Advertisment

ଧରାପଡ଼ିଗଲା ଚୋରା ପୀରତି, ଭାଣିଜୀକୁ ମାରି ପୋତି ଦେଲା ମାଇଁ!

ଜଳେଶ୍ୱର (ଅଜିତ ଦାସ): ସମ୍ପର୍କୀୟ ମାମୁ ଓ ମାଇଁଙ୍କ ଅନୈତିକ ସମ୍ପର୍କକୁ ଦେଖି ନେଇଥିଲା ୭ ବର୍ଷର ଭାଣିଜୀ। ତେଣୁ ଧରାପଡ଼ିଯିବା ଭୟରେ ତାକୁ ମାରି ପୋଖରୀରେ ପୋତି ଦେଇଥିଲା ମାଇଁ। କିନ୍ତୁ ଫେଲ୍ ମାରିଲା ଯୋଜନା। ନିଖୋଜ ହେବାର ତିନି ଦିନ ପରେ ପୁଲିସ୍ ଶବକୁ ଜବତ କଲା ଓ ରାକ୍ଷସୀ ମାଇଁର ମୁଖା ଖୋଲିଗଲା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ। ବସ୍ତା ଏସ୍‌ଡିପିଓଙ୍କ କହିବା ଅନୁସାରେ […]

ଅଦ୍ୟତନ ହୋଇଛି
ଧରାପଡ଼ିଗଲା ଚୋରା ପୀରତି, ଭାଣିଜୀକୁ ମାରି ପୋତି ଦେଲା ମାଇଁ!

jj

Advertisment

ଜଳେଶ୍ୱର (ଅଜିତ ଦାସ): ସମ୍ପର୍କୀୟ ମାମୁ ଓ ମାଇଁଙ୍କ ଅନୈତିକ ସମ୍ପର୍କକୁ ଦେଖି ନେଇଥିଲା ୭ ବର୍ଷର ଭାଣିଜୀ। ତେଣୁ ଧରାପଡ଼ିଯିବା ଭୟରେ ତାକୁ ମାରି ପୋଖରୀରେ ପୋତି ଦେଇଥିଲା ମାଇଁ। କିନ୍ତୁ ଫେଲ୍ ମାରିଲା ଯୋଜନା। ନିଖୋଜ ହେବାର ତିନି ଦିନ ପରେ ପୁଲିସ୍ ଶବକୁ ଜବତ କଲା ଓ ରାକ୍ଷସୀ ମାଇଁର ମୁଖା ଖୋଲିଗଲା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ।

Advertisment

ବସ୍ତା ଏସ୍‌ଡିପିଓଙ୍କ କହିବା ଅନୁସାରେ ବାଲିଆପାଳ ଥାନା ଅନ୍ତର୍ଗତ ସୁନ୍ଦରକୋଇଲି ଗାଁର ବଳରାମ ପାତ୍ରଙ୍କ ୭ ବର୍ଷର ଝିଅ ବିଷ୍ଣୁପ୍ରିୟା ଓରଫ ନେଉଳି ନିଜ ମାମୁ ଦୟାନିଧି ସାହୁଙ୍କ ଘରେ ରହି ପାଠ ପଢ଼ୁଥିଲା। ସେଠାରେ ରହଣୀ ସମୟରେ ଜଣେ ସମ୍ପର୍କୀୟା ମାଇଁର ଅନୈତିକ ପ୍ରେମ ସମ୍ପର୍କ ଦେଖି ଦେଇଥିଲା। ଏହା ପରେ ଲୋକଲଜ୍ଜ୍ୟା ଭୟରେ ସଂପର୍କୀୟା ମାଇଁ ତାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ।

୧୧ ତାରିଖ ପୂର୍ବାହ୍ନ ୧୦ଟା ବେଳେ ନେଉଳିକୁ ସେ ଗାଁ ପୋଖରୀ ଆଡେ ଡାକି ନେଇଥିଲେ। ସେଠାରେ ଏକ ଧାରୁଆ ଅସ୍ତ୍ରରେ ନେଉଳିକୁ ହତ୍ୟା କରିଥିଲେ। ପରେ ମୃତଦେହକୁ ପୋଖରୀରେ ପୋତି ଦେଇଥିଲେ।

Advertisment

ନେଉଳି ଘରକୁ ନଫେରିବାରୁ ତାଙ୍କ ନିଜ ମାମୁ ଦୟାନିଧି ସାହୁ ଚାରିଆଡ଼େ ଖୋଜିଥିଲେ। ହେଲେ ପାଇ ନଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଦୟାନିଧିଙ୍କ ଉପରେ ଗାଁ ଲୋକଙ୍କ ସନ୍ଦେହ ହୋଇଥିଲା। ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ସବୁଆଡୁ ନିରାଶ ହେବା ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଦୟାନିଧି।

ପୁଲିସ ମାମଲା ରୁଜୁ କରି ଗତକାଲି ଗାଁକୁ ଆସି ଖୋଳତାଡ଼ ଆରମ୍ଭ କରିଥିଲା। ପୁଲିସର ସନ୍ଦେହ ଆଖି ଦୀପକ ସାହୁଙ୍କ ଉପରକୁ ଯାଇଥିଲା। କାଲି ରାତିରେ ତାକୁ ଥାନାକୁ ଉଠାଇ ନେଇ ଜେରା କରିଥିଲେ। ଆଉ ଜେରା ବେଳେ ପୂରା ଘଟଣା ପଦାକୁ ଆସିଥିଲା। ନେଉଳିର ସଂପର୍କୀୟା ମାଇଁଙ୍କ ସହିତ ଏହି ଦୀପକର ଅନୈତିକ ସଂପର୍କ ଥିଲା। ଦୀପକ ମଧ୍ୟ ନେଉଳିର ସଂପର୍କୀୟ ମାମୁ ହେବେ। ଭାଉଜ ସହିତ ଅନୈତିକ ସମ୍ପର୍କ ରଖିବା ସମୟରେ ନେଉଳି ଦେଖି ଦେଇଥିବାରୁ ତାକୁ ହତ୍ୟା କରାଯାଇଥିବା ଦୀପକ ପୁଲିସ୍ ଆଗରେ ସ୍ୱୀକାର କରିଛି।

ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଅନ୍ୟପକ୍ଷରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ : ସୁଶାନ୍ତଙ୍କ ପାଇଁ ପୁଣି ଉଠିଲା ସ୍ୱର

Murder Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe