ଯାଜପୁରରେ ମୁଣ୍ଡ ଟେକିଲା କରୋନା, ୯ ଛାତ୍ରୀ ପଜିଟିଭ

ଯାଜପୁର(ଓଡ଼ିଶା ରିପୋର୍ଟର): ପୁଣି ଥରେ ମୁଣ୍ଡ ଟେକିଲାଣି ମହାମାରୀ। ଦୀର୍ଘ ଦିନ ବନ୍ଦ ରହିବା ପରେ ସ୍କୁଲ, କଲେଜ ଖୋଲିଥିବା ବେଳେ ଏଠାରେ କାୟା ମେଲାଉଛି କରୋନା। ବୁର୍ଲା ଭିମସାର ମେଡିକାଲ କଲେଜ, ଢେଙ୍କାନାଳର ଏକ ଆବାସିକ କଲେଜର ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବା ପରେ ଏବେ ଯାଜପୁରରେ  ମୁଣ୍ଡ ଟେକିଛି କରୋନା । ଯାଜପୁର ଜିଲ୍ଲା ଦଶରଥପୁରର ଏକ ସରକାରୀ ଆବାସିକ ବାଳିକା ବିଦ୍ୟାଳୟର ୯ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଷଷ୍ଠ […]

Corona

Niharika Rout
  • Published: Tuesday, 07 December 2021
  • , Updated: 07 December 2021, 01:28 PM IST

ଯାଜପୁର(ଓଡ଼ିଶା ରିପୋର୍ଟର): ପୁଣି ଥରେ ମୁଣ୍ଡ ଟେକିଲାଣି ମହାମାରୀ। ଦୀର୍ଘ ଦିନ ବନ୍ଦ ରହିବା ପରେ ସ୍କୁଲ, କଲେଜ ଖୋଲିଥିବା ବେଳେ ଏଠାରେ କାୟା ମେଲାଉଛି କରୋନା। ବୁର୍ଲା ଭିମସାର ମେଡିକାଲ କଲେଜ, ଢେଙ୍କାନାଳର ଏକ ଆବାସିକ କଲେଜର ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବା ପରେ ଏବେ ଯାଜପୁରରେ  ମୁଣ୍ଡ ଟେକିଛି କରୋନା ।

ଯାଜପୁର ଜିଲ୍ଲା ଦଶରଥପୁରର ଏକ ସରକାରୀ ଆବାସିକ ବାଳିକା ବିଦ୍ୟାଳୟର ୯ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଷଷ୍ଠ ଓ ନବମ ଶ୍ରେଣୀରେ ପଢୁଥିବା ୯ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ଜିଲ୍ଲା ମଙ୍ଗଳ ଅଧିକାରୀ ଏହି ସୂଚନା ଦେବା ସହ ସମସ୍ତଙ୍କୁ ସ୍ୱତନ୍ତ୍ର ଗୃହରେ  ଆଇସୋଲେସନରେ ରଖାଯାଇଛି। ଏହି ସ୍କୁଲର ମୋଟ ୧୯୫ ଜଣଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୯  ଛାତ୍ରୀ ପଜିଟିଭ ହୋଇଥିବା ଜଣାପଡିଛି। ଆସନ୍ତାକାଲି ସ୍କୁଲକୁ ସାନିଟାଇଜ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Related story