ସ୍ଥିତି ଅସମ୍ଭାଳ; ରାଜ୍ୟରେ ଚିହ୍ନଟ ହେଲେ ୭୦୭୧ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସମ୍ଭାଳ ହେବାରେ ଲାଗିଛି ସ୍ଥିତି। ବେକାକୁ ହେଉଛି କରୋନା।  ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୦୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୧୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୨୯୪୩ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୦୭ ଚିହ୍ନଟ ହେଉଛନ୍ତି। ଏଥିସହ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୨ ହଜାର ୭୬୯କୁ ବୃଦ୍ଧି ପାଉଛି।  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୨୨୬ ଆକ୍ରାନ୍ତ […]

corona

Niharika Rout
  • Published: Tuesday, 11 January 2022
  • , Updated: 11 January 2022, 10:06 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସମ୍ଭାଳ ହେବାରେ ଲାଗିଛି ସ୍ଥିତି। ବେକାକୁ ହେଉଛି କରୋନା।  ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୦୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୧୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୨୯୪୩ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୦୭ ଚିହ୍ନଟ ହେଉଛନ୍ତି।

ଏଥିସହ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୨ ହଜାର ୭୬୯କୁ ବୃଦ୍ଧି ପାଉଛି।  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୨୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୋଳରୁ ୮୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୯୮, ବରଗଡ଼ରୁ ୮୫, ଭଦ୍ରକରୁ ୫୪, ବଲାଙ୍ଗିରରୁ ୧୯୦, ବୌଦ୍ଧରୁ ୨୦,  କଟକରୁ ୫୦୫, ଦେବଗଡ଼ରୁ ୧୮, ଢେଙ୍କାନାଳରୁ ୫୫, ଗଜପତିରୁ ୪୫, ଗଞ୍ଜାମରୁ ୧୧୧, ଜଗତସିଂହପୁରରୁ ୬୦, ଯାଜପୁରରୁ ୧୩୦, ଝାରସୁଗୁଡ଼ାରୁ ୧୪୩ ଚିହ୍ନଟ ହୋଇଛନ୍ତି।

ସେହିପରି କଳାହାଣ୍ଡିରୁ ୭୩, କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୨୭, କେନ୍ଦୁଝରରୁ ୬୫,   କୋରାପୁଟରୁ ୧୦୭, ମାଲକାନଗିରିରୁ ୬, ମୟୂରଭଞ୍ଜରୁ ୨୦୧, ନବରଙ୍ଗପୁରରୁ ୯୫, ନୟାଗଡ଼ରୁ ୩୫, ନୂଆଗଡ଼ାରୁ ୨୬, ପୁରୀରୁ ୧୫୬, ରାୟଗଡ଼ାରୁ ୩୬, ସମ୍ବଲପୁରରୁ ୬୦୯, ସୋନପୁରରୁ ୬୧, ସୁନ୍ଦରଗଡ଼ରୁ ୧୧୪୭ ଓ ଷ୍ଟେଲପୁଲରୁ ୪୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦, ୮୨,୭୬୯ରେ ପହଞ୍ଚିଥିବା ବେଳେ ୧୦,୪୭,୦୩୧ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବାଦ ରାଜ୍ୟରେ ୨୭,୨୧୬ ଆକ୍ଟିଭ କେସ୍‌ ରହିଛି।

ଏଥିସହ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗିର ଜିଲ୍ଲାର ଜଣେ ୫୫ ବର୍ଷୀୟା ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୪୬୯କୁ ବୃଦ୍ଧି ପାଇଛି।

Related story