ରାଗିଙ୍ଗ ଅଭିଯୋଗ, ହଷ୍ଟେଲରୁ ବହିଷ୍କୃତ ହେଲେ ୯ ଛାତ୍ର

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ହଷ୍ଟେଲରେ ବିଶୃଙ୍ଖଳିତ ଆଚରଣ କରିବା ଅଭିଯୋଗ ମହଙ୍ଗା ପଡ଼ିଲା । ଶେଷରେ ହଷ୍ଟେଲରୁ ବହିଷ୍କୃତ ହେଲେ ୯ ଛାତ୍ର।  ସମ୍ବଲପୁର ବିଶ୍ୱବିଦ୍ୟାଳୟର ସୁଇଟ ଛାତ୍ରାବାସର ୯ ଜଣ ଛାତ୍ରଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି ବିଶ୍ୱ ବିଦ୍ୟାଳୟ ଶୃଙ୍ଖଳା କମିଟି । ଜଣେ କନିଷ୍ଠ ଛାତ୍ରଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ସିଧାସଳଖ ସଂପୃକ୍ତି ଅଭିଯୋଗରେ ଦ୍ୱିତୀୟ ବର୍ଷର ୪ ଜଣ ଛାତ୍ରଙ୍କୁ ହଷ୍ଟେଲରୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି । ସେପଟେ ଅନ୍ୟ ୪ […]

smb university

Niharika Rout
  • Published: Thursday, 23 December 2021
  • , Updated: 23 December 2021, 02:42 PM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ହଷ୍ଟେଲରେ ବିଶୃଙ୍ଖଳିତ ଆଚରଣ କରିବା ଅଭିଯୋଗ ମହଙ୍ଗା ପଡ଼ିଲା । ଶେଷରେ ହଷ୍ଟେଲରୁ ବହିଷ୍କୃତ ହେଲେ ୯ ଛାତ୍ର।  ସମ୍ବଲପୁର ବିଶ୍ୱବିଦ୍ୟାଳୟର ସୁଇଟ ଛାତ୍ରାବାସର ୯ ଜଣ ଛାତ୍ରଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି ବିଶ୍ୱ ବିଦ୍ୟାଳୟ ଶୃଙ୍ଖଳା କମିଟି ।

ଜଣେ କନିଷ୍ଠ ଛାତ୍ରଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ସିଧାସଳଖ ସଂପୃକ୍ତି ଅଭିଯୋଗରେ ଦ୍ୱିତୀୟ ବର୍ଷର ୪ ଜଣ ଛାତ୍ରଙ୍କୁ ହଷ୍ଟେଲରୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି । ସେପଟେ ଅନ୍ୟ ୪ ଜଣ ଛାତ୍ରଙ୍କୁ ୬ ମାସ ପାଇଁ ହଷ୍ଟେଲରୁ ବହିଷ୍କାର କରାଯିବା ସହ ଜଣେ ଚତୁର୍ଥ ବର୍ଷ ଛାତ୍ରକୁ ୬ ମାସ ପାଇଁ ହଷ୍ଟେଲରୁ ବହିଷ୍କାର କରାଯାଇଛି।

ସୂଚନାଯୋଗ୍ୟ,  ମାସେ ତଳେ ସୁଇଟ ହଷ୍ଟେଲରେ ଜଣେ ଛାତ୍ରଙ୍କ ସହ  ସମ୍ପୃକ୍ତ ଛାତ୍ରମାନେ ଗଣ୍ଡଗୋଳ ଓ ପାଟିତୁଣ୍ଡ କରିଥିଲେ । ଏ ନେଇ ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟି ନିଜ ତରଫରୁ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଶୃଙ୍ଖଳା କମିଟି  ନିର୍ଦ୍ଦେଶକଙ୍କୁ ରିପୋର୍ଟ ପ୍ରଦାନ କରିଥିବା ବେଳେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Related story