ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲା ଦେବେ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲା ଦେବେ ପରୀକ୍ଷା। ହାଇସ୍କୁଲ ଯିବା ପୂର୍ବରୁ ଛାତ୍ରଛାତ୍ରୀଙ୍କର ହେବ ଦକ୍ଷତା ଯାଞ୍ଚ। ପିଲାଙ୍କ ବୌଦ୍ଧିକ ବିକାଶ କେତେ ହୋଇଛି? ମହାମାରୀ କରୋନା କ୍ଷତିପୂରଣ ବାବଦକୁ ଦିଆଯାଇଥିବା ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ କେତେ ସଫଳ ହୋଇଛି? ତାହା ଜାଣିବାକୁ ହେବ ସ୍ୱତନ୍ତ୍ର ପରୀକ୍ଷା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନେଇଛି ଏଭଳି ନିଷ୍ପତ୍ତି। ଚଳିତ ବର୍ଷଠାରୁ ଏହାକୁ ଲାଗୁ କରାଯିବ। SCERT ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ […]

School Reopen

  • Published: Saturday, 12 November 2022
  • , Updated: 12 November 2022, 08:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲା ଦେବେ ପରୀକ୍ଷା। ହାଇସ୍କୁଲ ଯିବା ପୂର୍ବରୁ ଛାତ୍ରଛାତ୍ରୀଙ୍କର ହେବ ଦକ୍ଷତା ଯାଞ୍ଚ। ପିଲାଙ୍କ ବୌଦ୍ଧିକ ବିକାଶ କେତେ ହୋଇଛି? ମହାମାରୀ କରୋନା କ୍ଷତିପୂରଣ ବାବଦକୁ ଦିଆଯାଇଥିବା ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ କେତେ ସଫଳ ହୋଇଛି? ତାହା ଜାଣିବାକୁ ହେବ ସ୍ୱତନ୍ତ୍ର ପରୀକ୍ଷା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନେଇଛି ଏଭଳି ନିଷ୍ପତ୍ତି।

ଚଳିତ ବର୍ଷଠାରୁ ଏହାକୁ ଲାଗୁ କରାଯିବ। SCERT ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବ। ପିଲାମାନେ ନିଜ ସ୍କୁଲ୍‌ରେ ପରୀକ୍ଷା ଦେବେ ଓ ପାଖ ସ୍କୁଲର ଶିକ୍ଷକ ଖାତା ମୂଲ୍ୟାୟନ କରିବେ। ତେବେ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ବିଫଳ ହେଲେ, ତାଙ୍କୁ ଫେଲ୍‌ ଧରାଯିବ ନାହିଁ। ବରଂ ଯେଉଁମାନେ ଦୁର୍ବଳ ଥିବେ ସେମାନଙ୍କ ଦକ୍ଷତା ବଢାଇବା ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ରାଇଟ୍‌ ଟୁ ଏଜୁକେସନ ଆକ୍ଟ ଅନୁଯାୟୀ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ ବିନା ପରୀକ୍ଷାରେ କ୍ଲାସ୍‌ ପ୍ରମୋଶନ କରିବା ବାଧ୍ୟତାମୂଳକ। ତେବେ ରାଜ୍ୟ ସରକାର ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ଲାଗୁ କରିବା ପରେ ପ୍ରାଥମିକ ଶ୍ରେଣୀରେ ଦକ୍ଷତା ପରୀକ୍ଷା କରିବାକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଶିକ୍ଷାବିତ ଓ ଅଭିଭାବକ ସମର୍ଥନ କରିଥିଲେ ମଧ୍ୟ ବାହାର ସ୍କୁଲ ଶିକ୍ଷକଙ୍କ ଦ୍ୱାରା ଖାତାଦେଖା ଉପରେ ପ୍ରଶ୍ନ ଉଠାଇଛନ୍ତି।

Related story