ସ୍ଥାନାନ୍ତର ହେଲେଣି ୫ଲକ୍ଷରୁ ଅଧିକ ଲୋକ, ଧାମରା ବନ୍ଦର ପାଖରେ ସ୍ଥଳଭାଗ ଛୁଇଁବ ‘ୟାସ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ’ ଏବେ ଅତି ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି । ଏହା ପାରାଦୀପଠୁ ୧୩୦କିମି ଦୂରରେ ଥିବାବେଳେ ଆସନ୍ତାକାଲି ସକାଳ ସମୟରେ ଉତ୍ତର ଓଡ଼ିଶା ଉପକୂଳର ଧାମରା ବନ୍ଦରର ଉତ୍ତର ପାଖର ସ୍ଥଳଭାଗ ଛୁଇଁବ । ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ରାତି ୯ଟା ସୁଦ୍ଧା ପ୍ରାୟ ୫ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ […]

Yaas1

Yaas1

Ordigital Desk
  • Published: Tuesday, 25 May 2021
  • Updated: 26 May 2021, 02:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ’ ଏବେ ଅତି ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି । ଏହା ପାରାଦୀପଠୁ ୧୩୦କିମି ଦୂରରେ ଥିବାବେଳେ ଆସନ୍ତାକାଲି ସକାଳ ସମୟରେ ଉତ୍ତର ଓଡ଼ିଶା ଉପକୂଳର ଧାମରା ବନ୍ଦରର ଉତ୍ତର ପାଖର ସ୍ଥଳଭାଗ ଛୁଇଁବ । ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ରାତି ୯ଟା ସୁଦ୍ଧା ପ୍ରାୟ ୫ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ରାତି ୧୧ଟାରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ କୁମାର ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ସାମୁଦ୍ରିକ ବାତ୍ୟା ‘ୟାସ’ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସର୍ବଶେଷ ତଥ୍ୟ ଅନୁସାରେ ପାରାଦୀପର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୧୩୦-୧୪୦କିମି ଦୂରରେ ରହିଛି । ଏହା ଏବେ ଘଣ୍ଟାପ୍ରତି ୧୫-୧୬କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ଏହି ସାମୁଦ୍ରିକ ଝଡ଼ ‘ୟାସ’ ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଅଧିକ ଘନୀଭୂତ ହୋଇ ଉତ୍ତର ଓଡ଼ିଶା ଉପକୂଳର ଧାମରା ବନ୍ଦର ପାଖାପାଖି ଆସନ୍ତା କାଲି ସକାଳ ସୁଦ୍ଧା ସ୍ଥଳଭାଗ ଛୁଇଁବ। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଦେଇ ଝାଡ଼ଖଣ୍ଡକୁ ଯିବ। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ଗତି ଘଣ୍ଟାପ୍ରତି ୧୪୦-୧୫୫କିମି ରହିବ।

ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜେନା କହିଥିଲେ ଯେ, ସେ ରାତି ୧୦ଟାରେ ଜିଲ୍ଲାପାଳ ଓ ଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଏବେ ପ୍ରଶାସନିକସ୍ତରରେ ବାତ୍ୟା ପ୍ରସ୍ତୁତିରେ ବହୁତ ଭଲ ସମନ୍ୱୟ ରହିଛି। ପୁଲିସ, ସାଧାରଣ ପ୍ରଶାସନ, ପଂଚାୟତିରାଜ ପ୍ରତିନିଧି ଓ ରାଜ୍ୟ ପ୍ରଶାସନ ମଧ୍ୟରେ ସମନ୍ୱୟ ଭଲ ରହିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଜାରି ରହିଛି। ଆଉ ୨-୩ଘଣ୍ଟା ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ।

ଆଜି ରାତି ସାଢ଼େ ୯ଟା ସୁଦ୍ଧା ପ୍ରାୟ ୫ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୧ଲକ୍ଷ ୪୩ହଜାର ୫୦୦ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବାବେଳେ କେନ୍ଦ୍ରାପଡ଼ାରେ ୧ଲକ୍ଷ ୫ହଜାର, ଭଦ୍ରକରେ ୯୩ହଜାର, ଜଗତସିଂହପୁରରେ ୨୧ହଜାର, ମୟୂରଭଞ୍ଜ-୪୩୫୦୦, କଟକ-୧୫୫୦୦, ପୁରୀ-୧୪ହଜାର, କେନ୍ଦୁଝର ଜିଲ୍ଲାରେ ୧୦ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପଂଚାୟତ ଲୋକ ପ୍ରତିନିଧି , ସ୍ଥାନୀୟ ପ୍ରଶାସନ ଓ ପୁଲିସ ସହାୟତାରେ ଏହି ସ୍ଥାନାନ୍ତର କାର୍ଯ୍ୟ ଚାଲିଛି। କେତେକ ସ୍ଥାନରେ ସାଂସଦ ଓ ବିଧାୟକମାନେ ମଧ୍ୟ ଏହି ସ୍ଥାନାନ୍ତର ପାଇଁ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ଇଞ୍ଜିନିୟରମାନଙ୍କୁ ନେଇ ୬୦୦ଟି ଟିମ୍ ମଧ୍ୟ ଗଠନ ହୋଇଛି। ସେମାନେ ମଧ୍ୟ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛନ୍ତି। ଦିନବେଳେ କେତେକ ସ୍ଥାନରେ ଗଛ ଓ ଖୁଣ୍ଟ ଉପୁଡ଼ି ପଡ଼ିଥିଲା। ତାକୁ ଠିକଠାକ୍ କରାଯାଇଛି। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ କରିଛନ୍ତି । ତେବେ ସବୁକିଛି ଭଗବାନଙ୍କ ଉପରେ ନିର୍ଭର କରୁଛି । ବାତ୍ୟାର ଗତି କମ୍ ହେଉ, ଓଡ଼ିଶା ପ୍ରତି ବେଶୀ ବିପଦ ନହେଉ, ଏହା ହିଁ ଆଶା କରିବା ବୋଲି ଶ୍ରୀ ଜେନା ଗଣମାଧ୍ୟମ ଆଗରେ ଭାବନାତ୍ମକ ଭାବେ ମତ ବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story