୭ଟି ଶିକ୍ଷକ ସଂଘକୁ ହାଇକୋର୍ଟ ନୋଟିସ୍

 କଟକ: ଶିକ୍ଷକ ଆନ୍ଦୋଳନକୁ ନେଇ ଗଣଶିକ୍ଷା ବିଭାଗ, ଭୁବନେଶ୍ୱର ଡିସିପି ଓ ଆନ୍ଦୋଳନ ଚଳାଇଥିବା ୭ଟି ଶିକ୍ଷକ ସଂଘକୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟର ୩ ହଜାର ୭୨୫ଟି ସ୍କୁଲର ୩ ଲକ୍ଷ ୯୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଠପଢା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ଦର୍ଶାଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। କୋର୍ଟ ଏହାକୁ ଗ୍ରହଣ କରିବା ସହ  ୭ ଦିନ ମଧ୍ୟରେ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। […]

Orissa-High-Court

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 01:58 PM IST

 କଟକ: ଶିକ୍ଷକ ଆନ୍ଦୋଳନକୁ ନେଇ ଗଣଶିକ୍ଷା ବିଭାଗ, ଭୁବନେଶ୍ୱର ଡିସିପି ଓ ଆନ୍ଦୋଳନ ଚଳାଇଥିବା ୭ଟି ଶିକ୍ଷକ ସଂଘକୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟର ୩ ହଜାର ୭୨୫ଟି ସ୍କୁଲର ୩ ଲକ୍ଷ ୯୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଠପଢା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ଦର୍ଶାଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। କୋର୍ଟ ଏହାକୁ ଗ୍ରହଣ କରିବା ସହ  ୭ ଦିନ ମଧ୍ୟରେ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି.ଏଚ୍. ୱାଘେଲା ଏବଂ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନୋଟିସ୍ ଜାରି କରିଛନ୍ତି।

ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦେଖି ତୁରନ୍ତ ପାଠପଢା ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ। ଆସନ୍ତା ଦୁଇ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Related story