ ବା କେନ୍ଦ୍ରଗୁଡ଼ିକରେ ମାଗଣା ଖାଇବା, ପାନୀୟ ଜଳ, ଲାଇଟ୍‌. ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ଉପରେ ଗୁୁରୁତ୍ୱ ଦିଆଯାଉଛି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣା ଗୋଟିଏ ଲେଖାଏଁ ମାସ୍କ ଯୋଗାଇ ଦିଆଯାଇଛି, ଯାହାକୁ ସେମାନେ ଆଶ୍ରୟସ୍ଥଳୀରେ ରହିବା ପର୍ଯ୍ୟନ୍ତ ପିନ୍ଧିବେ।

ଅନ୍ୟପକ୍ଷରେ ବାତ୍ୟା ପ୍ରଭାବିତଙ୍କ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ମୋଟ ୫୨ଟି ଏନଡିଆରଏଫ ଟିମ୍ ମଧ୍ୟରୁ ୮ଟି ଟିମକୁ ମୁଣ୍ଡଳୀରେ ରିଜର୍ଭ କରି ରଖାଯାଇଛି। ବାକି ୪୪ଟି ଟିମକୁ ୮ଟି ଜିଲ୍ଲାକୁ ପଠାଯାଇଛି । ସେଥିରୁ ୯ଟି ଟିମ୍ ବାଲେଶ୍ୱର, ୧୦ଟି ଟିମ୍ ଭଦ୍ରକ, ୭ଟି ଟିମ୍ ମୟୂରଭଞ୍ଜ, ୫ଟି ଲେଖାଏଁ ଟିମ୍ କେନ୍ଦୁଝର ଓ କେନ୍ଦ୍ରାପଡ଼ା, ୩ଟି ଟିମ୍ ଜଗତସିଂହପୁର, ୪ଟି ଟିମ୍ ଯାଜପୁର ଓ ଗୋଟିଏ ଟିମ୍ ପୁରୀକୁ ପଠାଯାଇଛି । ସେହିପରି ଓଡ୍ରାଫର ୬୦ଟି ଟିମ୍‌, ଅଗ୍ନିଶମ ସେବାର ୨୦୬ଟି ଟିମ୍‌, ଓଡ଼ିଶା ବନ ନିଗମର ୮୬ଟି ଟିମ୍‌କୁ ମିଶାଇ ମୋଟ ୪୦୪ଟି ଟିମକୁ ମୁତୟନ କରାଯାଇଛି। ଏମାନଙ୍କ ସଂଖ୍ୟା ପ୍ରାୟ ୪ହଜାରରୁ ଅଧିକ ହେବ ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story